ମା’ଙ୍କ ମୃତ୍ୟୁ ଦିନ ହିଁ ପରୀକ୍ଷା ଦେଲେ; JEE ମେନ୍ କ୍ଲିୟର୍ କଲେ Pramod Behera

ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ଅନେକ ପରିଶ୍ରମ କରିବାକୁ ପଡେ। ଏନେଇ ପଢାପଢି ଓ କୋଚିଂ ବାଦଦକୁ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ। କିନ୍ତୁ ଯଦି ଜଣେ ଗ୍ରାମିଣ ଗରିବ ଘରର ପିଲା ଏଥିରେ ସଫଳତା ଅର୍ଜନ କରେ ତେବେ ଏହା ନିଶ୍ଚିତ ଏକ ପ୍ରେରଣାର ଉତ୍ସ ହୋଇଯାଏ।

ତେଲେଙ୍ଗାନାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁଠି ୧୯ ବର୍ଷର ଅଭୁଲା ଦୁର୍ଗାପ୍ରସାଦ ୯୬.୪୮ ପ୍ରତିଶତ ସହିତ JEE ମେନ୍ କ୍ଲିୟର୍ କରିଛନ୍ତି। ତେବେ ଏହି ସଫଳତା ହୁଏତ ଅନ୍ୟମାନଙ୍କ ପାଇଁ ସମ୍ଭବ ହୋଇ ନଥାନ୍ତା, କାରଣ ଯେଉଁ ଦିନ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିବା ସେ ସେହିଦିନ ପରୀକ୍ଷାକୁ ଯାଇଥିଲେ।

ତାଙ୍କ ମା’ ନରସମାଙ୍କ ଅନ୍ଧ ହୋଇଥିଲେ ମଧ୍ୟ ଜୀବନସାରା ତାଙ୍କ ନିକଟରେ ଠିଆ ହୋଇଥିଲେ ଏବଂ ଜୀବନରେ କିଛି ହେବା ପାଇଁ ପ୍ରେରଣା ଦେଉଥିଲେ। ସେହି ହାତ ତାଙ୍କ ମୁଣ୍ଡରୁ ସବୁଦିନ ପାଇଁ ଉଠିଯାଇଥିବା ଦିନ ହିଁ ଦୁର୍ଗାପ୍ରସାଦଙ୍କ JEE ମେନ୍ ପରୀକ୍ଷା ଥିଲା। ସେ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ତାଙ୍କ ଘରର ବ୍ୟକ୍ତିଗତ ଦୁଃଖ ତାଙ୍କ ଆଖି ସାମ୍ନାରେ ଝଲସି ଉଠୁଥିଲା। ତଥାପି ସେ ଧୈର୍ଯ୍ୟର ସହ ପରୀକ୍ଷା ଦେଲେ ଆଉ ସଫଳତା ହାସଲ କଲେ।

ଦରିଦ୍ରତା କଷାଘାତରେ ଦୁର୍ଗାପ୍ରସାଦଙ୍କ ଏକାଡେମିକ୍ ସଫଳତା ପଛରେ ରହିଛି କଠିନ ପରିଶ୍ରମ ଏବଂ ନିଷ୍ଠା। ଦୁଇ ଭାଇଙ୍କ ମଧ୍ୟ ସାନ, ଦୁର୍ଗାପ୍ରସାଦ ତାଙ୍କ SCC କୁ ୧୦/୧୦ ପ୍ରତିଶତ ଏବଂ ଇଣ୍ଟରମେଡିଏଟ୍‌ରେ ୯୪୦ମାର୍କ ରଖି କ୍ଲିୟର କରିଥିଲେ। ସେ ଖମ୍ମମ ନିକଟସ୍ଥ ଅନୁଷ୍ଠାନଗୁଡ଼ିକରେ ତାଙ୍କର ବିଦ୍ୟାଳୟ ଓ କଲେଜ ଶିକ୍ଷା କରିଥିଲେ।

ଦୁର୍ଗାପ୍ରସାଦଙ୍କ ବାପା ମୋହନ ରେଡ୍ଡୀ ଜଣେ କୃଷକ ହୋଇଥିବା ବେଳେ ନରସମା ଅନ୍ଧ ହୋଇଥିବା ଜାଣି ମଧ୍ୟ ବିବାହ କରିଥିଲେ। ସେମାନଙ୍କର ବଡ ପୁଅ ଜୟସିମା ରେଡ୍ଡୀ ହାଇଦ୍ରାବାଦର ଦ୍ୱିତୀୟ ବର୍ଷର ଆଇନ ଛାତ୍ର।

ଯଦିଓ ଦାରିଦ୍ର୍ୟ ତାଙ୍କ ଜୀବନକୁ ବହୁତ ଦୁଃଖ ଦେଇଥିଲା ଦୁର୍ଗାପ୍ରସାଦ କିନ୍ତୁ ତାଙ୍କ ଲକ୍ଷ୍ୟକୁ କେବେବି ଭୁଲି ନଥିଲେ। ସେ କଠିନ ପରିଶ୍ରମ କରିଥିଲେ। ଘରେ ରହି, ପାଠ ପଢି JEE କ୍ଲିୟର କରିବାର ଏକମାତ୍ର ଲକ୍ଷ୍ୟ ରଖିଥିଲେ। ସେ କୌଣସି କୋଚିଂ ଅନୁଷ୍ଠାନକୁ ଯାଇ ନ ଥିଲେ। କେବଳ ଗୁଗୁଲ ଉପରେ ନିର୍ଭର କରିଥିଲେ। ଏହି ସମୟରେ, ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା ଏବଂ ଦୁର୍ଗାପ୍ରାସାଦଙ୍କ ପରୀକ୍ଷା ଦିନ ହିଁ ତାଙ୍କ ମୃତ୍ୟୁ ହୋଇଗଲା। ବୋଧହୁଏ ଏହା ତାଙ୍କ ଜୀବନର ସବୁଠାରୁ କଠିନ ମୁହୂର୍ତ୍ତ ଥିଲା।

ସେ କୁହନ୍ତି ଯେ “ମୁଁ JEE ରେ ମୋର ସଫଳତାକୁ ମୋ ମା’ଙ୍କୁ ଉତ୍ସର୍ଗ କରୁଛି, ଯିଏ ସାରା ଜୀବନ ମୋ ପାଖରେ ଛିଡା ହୋଇଥିଲେ। ସେ ମୋ ଜୀବନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ମତେ ସାହସ ଦେଉଥିଲେ।”



from Latest Odisha News, Breaking News Today | Top Updates on Corona - OTV News https://ift.tt/1KN6OGD
ମା’ଙ୍କ ମୃତ୍ୟୁ ଦିନ ହିଁ ପରୀକ୍ଷା ଦେଲେ; JEE ମେନ୍ କ୍ଲିୟର୍ କଲେ Pramod Behera ମା’ଙ୍କ ମୃତ୍ୟୁ ଦିନ ହିଁ ପରୀକ୍ଷା ଦେଲେ; JEE ମେନ୍ କ୍ଲିୟର୍ କଲେ Pramod Behera Reviewed by SUBHENDU BARAL on July 15, 2022 Rating: 5

No comments:

Powered by Blogger.