୭ରୁ ୧୨ ବର୍ଷର ପିଲାଙ୍କ ପାଇଁ କୋଭିଡ୍ ଟିକା, ଜେନୋଭା ଟିକାକୁ ବି ଅନୁମତି DCGI Satyendu Shekher Mishra

୭ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ କୋଭିଡ୍ ଟିକାକୁ ଅନୁମତି । ପୁଣେ ସ୍ଥିତ ସେରମ୍ ଇନ୍‌ଷ୍ଟିଚ୍ୟଟ୍‌ର କୋଭୋଭ୍ୟାକ୍ସ ଟିକାକୁ ଅନୁମତି ଦେଲେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ- DCGI । ଜରୁରୀକାଳୀନ ସ୍ଥିତିରେ ନିୟନ୍ତ୍ରିତ ବ୍ୟବହାର ପାଇଁ କୋଭୋଭ୍ୟାକ୍ସ କୋଭିଡ୍ ଟିକାକୁ ଅନୁମତି ଦିଆଯାଇଛି । ଏଥିସହ DCGI ପକ୍ଷରୁ ଜେନୋଭା ବାୟୋ ଫାର୍ମାସୁଟିକାଲ୍ସର ୨ ଡୋଜ୍ mRNA କୋଭିଡ୍ ଭ୍ୟାକ୍ସିନକୁ ମଧ୍ୟ ଅନୁମତି ଦିଆଯାଇଛି । ଏହାକୁ ୧୮ ଓ ତଦୁର୍ଦ୍ଧ ପ୍ରାପ୍ତ ବୟସ୍କଙ୍କ ପାଇଁ ଅନୁମତି ଦିଆଯାଇଛି । ୨ରୁ ୮ ଡିଗ୍ରୀ ସେଲସିୟସରେ ସୁରକ୍ଷିତ ରହୁଥିବା ଏହା ପ୍ରଥମ କୋଭିଡ୍ ଭ୍ୟାକ୍ସିନ୍ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ରାଜ୍ୟରେ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ବିଏମସିକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । BMC କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ପ୍ରିନସପାଲ୍ ସେକ୍ରେଟାରୀ ନିକୁଞ୍ଜ ଧଳ ଚିଠି ଲେଖି ତାଗିଦ କରିଛନ୍ତି । ବିଏମସିରେ ଟିକାକରଣ ଉତ୍ସାହଜନକ ନୁହଁ । ଧିରେ ଧିରେ ବଢିଚାଲିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏଣୁ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

୧୨ରୁ ୧୪ ବର୍ଷ ବୟସ ବର୍ଗର ୪୨ ହଜାର ୬୨୭ ଜଣଙ୍କୁ ଟିକାକରଣ କରିବାର ଥିଲା । କିନ୍ତୁ ଆଜି ଯାଏଁ ମାତ୍ର ୧୬ ହଜାର ୬୨୭ ଜଣ ପ୍ରଥମ ଡୋଜ୍ ନେଇଛନ୍ତି । ମାତ୍ର ୩୯ ପ୍ରତିଶତ ଲକ୍ଷ୍ୟପୂରଣ ହୋଇଛି । ସେହିପରି ୧୫ ରୁ ୧୭ ବର୍ଷ ବୟସ ବର୍ଗର ୬୨ ହଜାର ୬୮୦ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଟିକା ନେଇଛନ୍ତି ମାତ୍ର ୫୦ ହଜାର ୬୫୧ ଜଣ । ଅର୍ଥାତ୍‌ ୮୧ ପ୍ରତିଶତ ଲକ୍ଷ୍ୟପୂରଣ ହୋଇଛି । ସବୁଠାରୁ ନୈରାଶ୍ୟଜନକ ହେଇଛି ପ୍ରିକସନ୍ ଡୋଜ୍ । ଆଜି ଯାଏଁ ୯୯୩ ଜଣ ସ୍ୱାସ୍ଥ୍ୟକର୍ମୀ, ୧୬ ହଜାର ୮୦୪ FLW ପ୍ରିକସନ୍ ଡୋଜ୍ ନେଇଛନ୍ତି । ୬୦ ବର୍ଷରୁ ଅଧିକ ବର୍ଗ ବୟସର ମାତ୍ର ୬୬ ହଜାର ୧୬୪ ଜଣ ପ୍ରିକସନ୍ ଡୋଜ୍ ନେଇଛନ୍ତି ।



from Latest Odisha News, Breaking News Today | Top Updates on Corona - OTV News https://ift.tt/oAKaYNy
୭ରୁ ୧୨ ବର୍ଷର ପିଲାଙ୍କ ପାଇଁ କୋଭିଡ୍ ଟିକା, ଜେନୋଭା ଟିକାକୁ ବି ଅନୁମତି DCGI Satyendu Shekher Mishra ୭ରୁ ୧୨ ବର୍ଷର ପିଲାଙ୍କ ପାଇଁ କୋଭିଡ୍ ଟିକା, ଜେନୋଭା ଟିକାକୁ ବି ଅନୁମତି DCGI Satyendu Shekher Mishra Reviewed by SUBHENDU BARAL on June 28, 2022 Rating: 5

No comments:

Powered by Blogger.