ଦିନକୁ ଦିନ ଜଟିଳ ହେଉଛି ମହାରାଷ୍ଟ୍ର ମହାସଙ୍କଟ । ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶିବସେନା ଜାତୀୟ କାର୍ଯ୍ୟାକାରିଣୀର ନିଷ୍ପତି Kanak News
କନକ ବ୍ୟୁରୋ : ମହାରାଷ୍ଟ୍ରରେ ଶିବସେନାର ରାଜନୈତିକ ସଂକଟ ନୂଆ ମୋଡ଼ ନେବାକୁ ଯାଉଛି । ଶିବସେନା ସରକାର ଗଠନ କରିବା ଅପକ୍ଷୋ ନିଜ ଦଳକୁ ବଞ୍ଚାଇବାକୁ ଅଧିକ ପ୍ରୟାସ କରୁଥିବା ଜଣାପଡ଼ିଛି । ସେପଟେ ବିଜେପିର ସକ୍ରିୟତା ଏବେ ନୂଆ ସରକାର ଗଠନ ଆଡ଼କୁ ଅଗ୍ରସର ହେବାରେ ଲାଗିଛି । ଏହାରି ଭିତରେ ଏକନାଥ ସିନ୍ଦେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ସାକ୍ଷାତ ହୋଇଥିବା ଖବର ପ୍ରକାଶ ପାଉଥିଲେ ମଧ୍ୟ ବିଜେପି ଏଯାଏଁ ଏ ପ୍ରସଙ୍ଗରେ ନୀରବ ରହିଛି । ଶିବସେନାର ବିଦ୍ରୋହୀ ଗୋଷ୍ଠୀଙ୍କ ପାଖରେ ଦୁଇ-ତୃତୀୟାଂଶ ବିଧାୟକଙ୍କ ସମର୍ଥନ ଥିବା ଦାବି କରିବା ପରେ ବିଜେପି ଖୋଲାଖୋଲି ଭାବେ ସାମ୍ନାକୁ ଆସିନାହିଁ । ଏହାର ଅନ୍ୟ କାରଣ ମଧ୍ୟ ରହିଛି ।
ମିଳିଥିବା ସୂଚନା ଅନୁସାରେ, ବିଜେପି ଚାହୁଁଛି ଯେ ବିଦ୍ରୋହୀ ଗୋଷ୍ଠୀଙ୍କୁ ପ୍ରଥମେ ବିଧାନସଭାରେ ମାନ୍ୟତା ଦିଆଯାଉ କିମ୍ବା ବିଧାୟକ ଦଳ ଏବଂ ସାଂସଦଙ୍କ ସହ ସାଂଗଠନିକ ସ୍ତରରେ ଶିବନୋର ବିଭାଜନ କରାଯାଉ । ବିଦ୍ରୋହୀ ଗୋଷ୍ଠୀମାନେ ନିଜେ ନିଜକୁ ପ୍ରକୃତ ଶିବସେନା ବୋଲି ଦାବି କରୁଛନ୍ତି । ଏଭଳି ସ୍ଥିତିରେ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ଅକ୍ଷୁର୍ଣ୍ଣ ରହିବା ସହ ବିଜେପିରେ ମିଶ୍ରଣକୁ ମଧ୍ୟ ଏଡାଇ ଦିଆଯାଇପାରିବ । ସେପଟେ ଏନସିପି ନେତା ଶରଦ ପାୱାରଙ୍କ ଭବିଷ୍ୟତ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ମହାବିକାଶ ଅଘାଡ଼ି ସରକାରକୁ ବଂଚାଇବା ସେ କୌଣସି ଉଦ୍ୟମ କରୁଛନ୍ତି ନା ଶିବସେନାକୁ ଏକା କରିଦେବେ । ବର୍ତମାନ ଶିବସେନା ଏକାକୀ ନିର୍ବାଚନ ଲଢ଼ୁଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଦ୍ୱାରା ଡକାଯାଇଥିବା ବିଭିନ୍ନ ବୈଠକରେ ଆଶାଠାରୁ କମ୍ ନେତା ଯୋଗଦେଇଥିବାରୁ ଶିବସେନାର ସମସ୍ୟା ବଢ଼ି ଯାଇଛି । ଏଥିସହିତ ବିଦ୍ରୋହୀମାନେ ଧିରେ ଧୀରେ ସତର୍କତାର ସହ ଆଗକୁ ବଢ଼ୁଛନ୍ତି ଏବଂ ଏପର୍ଯ୍ୟନ୍ତ ନିଜ ହାତରୁ ବାଜି ଛଡ଼ାଇ ନେବା ପାଇଁ ସେମିତି କୌଣସି ପଦକ୍ଷେପ ଉଠାଇନାହାନ୍ତି । ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିସଙ୍କର ବଡୋଦରାରେ ଶୁକ୍ରବାର-ଶନିବାର ରାତିତମାମ ସାକ୍ଷାତ ନେଇ ଖବର ସାମ୍ନାକୁ ଆସିଛି । ଏଥିରୁ ଲାଗୁଛି ଆଗାମୀ ଦିନେ କି ଦୁଇ ଦିନ ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ ।
The post ଦିନକୁ ଦିନ ଜଟିଳ ହେଉଛି ମହାରାଷ୍ଟ୍ର ମହାସଙ୍କଟ । ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶିବସେନା ଜାତୀୟ କାର୍ଯ୍ୟାକାରିଣୀର ନିଷ୍ପତି first appeared on Kanak News.
from Kanak News https://ift.tt/1ezAbul https://ift.tt/yLq9gU6
No comments: