ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍, ଫେସବୁକ୍‌ରେ ଛାଡିଲେ ଭକ୍ତ

ପୁରୀ: ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍। ଫେସବୁକ ଆକାଉଣ୍ଟରେ ସଞ୍ଜୟ ପାଢୀ ଶର୍ମା ସଞ୍ଜୟ ନାମକ ଭକ୍ତ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଭାଇରାଲ କରିଛନ୍ତି। ଫଟୋରେ ଆଜି ତାରିଖ ଦେଇ ଫଟୋ ପୋଷ୍ଟ କରିଥିବା ବେଳେ ତାଙ୍କ ସହିତ ଆଉ ଜଣେ ବ୍ୟକ୍ତି ମଧ୍ୟ ଅଛନ୍ତି। କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେ ସେଲଫି ଉଠାଇ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ସଞ୍ଜୟ।

ତେବେ ଏଠି ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନିଷେଧ ଥିବାବେଳେ ଏହି ଭକ୍ତ ଜଣକ ମନ୍ଦିର ଭିତରକୁ ମୋବାଇଲ୍ ନେଇ ସେଲଫି ଉଠାଇ ଫଟୋ ଭାଇରାଲ୍ କଲେ କିପରି? ଶ୍ରୀମନ୍ଦିର ବାହାରେ ଓ ଭିତରେ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ଏହି ଭକ୍ତ ଜଣକ ସୁରକ୍ଷା ଭେଦ କଲେ କିପରି ସେନେଇ ଉଠିଛି ପ୍ରଶ୍ନ। ନିକଟରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଏହାର ଭିତର ପାର୍ଶ୍ଵ ଫଟୋ ଉତ୍ତୋଳନ କରିବାକୁ ଚେଷ୍ଟା କରାଯାଇଛି। 

ଏମିତି ଅନେକ ଥର ଶ୍ରୀମନ୍ଦିରର ଭିତରର ଫଟୋ ଭାଇରାଲ୍ ହୋଇଛି। ଏହି ପରି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଶ୍ରୀ ମନ୍ଦିର ପ୍ରଶାସନ ସେତେ ଗମ୍ଭୀରତାର ସହ ନେଉଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି। ଯାହା ଫଳରେ ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଛି। ଏମିତି ଘଟଣା ଆଉ କେତେ ଥର ଘଟିଲେ ପ୍ରଶାସନ ଚେଇଁ ଉଠିବ ଏବଂ ମନ୍ଦିରର ସମସ୍ତ ଦ୍ଵାରରେ କଡା ଯାଞ୍ଚ କରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



from Prameya News7 https://ift.tt/wURTV8j
ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍, ଫେସବୁକ୍‌ରେ ଛାଡିଲେ ଭକ୍ତ ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍, ଫେସବୁକ୍‌ରେ ଛାଡିଲେ ଭକ୍ତ Reviewed by SUBHENDU BARAL on June 07, 2022 Rating: 5

No comments:

Powered by Blogger.