ଜର୍ମାନୀରେ ଜି-୭ ସମ୍ମିଳନୀରେ ମୋଦୀ-ବାଇଡେନ୍ ଭେଟ : ମୋଦୀଙ୍କୁ ସାକ୍ଷାତ କରିବା ପାଇଁ ଦୌଡ଼ି ଆସିଲେ ବାଇଡେନ୍; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ Kanak News
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ସମ୍ମିଳନୀରେ ଭାଗ ନେବା ପାଇଁ ଜର୍ମାନୀରେ ଅଛନ୍ତି । ସେଠାରେ ସେ ଜି-୭ ଗ୍ରୁପରେ ସାମିଲ ରାଷ୍ଟ୍ରର ମୁଖ୍ୟଙ୍କୁ ସାକ୍ଷାତ କରିଛନ୍ତି । ତେବେ ଏହି ସାକ୍ଷାତକାରରେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ତାଙ୍କ ପାଖକୁ ଚାଲି ଆସିଥିଲେ ।
#ମୋଦୀଙ୍କୁ_ଡାକିଲେ_ବାଇଡେନ୍…
ପଛରୁ ଡାକିଲେ ବାଇଡେନ୍ । ହଠାତ୍ ବୁଲିପଡି ହାତ ମିଳାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ଜି-୭ ସମ୍ମିଳନୀରେ ଦେଖିବାକୁ ମିଳିଲା ଏମିତି କିଛି ଦୃଶ୍ୟ… #NarendraModi #JoeBiden #Germany #KanakNews pic.twitter.com/4esJOfCJrA— Kanak News (@kanak_news) June 27, 2022
ଏ ସମ୍ବନ୍ଧିତ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି, ପ୍ରଧାନମନ୍ତ୍ରୀ ମୋଦୀ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ କଥାବାର୍ତା କରୁଛନ୍ତି । ଏହାରି ଭିତରେ ଜୋ ବାଇଡେନ୍ ନିଜେ ଚାଲି ମୋଦୀ ପାଖକୁ ଆସୁଛନ୍ତି ଏବଂ ତାଙ୍କ ସହ ହାତ ମିଳାଉଛନ୍ତି । ମୋଦୀ ମଧ୍ୟ ବାଇଡେନଙ୍କୁ ଦେଖି ସାମାନ୍ୟ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ମୋଦୀ ବର୍ତ୍ତମାନ ଜି-୭ ସମ୍ମିଳନୀରେ ଭାଗ ନେବା ପାଇଁ ଜର୍ମାନୀରେ ପହଂଚିଛନ୍ତି । ଏହି ସମ୍ମିଳନୀରେ ଭାଗ ନେବା ପାଇଁ ଆମନ୍ତ୍ରିତ ୫ ଅଂଶଗ୍ରହଣକାରୀ ଦେଶ ଗୁଡ଼ିକ ମଧ୍ୟରେ ଭାରତ ସାମିଲ୍ ଅଛି ।
ବାଇଡେନଙ୍କ ବ୍ୟତୀତ ମୋଦୀ, ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଓ କାନାଡା ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ଭାରତ ବ୍ୟତୀତ ଜି-୭ ସମ୍ମିଳନୀର ଆୟୋଜକ ଜର୍ମାନୀ- ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗଲ ଓ ଦକ୍ଷିଣ ଆଫ୍ରିକାକୁ ଅତିଥି ଭାବେ ଆମନ୍ତ୍ରଣ କରିଛି । ୭ ଦେଶର ଏହି ଗ୍ରୁପରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍ ଓ ଆମେରିକା ସାମିଲ୍ ଅଛି ।
The post ଜର୍ମାନୀରେ ଜି-୭ ସମ୍ମିଳନୀରେ ମୋଦୀ-ବାଇଡେନ୍ ଭେଟ : ମୋଦୀଙ୍କୁ ସାକ୍ଷାତ କରିବା ପାଇଁ ଦୌଡ଼ି ଆସିଲେ ବାଇଡେନ୍; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ first appeared on Kanak News.
from Kanak News https://ift.tt/6qUKiLJ https://ift.tt/AJ4OC7t
No comments: