କନକ ବ୍ୟୁରୋ : ମୁମ୍ବାଇରେ ସୋମବାର ବିଳମ୍ବିତ ରାତିରେ ଘଟିଛି ବଡ଼ ଅଘଟଣ । ମୁମ୍ବାଇରେ ଏକ ଚାରି ମହଲା ବିଶିଷ୍ଟ ବିଲ୍ଡିଂ ଭୁଶୁଡି ପଡ଼ିବା ଦ୍ୱାରା ସେଥିରେ ୨୦ରୁ ୨୫ ଜଣ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ମୁମ୍ବାଇର କୁର୍ଲାର ନାଏକ ନଗରରେ ଏହି ଅଘଟଣ ଘଟିଛି । ପୋଲିସ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ବିଲ୍ଡିଂରୁ ୭ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବିଏମସି ସୂଚନା ଦେଇଛି । ମହାରାଷ୍ଟ୍ର ସରକାରର କ୍ୟାବିନେଟ୍ ମନ୍ତ୍ରୀ ଆଦିତ୍ୟ ଠାକରେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ କହିଛନ୍ତି, ବିଲ୍ଡିଂ ଖାଲି କରିବା ପାଇଁ ନୋଟିସ୍ ଜାରି କରାଯାଇଥିଲା, କିନ୍ତୁ ଲୋକେ ଖାଲି କରିନଥିଲେ ଏବଂ ସେହି ଭଙ୍ଗା ବିଲ୍ଡିଂ ଭିତରେ ରହୁଥିଲେ । ବିଲ୍ଡିଂ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଆମର ପ୍ରାଥମିକତା ହେବ ବୋଲି ଆଦିତ୍ୟ ଠାକରେ କହିଛନ୍ତି ।
The post ଭୁଶୁଡ଼ିଲା ବିଲ୍ଡିଂ : ୭ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ; ୨୦ରୁ ୨୫ ଜଣ ଲୋକ ଚାପି ହୋଇଥିବା ଆଶଙ୍କା first appeared on Kanak News.
from Kanak News https://ift.tt/DHt4Sog https://ift.tt/nSLBD3W
No comments: