୩ ମଣିଷକୁ ମାରି ନିଜେ ମଲା ଭାଲୁ Chandan Shishu

ଭାଲୁ ଆକ୍ରମଣରେ ୩ ମୃତ, ୨ ଗୁରୁତର। ନୂଆପଡ଼ା ଜିଲ୍ଲା ଲଖ୍‌ନା ଥାନା ସମରସିଂ ଗାଁ ନିକଟ ଜଙ୍ଗଲରେ ଭାଲୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସକାଳୁ ବିଲକୁ କାମ ପାଇଁ ଯାଇଥିବା ୩ ଜଣ ବ୍ୟକ୍ତିଙ୍କ ଭାଲୁ ଆକ୍ରମଣରେ ଜୀବନ ଯାଇଛି। 

ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ୩ ଜଣଙ୍କୁ ଖୋଜିବାକୁ ଯାଇଥିଲେ ଗ୍ରାମବାସୀ। ତେବେ ଖୋଜିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଆଉ ୨ ଗୁରୁତର ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ମିଳିତ ଆକ୍ରମଣରେ ଭାଲୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଜଙ୍ଗଲରୁ କାଠ ଆଣିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ଖଡ଼ିଆଳ ଡିଏଫଓ ସୁଶୀଲ କୁମାର ତ୍ରିପାଠୀ କହିଛନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/sPqCXe3
୩ ମଣିଷକୁ ମାରି ନିଜେ ମଲା ଭାଲୁ Chandan Shishu ୩ ମଣିଷକୁ ମାରି ନିଜେ ମଲା ଭାଲୁ Chandan Shishu Reviewed by SUBHENDU BARAL on July 15, 2022 Rating: 5

No comments:

Powered by Blogger.