ଗଛ ପାଇଁ ବାହାରିଥିଲେ ମହିଳା; ୩୦୦ରୁ ଅଧିକ ପ୍ରାଣ ହରାଇଥିଲେ Pramod Behera

ପ୍ରତିବର୍ଷ ଜୁନ୍ ୫ ତାରିଖକୁ ସାରା ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରୁଛି। ଲୋକଙ୍କୁ ପ୍ରକୃତି ସଂରକ୍ଷଣ ବିଷୟରେ ଅବଗତ କରାଇବା ଲକ୍ଷ୍ୟରେ ଏହି ଦିବସକୁ ଆରମ୍ଭ କରାଯାଇଥିଲା। ଭାରତରେ ମଧ୍ୟ ବହୁ ପୂର୍ବରୁ ପରିବେଶ ସଂରକ୍ଷଣ ସମ୍ବନ୍ଧରେ ଲୋକଙ୍କ ସ୍ୱର ଉଠିଥିଲା, ଯେତେବେଳେ ଗଛକୁ ବଞ୍ଚାଇବା ପାଇଁ ଚିପକୋ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ଆନ୍ଦୋଳନକୁ ୪୯ ବର୍ଷ ବିତିଗଲାଣି।

ଭାରତର ମହିଳାମାନେ, ଯେଉଁମାନେ ଦେଶର ସ୍ୱାଧୀନତା ପାଇଁ ଜୀବନ ହରାଇବାକୁ ମଧ୍ୟ ପଛଘୁଞ୍ଚା ଦେଇ ନାହାଁନ୍ତି, ସେହି ମହିଳାମାନେ ମଧ୍ୟ ଚିପକୋ ଆନ୍ଦୋଳନକୁ ସ୍ୱାଧୀନ ଭାରତରେ ଅସନ୍ତୁଳିତ ପରିବେଶକୁ ବଞ୍ଚାଇବା ପାଇଁ ପ୍ରକୃତିର ସୁରକ୍ଷା ପାଇଁ ଏକ ଇକୋ-ନାରୀବାଦୀ ଆନ୍ଦୋଳନର ରୂପ ଦେଇଥିଲେ।

ଏହି ଆନ୍ଦୋଳନର ସମ୍ପୂର୍ଣ୍ଣ କପଡା ମହିଳାମାନଙ୍କ ଦ୍ୱାରା ବୁଣା ଯାଇଥିଲା। ଚିପ୍‌କୋ ଆନ୍ଦୋଳନରେ ମହିଳାମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ତାଙ୍କର ସକ୍ରିୟତା ଏବଂ ଅଂଶଗ୍ରହଣ ହେତୁ ସେହି ସମୟରେ ଏକ ସକରାତ୍ମକ ପ୍ରଭାବ ପଡିଥିଲା।

ବିଶ୍ୱ ପରିବେଶ ଦିବସ ଅବସରରେ, ୧୯୭୩ ମସିହାରେ ଭାରତର ଉତ୍ତରାଖଣ୍ଡରେ ଆରମ୍ଭ ହୋଇଥିଲା ଚିପ୍‌କୋ ଆନ୍ଦୋଳନ। ତେବେ ଏହି ଆନ୍ଦୋଳନର ଜନନୀ କିଏ ଏବଂ କେଉଁ ମହିଳାମାନେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଆସନ୍ତୁ ଜାଣିବା।

କେବେ ଏବଂ କିପରି ଆରମ୍ଭ ହେଲା ଚିପକୋ ଆନ୍ଦୋଳନ:

ଚିପ୍‌କୋ ଆନ୍ଦୋଳନ ଜଙ୍ଗଲ ଓ ଗଛ କାଟିବା ସହିତ ଜଡିତ। ଏହାର ପୃଷ୍ଠଭୂମି ଉତ୍ତରପ୍ରଦେଶର, ଯେଉଁଠାରେ ଲୋକମାନେ ୧୯୭୦ ମସିହାରେ ଜଙ୍ଗଲର ସୁରକ୍ଷା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ଲୋକମାନେ ଗଛଗୁଡିକୁ ଆଲିଙ୍ଗନ କରି ଗଛ କାଟିବାରୁ ରକ୍ଷା କରୁଥିଲେ। ଏହାକୁ ମାନବ ଏବଂ ପ୍ରକୃତି ମଧ୍ୟରେ ଥିବା ପ୍ରେମର ପ୍ରତୀକ ଭାବରେ ବିବେଚନା କରି ଏହାର ନାମ ଚିପକୋ ଆନ୍ଦୋଳନ ରଖାଯାଇଥିଲା।

୨୬ ମାର୍ଚ୍ଚ ୧୯୭୪ରେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଅଢେଇ ହଜାର ଗଛ ନିଲାମ କରିବା ପରେ କଣ୍ଟ୍ରାକ୍ଟର ଶ୍ରମିକମାନଙ୍କୁ ଜଙ୍ଗଲ କାଟିବା ପାଇଁ ପଠାଇଥିଲେ। କିନ୍ତୁ ସେମାନେ ରୈଣୀ ଗାଁର ମହିଳାମାନଙ୍କୁ ସାମ୍ନା କରିବାକୁ ପଡିଲା। ସେମାନେ ଗଛ କଟା ରୋକିବା ପାଇଁ ଗଛକୁ କୁଣ୍ଡେଇ ରହିଲେ। ସେମାନେ କହିଲେ ଯେ ଗଛ କାଟିବା ପୂର୍ବରୁ ସେମାନଙ୍କୁ କାଟି ଦିଅ। ସେମାନଙ୍କର ଏହି ନିର୍ଭୀକତାର ଧ୍ୱନୀ ସମଗ୍ର ଭାରତରେ ପ୍ରକମ୍ପିତ ହେଲା।

ଚିପକୋ ଆନ୍ଦୋଳନର ଜନନୀ:

ରୈଣୀ ଗାଁରୁ ଆରମ୍ଭ ଭୋଇଥିବା ଏହି ଆନ୍ଦୋଳନର ନେତୃତ୍ୱ ଜଣେ ମହିଳା ନେଇଥିଲେ। ତାଙ୍କ ନାମ ଗୌରା ଦେବୀ ଥିଲା। ସେ ୨୭ ଜଣ ମହିଳାଙ୍କୁ ଏକାଠି କରି ଗଛ କାଟିବା ବନ୍ଦ କରିଦେଇଥିଲେ।

ସେହିଭଳି ରାଜସ୍ଥାନରେ ଚିପକୋ ଆନ୍ଦୋଳନର ନେତୃତ୍ୱ ଜଣେ ମହିଳା ନେଇଥିଲେ। ସାମାଜିକ କାର୍ଯ୍ୟକର୍ତ୍ତା ବନ୍ଦନା ଶିବାଙ୍କ ପୁସ୍ତକ 'ଷ୍ଟେଇଙ୍ଗ ଆଲାଇଭ୍ : ୱିମେନ୍ ଇକୋଲୋଜି ଆଣ୍ଡ୍ ସର୍ଭାଇଭାଲ ଇଣ୍ଡିଆ'ରେ ଚିପକୋ ଆନ୍ଦୋଳନ ବିଷୟରେ ଉଲ୍ଲେଖ କରାଯାଇଛି ଯେଉଁଥିରେ ଲେଖାଅଛି ଯେ ରାଜସ୍ଥାନର ବିଷ୍ଣୋଇ ସମ୍ପ୍ରଦାୟର ୩୦୦ରୁ ଅଧିକ ଲୋକ ବୃକ୍ଷ ରକ୍ଷା ପାଇଁ ପ୍ରାଣ ହରାଇଛନ୍ତି। ରାଜସ୍ଥାନରେ ଅମୃତା ଦେବୀ ନାମକ ଜଣେ ମହିଳା ଗଛ କାଟିବା ପାଇଁ ଚିପକୋ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

ଚିପ୍‌କୋ ଆନ୍ଦୋଳନରେ ଜଡିତ ମହିଳାମାନେ:

ଚିପ୍‌କୋ ଆନ୍ଦୋଳନରେ ଚଣ୍ଡି ପ୍ରସାଦ ଭଟ୍ଟ ଏବଂ ସୁନ୍ଦରଲାଲ ବହୁଗୁଣାଙ୍କ ପରି ଲୋକମାନେ ଏକ ପ୍ରମୁଖ ତଥା ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ଦେଶର ମହିଳାମାନେ ଏହି ଆନ୍ଦୋଳନକୁ ସଫଳ କରାଇଥିଲେ। ଚିପକୋ ଆନ୍ଦୋଳନରେ ସହଯୋଗ କରିଥିଲେ ଗାନ୍ଧୀଙ୍କ ଶିଷ୍ୟା ମୀରା ବେନ, ସରଲା ବେନ, ବିମଲା ବେନ, ହିମା ଦେବୀ, ଗଙ୍ଗା ଦେବୀ, ବଚନା ଦେବୀ, ଇତୱାରୀ ଦେବୀ, ଛମୁନ୍ ଦେବୀ ପ୍ରମୁଖ।



from Latest Odisha News, Breaking News Today | Top Updates on Corona - OTV News https://ift.tt/MmHjVRo
ଗଛ ପାଇଁ ବାହାରିଥିଲେ ମହିଳା; ୩୦୦ରୁ ଅଧିକ ପ୍ରାଣ ହରାଇଥିଲେ Pramod Behera ଗଛ ପାଇଁ ବାହାରିଥିଲେ ମହିଳା; ୩୦୦ରୁ ଅଧିକ ପ୍ରାଣ ହରାଇଥିଲେ Pramod Behera Reviewed by SUBHENDU BARAL on June 04, 2022 Rating: 5

No comments:

Powered by Blogger.