ମେଷ– ଆଜି ସାମାଜିକ ସ୍ତରରେ ସମ୍ମାନିତ ହେବେ । ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କ କଥାଗୁଡିକ ଠିକ୍ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ । ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ । ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ଚାଷୀ-କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ-ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ମିତ୍ର ସୁଖ ପାଇବେ ।
ବୃଷ – ପାରିପାରିକ ସ୍ଥିତି ଚିନ୍ତାଜନକ ହୋଇପାରେ । ହାତକୁ ନେଇଥିବା କାମ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ । ଘର ସକାଶେ, ଜମିଜମା ପାଇଁ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ । ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱଭାବର ପରିବର୍ତ୍ତନ ଯୋଗୁ ଖୁସି ରହିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।
ଗୃହିଣୀ- ସଦିଚ୍ଛା ଭାବ ରହିବ ।
ବ୍ୟବସାୟୀ- ବିଜୟୀ ହେବେ ।
କର୍ମଜୀବି-କାର୍ଯ୍ୟରେ ଅବହେଳା କରିବେ ନାହିଁ ।
ଛାତ୍ରଛାତ୍ରୀ-ବହୁ ପରିଶ୍ରମ କରିବାକୁ ପଡିବ ।
ରୋଗୀ-ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
ମିଥୁନ – ଆଜି ଯାହା ନିଷ୍ପତ୍ତି ନେବେ ଶେଷ ସମୟରେ ଅନ୍ୟମାନଙ୍କ ବିରୋଧ କାରଣରୁ ଓଲଟ ପାଲଟ ହୋଇଯିବ । ମିତ୍ରମାନେ ପୂର୍ବ ଶତ୍ରୁତା କଥା ସ୍ମରଣ କରି ମତ ବଦଲାଇ ଅସହ-ଯୋଗ କରିବେ । ପୁନର୍ବସୁ ନକ୍ଷତ୍ରର ବନ୍ଧୁ ମିଳନ ସହିତ ଆମୋଦ ପ୍ରମୋଦର ସୁଅ ଛୁଟିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।
ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ-ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।
କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ-ନୂଆବସ୍ତ୍ର ଲାଭ ହେବ ।
କର୍କଟ – କଳା, ସାହିତ୍ୟ ଓ ଗୁରୁତ୍ୱପୂର୍ଣ୍ଣ କାମରେ ଉପଯୁକ୍ତ ଫଳ ପାଇପାରନ୍ତି । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ପୁଷ୍ୟା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କରିବା ଯୋଗୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
ବ୍ୟବସାୟୀ- ସଦ୍ବ୍ୟବହାର କରନ୍ତୁ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
ରୋଗୀ-ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ସିଂହ – ବନ୍ଧୁ ପରିଜନଙ୍କ ସହ କୌଣସି ନୁତନ ସ୍ଥାନକୁ ଯିବା ପାଇଁ ସଜବାଜ ହୋଇ ପାରନ୍ତି । କର୍ମକ୍ଷେତ୍ରରେ ଅପ୍ରିୟ ସତ କଥା କହି ବିରୋଧୀ ହେବେ । କର୍ମକ୍ଷେତ୍ରରେ ବିବାଦୀୟ ଘଟଣା ଜଟିଳ ଆଡକୁ ଗତି କରିପାରେ । ଆଜି ଆପଣ ଯାହା ପାଇବେ ତାହା ବହୁତ ପୂର୍ବରୁ ହିଁ ପାଇବାର ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।
ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ-ବିଦ୍ୱାନ୍ ହେବେ ।
କର୍ମଜୀବି-କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ-ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ-ସୁଖଭାରା ଦିନଟି ।
କନ୍ୟା – ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ । ଭୁଲ୍ ବୁଝା ମଣା କାରନରୁ ପାରିବାରିକ କ୍ଷେତ୍ର ସମସ୍ୟା ବହୁଳ ହୋଇପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।
ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ-ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
ଚାଷୀ-ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ତୁଳା – ଆନୁଷ୍ଠାନିକ ବନ୍ଧୁ ମିଳନ ସମୟରେ ବନ୍ଧୁଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାତି ନେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
ଚାଷୀ-ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।
କର୍ମଜୀବି-କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
ବ୍ୟବସାୟୀ-ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ-ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
ବିଛା – କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିବାର ସୂଚନା ପାଇବେ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବାକୁ ପଡିବ । ହଠାତ୍ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇ ପାରନ୍ତି । ଶୁଭ ରଙ୍ଗ କ୍ରିମ୍ । ଶୁଭ ଅଙ୍କ ୩ ।
ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ-ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
ରୋଗୀ-ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ଧନୁ – ପିଲାଙ୍କ ସ୍ୱାସ୍ଥ୍ୟହାନି, ବନ୍ଧୁଙ୍କ ମାନସିକ ଚାପ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ । ଅନୁକୂଳ ଗ୍ରହ ଯୋଗରୁ ପ୍ରତ୍ୟେକ ଅସ୍ୱସ୍ତିକର ପରିସ୍ଥିତି ସୁଧୁରି ଯିବ । ଅଫିସିଆଲି କାମରେ ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୧ ।
ଚାଷୀ- ଶ୍ରମ ସାର୍ଥକ ହେବ ।
ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍, ପଳେଇ ଯାଇପାରେ ।
ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।
ମକର – ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । କେତେକ ନୁତନ କାମର ପରିକଳ୍ପନା କରିବା ସାଙ୍ଗକୁ ଖର୍ଚ୍ଚଭାବ ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ସାମାଜିକ ସ୍ତରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।
ଗୃହିଣୀ-ଧାର୍ମିକ ହେବେ ।
ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।
କର୍ମଜୀବି-କାର୍ଯ୍ୟ କରି ପ୍ରଶଂସିତ ହେବେ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
ରୋଗୀ-ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
କୁମ୍ଭ – ପଡୋଶୀଙ୍କ ସହାତାରେ ପାରିବାରିକ ସମସ୍ୟାକୁ ସୁଧାରି ନେବେ । ସହାନୁଭୂତି ଦେଖାଇ ନିକଟ ସମ୍ପର୍କୀୟମାନେ ପାଖେଇ ଆସିବେ । ଅତି ପ୍ରିୟ ବନ୍ଧୁଟି ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ । ପାରିବାରିକ କ୍ଷେତ୍ରରେ ଟେନସନ୍ କିଛି ମାତ୍ରାରେ କମିଯିବା ସାଙ୍ଗକୁ ମାଙ୍ଗଳିକ କାମରୁ ଖୁସି ରହିବେ । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୩ ।
ଚାଷୀ-ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ-ବିଜ୍ଞ ହେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
ମୀନ – ଆଲୋଚନା ପରିସରରେ ବିତର୍କ ଜନିତ କେନ୍ଦ୍ର କରି ଝଗଡା ଲାଗିପାରେ । ପରିବାରର ବାରଣରୁ ନ ମାନି କୌଣସି କାମରେ ଆଗଭର ହେବା ଠିକ୍ ହେବନି । ଅଫିସ୍ ରେ କୌଣସି ଘଟଣା ମନକୁ ବିବ୍ରତ କରିପାରେ । କାମ ହାସଲ ନ ହେବା କାରଣକୁ ନେଇ ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।
ଗୃହିଣୀ-ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
କର୍ମଜୀବି-କାର୍ଯ୍ୟରେ ଅବହେଳା କରିବେ ନାହିଁ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
ରୋଗୀ-ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
from Prameya News7 https://ift.tt/QepUVm5

No comments: