ବାଇଡେନଙ୍କ ସୁରକ୍ଷାରେ ବଡ ତ୍ରୁଟି, ନୋ ଫ୍ଲାଇଂ ଜୋନକୁ ପଶି ଆସିଲା ବିମାନ

ନୂଆଦିଲ୍ଲୀ ୦୫/୦୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷାରେ ବଡ ତ୍ରୁଟି । ନୋ ଫ୍ଲାଇଂ ଜୋନକୁ ପଶି ଆସିଲା ବିମାନ । ଏହା ଦେଖି ତୁରନ୍ତ ସୁରକ୍ଷା ଏଜେନ୍ସି ତତ୍ପରତା ପ୍ରକାଶ କରିବା ସହ ବାଇଡେନ୍ ଓ ତାଙ୍କ ପତ୍ନୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଥିଲେ । ତେବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ହ୍ୱାଇଟ୍ ହାଉସ ଓ ସିକ୍ରେଟ୍ ସର୍ଭିସ କହିଛି ଯେ, ଏକ ଛୋଟ ବିମାନ ଶନିବାର ବାଇଡେନଙ୍କ ଭ୍ୟାକେସନ ହୋମ୍ ଅଞ୍ଚଳରୁ ପଶି ଆସିଥିଲା । ଏହା ନୋ ଫ୍ଲାଇଂ ଜୋନ୍ ଥିଲା । ଘଟଣା ପରେ ତୁରନ୍ତ ବାଇଡେନ୍ ଓ ତାଙ୍କ ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।

ହ୍ୱାଇଟ୍ ହାଉସ୍ ଆହୁରି ମଧ୍ୟ କହିଛି ଯେ, ବାଇଡେନ୍ ଓ ତାଙ୍କ ପରିବାର ପ୍ରତି କୌଣସି ବିପଦ ନାହିଁ । ୟୁଏସ ରାଷ୍ଟ୍ରପତି ନିଜ ଘରକୁ ଫେରି ଆସିଛନ୍ତି । ଭୁଲରେ ବିମାନଟି ନୋ ଫ୍ଲାଇଂ ଜୋନ ମଧ୍ୟକୁ ପଶି ଆସିଥିଲା । ଯାହାରୁ ତୁରନ୍ତ ବାହାର କରାଯାଇଥିଲା । ତେବେ ସେମାନେ ପାଇଲଟଙ୍କୁ ଧରି ପଚରାଉଚରା କରୁଥିବା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଉଡାଣ ପ୍ରତିବନ୍ଧକ ମାନିନଥିବା ବିମାନକୁ ଆମେରିକା ସେନା ଓ କୋଷ୍ଟଗାର୍ଡ ଦଣ୍ଡିତ କରିଥାନ୍ତି । ସେମାନେ ଧରା ପଡିଥିବା ବିମାନ କର୍ମଚାରୀଙ୍କୁ ପଚରାଉଚରା କରିବା ସହ ଜରିମାନା କିମ୍ବା ଜେଲ ମଧ୍ୟ ପଠାଇଥାନ୍ତି ।



from Prameya News7 https://ift.tt/lkQXyVL
ବାଇଡେନଙ୍କ ସୁରକ୍ଷାରେ ବଡ ତ୍ରୁଟି, ନୋ ଫ୍ଲାଇଂ ଜୋନକୁ ପଶି ଆସିଲା ବିମାନ ବାଇଡେନଙ୍କ ସୁରକ୍ଷାରେ ବଡ ତ୍ରୁଟି, ନୋ ଫ୍ଲାଇଂ ଜୋନକୁ ପଶି ଆସିଲା ବିମାନ Reviewed by SUBHENDU BARAL on June 04, 2022 Rating: 5

No comments:

Powered by Blogger.