ବାରବାଟୀ ଟି-୨୦ : ଆଜିଠୁ ବିକ୍ରି ହେବ ଅଫଲାଇନ୍ ଟିକେଟ୍ Kanak News

କନକ ବ୍ୟୁରୋ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାଟବାଟରେ ହେବାକୁୁଥ ଥିବା ଟି-୨୦ ମ୍ୟାଚ ପାଇଁ ଆଜିଠୁ ଆରମ୍ଭ ହେବ ଅଫଲାଇନ୍ ଟିକେଟ୍ ବିକ୍ରି । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ତଥା ଓସିଏ ସହ ଅନୁବନ୍ଧିତ ସଂସ୍ଥା, କ୍ଲବ, ସ୍କୁଲ, କଲେଜ ଓ ଜିଲ୍ଲାମାନଙ୍କୁ ଆଜି ଟିକେଟ୍ ବିକ୍ରି କରାଯିବ । ସକାଳ ୧୦ ଟାରେ ଓସିଏ କନଫରେନ୍ସିଂ ହଲରେ ଟିକେଟ୍ ବିକ୍ରି କରାଯିବ ବୋଲି ସୂଚନା ମିଳିଛି । ୭ ଏବଂ ୮ ତାରିଖ ଦୁଇ ଦିନରେ ମୋଟ ୮ ହଜାର ଟିକେଟ୍ ବିକ୍ରି କରାଯିବ ।

୯ ଏବଂ ୧୦ ତାରିଖ ଦର୍ଶକଙ୍କ ପାଇଁ ଅଫଲାଇନରେ ଟିକେଟ୍ ମିଳିବ । ଷ୍ଟାଡିମୟ କାଉଣଟର ସହ କଟକ ଏବଂ ଭୁବନେଶ୍ୱରେ ଦୁଇଟି ଲେଖାଏଁ କାଉଣ୍ଟର ଖୋଲି ଟିକେଟ ବିକ୍ରି କରାଯିବ ବୋଲି ସୂଚନା ଅଛି । ତେବେ ମୋଟ ୨୯ ହଜାର ୧୫୪ ଟିକେଟ୍ ବିକ୍ରି ହେବାକୁ ଥିବା ବେଳେ ସେଥିରୁ ୫ ହଜାର ଟିକେଟ୍ ଅନଲାଇନରେ ବିକ୍ରି ହୋଇସାରିଛି । କହିରଖୁଛୁ ଯେ ଏହି ୫ ହଜାର ଅନଲାଇନ୍ ଟିକେଟ୍ ୫ ମିନିଟ୍ ମଧ୍ୟରେ ଶେଷ ହୋଇଯାଇଥିଲା ।

ବାରବାଟୀ ଷ୍ଟାଡିୟମରେ ପେସାଦାର ଟ୍ବେଣ୍ଟି-୨୦ ମ୍ୟାଚ ଆପିଏଲ୍‌ ଯୋଗୁଁ ସମ୍ଭବ ହୋଇଛି। ଯଦିଓ ପୂର୍ବରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର କିଛି ମ୍ୟାଚ ଏଠାରେ ଖେଳାଯାଇଛି, ହେଲେ ଆଇପିଏଲ୍‌ ଆସିବା ପରଠୁ ଏହି ସଂକ୍ଷୀପ୍ତ ଫର୍ମାଟର ଖେଳରେ ରୋମାଞ୍ଚ ଭରିଯାଇଛି। ବାରବାଟୀରେ ବର୍ତ୍ତମାନ ସୁଦ୍ଧା ୭ ଆଇପିଏଲ୍‌ ମ୍ୟାଚ ଖେଳାଯାଇଛି । ପ୍ରଥମେ ଡେକାନ ଚାର୍ଜର୍ସ ବାରବାଟୀକୁ ଘରୋଇ ପଡ଼ିଆ କରିବା ପରେ ୨୦୧୦ରେ ଦଳ ଏଠାରେ ଦୁଇଟି ମ୍ୟାଚ ଖେଳିଥିଲା। ଏଠାରେ ଓଡ଼ିଆ ଖେଳାଳି ବିପ୍ଲବ ସାମନ୍ତରାୟ ଏହି ଦଳରେ ସାମିଲ ହୋଇଥିଲାବେଳେ ଦୁଇଟି ଯାକ ମ୍ୟାଚରେ ଡେକାନ ବିଜୟୀ ହୋଇଥିଲା । ପ୍ରଥମ ମ୍ୟାଚରେ ଡେକାନ ୬ ରନ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଚାବକୁ ଓ ଦ୍ବିତୀୟ ମ୍ୟାଚରେ ୧୦ ରନ୍‌ରେ ଦିଲ୍ଲୀ ଡେୟାରଡେଭିଲ୍ସକୁ ହରାଇଥିଲା ।

୨୦୧୨ ସ˚ସ୍କରଣରେ ଡେକାନ ପୁଣି ଦୁଇଟି ମ୍ୟାଚ ଖେଳିଥିଲାବେଳେ ପ୍ରଥମ ମ୍ୟାଚରେ କୋଲକାତାଠୁ ୫ ଵିକେଟରେ ପରାସ୍ତ ହୋଇଥିଲାବେଳେ ଦ୍ବିତୀୟ ମ୍ୟାଚରେ ପୁନେ ଵାରିୟର୍ସକୁ ୧୩ ରନ୍‌ରେ ମାତ୍‌ ଦେଇଥିଲା। ୨୦୧୪ରେ ଶେଷ ଥର ପାଇଁ ବାରବାଟୀରେ ଆଇପିଏଲ୍‌ ଖେଳାଯାଇଥିଲା। କିଙ୍ଗ୍ସ ଏକାଦଶ ପଞ୍ଜାବ ବାରବାଟୀକୁ ଘରୋଇ ପଡ଼ିଆ ଭାବେ ବ୍ୟବହାର କରିଥିଲାବେଳେ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୪୪ ରନ୍‌ରେ ହରାଇଥିଲାବେଳେ ଦ୍ବିତୀୟ ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସଠୁ ୯ ଵିକେଟରେ ପଞ୍ଜାବ ହାରିଯାଇଥିଲା ।

The post ବାରବାଟୀ ଟି-୨୦ : ଆଜିଠୁ ବିକ୍ରି ହେବ ଅଫଲାଇନ୍ ଟିକେଟ୍ first appeared on Kanak News.



from Kanak News https://ift.tt/kJ3Mlri https://ift.tt/YZd0H6z
ବାରବାଟୀ ଟି-୨୦ : ଆଜିଠୁ ବିକ୍ରି ହେବ ଅଫଲାଇନ୍ ଟିକେଟ୍ Kanak News ବାରବାଟୀ ଟି-୨୦ : ଆଜିଠୁ ବିକ୍ରି ହେବ ଅଫଲାଇନ୍ ଟିକେଟ୍ Kanak News Reviewed by SUBHENDU BARAL on June 06, 2022 Rating: 5

No comments:

Powered by Blogger.