ବନ ବିଭାଗର ନୂଆ ପ୍ରୟାସ : ହାତୀ ଆସିଲେ ବାଜିବ ଘଣ୍ଟି, ଜଳିବ ଲାଇଟ; ବନ କର୍ମଚାରୀଙ୍କ ମୋବାଇଲକୁ ଯିବ ମେସେଜ୍   Kanak News

କନକ ବ୍ୟୁରୋ : ହାତୀଙ୍କ ଉପସ୍ଥିତକୁ ଜଣାଇବ ସ୍ୱୟଂ ଚାଳିତ ହାତୀ ସନ୍ଧାନକାରୀ ଯନ୍ତ୍ର । ଢ଼େଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥର ରସାସିଂ ଓ ହଳଦିବାହାଳ ଠାରେ ପ୍ରାୟ ହାତୀପଲ ପାର ହେଉଥିବାରୁ ଏହି ଦୁଇଟି ସ୍ଥାନରେ ସ୍ୱୟଂ ଚାଳିତ ହାତୀ ସନ୍ଧାନକାରୀ ଯନ୍ତ୍ର ଖଞ୍ଜା ଯାଇଛି । ପାଲଲହଡ଼ାର ପରିବର୍ତ୍ତନ ନାମକ ଏନଜିଓ ସଂସ୍ଥା ଏହି ଯନ୍ତ୍ରକୁ ଲଗାଇଛନ୍ତି । ୨୦୦ ମିଟର ଅବଧି ଭିତରେ ହାତୀଙ୍କ ଉପସ୍ଥିତକୁ ବାରି ପାରିବାର କ୍ଷମତା ଥିବା ଯନ୍ତ୍ରଟି ଆପେ ଆପେ ନାଲି ବତି ଜଳିବା ସହ ସାଇରନ ବାଜିବ ।

ଯାହାକି ଏକ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଭିବ । ଫଳରେ ରାସ୍ତାରେ ଯାଉଥିବା ଯାନ ବାହାନ ଅଟକିବ । ହାତୀପଲ ପାର ହେବା ପରେ ସାଇରନ ବନ୍ଦ ହୋଇଯିବ । ଗୋଟିଏ ଯନ୍ତ୍ରକୁ ସ୍ଥାପିତ କରିବା ସହ ନିରୀକ୍ଷଣ ଓ ରକ୍ଷଣାବେକ୍ଷଣାକୁ ହିସାବ କଲେ ଏହା ଏକ ଲକ୍ଷ ଖର୍ଚ୍ଚ ହେବ । ତେବେ ଏହି ଯନ୍ତ୍ର କର୍ଣ୍ଣାଟକ, ମହାରାଷ୍ଟ୍ରରେ ବେଶ ସଫଳତା ଦେଉଛି ବୋଲି ଏନଜିଓ ସଂସ୍ଥା ସୂଚନା ଦେଇଛନ୍ତି ।

The post ବନ ବିଭାଗର ନୂଆ ପ୍ରୟାସ : ହାତୀ ଆସିଲେ ବାଜିବ ଘଣ୍ଟି, ଜଳିବ ଲାଇଟ; ବନ କର୍ମଚାରୀଙ୍କ ମୋବାଇଲକୁ ଯିବ ମେସେଜ୍   first appeared on Kanak News.



from Kanak News https://ift.tt/Dlc16hj https://ift.tt/7gUpVwW
ବନ ବିଭାଗର ନୂଆ ପ୍ରୟାସ : ହାତୀ ଆସିଲେ ବାଜିବ ଘଣ୍ଟି, ଜଳିବ ଲାଇଟ; ବନ କର୍ମଚାରୀଙ୍କ ମୋବାଇଲକୁ ଯିବ ମେସେଜ୍   Kanak News ବନ ବିଭାଗର ନୂଆ ପ୍ରୟାସ : ହାତୀ ଆସିଲେ ବାଜିବ ଘଣ୍ଟି, ଜଳିବ ଲାଇଟ; ବନ କର୍ମଚାରୀଙ୍କ ମୋବାଇଲକୁ ଯିବ ମେସେଜ୍   Kanak News Reviewed by SUBHENDU BARAL on June 22, 2022 Rating: 5

No comments:

Powered by Blogger.