ସଫଳ ହେଉଛି ଆତଙ୍କବାଦୀଙ୍କ ଚାଲ୍; ଭୟରେ କାଶ୍ମୀର ଛାଡ଼ି ପଳାଇଲେଣି ୧୦୦ରୁ ଅଧିକ ହିନ୍ଦୁ ପରିବାର

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ତାଙ୍କ ଚାଲ୍‌ରେ ସଫଳ ହେଉଥିବା ଦେଖିବାକୁ ମିଳୁଛି। ହିନ୍ଦୁମାନଙ୍କୁ କେନ୍ଦ୍ର ସରକାର ସୁରକ୍ଷା ଦେବାରେ ବିଫଳ ହେବା ପରେ ବାଛି ବାଛି ହିନ୍ଦୁଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ। ଫଳରେ କାଶ୍ମୀର ହିନ୍ଦୁମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ସେମାନେ ଘାଟି ଛାଡ଼ି ଚାଲିଯିବା ଆରମ୍ଭ କରିଛନ୍ତି। ଏକ ସମ୍ପ୍ରଦାୟର ନେତା ଏହି ସୂଚନା ଦେଇଛନ୍ତି।

କୁଲଗାମରେ ଜଣେ ହିନ୍ଦୁ ଶିକ୍ଷୟତ୍ରୀଙ୍କର ହତ୍ୟା ପରେ ପାଖାପାଖି ୧୦୦ରୁ ଅଧିକ ହିନ୍ଦୁ ପରିବାର ସହ କାଶ୍ମୀର ଛାଡ଼ି ଚାଲିଯାଇଛନ୍ତି। ମଙ୍ଗଳବାର ଆତଙ୍କବାଦୀମାନେ କୁଲଗାମର ଏକ ସରକାରୀ ସ୍କୁଲ୍‌ ବାହାରେ ୩୬ ବର୍ଷୀୟା ରଜନୀ ବାଳାଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ପରେ ହିନ୍ଦୁ ପଳାୟନ କରୁଥିବା ବାରାମୁଲା କାଶ୍ମୀର ପଣ୍ଡିତ କଲୋନୀ ଅଧ୍ୟକ୍ଷ ଅବତାର କୃଷ୍ଣ ଭଟ୍ଟ ସୂଚନା ଦେଇଛନ୍ତି।

ଇଲାକାରେ ରହୁଥିବା ୩୦୦ ପରିବାରରୁ ପାଖାପାଖି ଅଧା ପଳାୟନ କଲେଣି ବୋଲି ସେ ସୂଚନା ଦେଇଛନ୍ତି। ହତ୍ୟା ପରେ ଏମାନେ ଡରିଯାଇଥିଲେ ବୋଲି କହିବା ସହ ସିଏ ବି ଆସନ୍ତାକାଲି ଚାଲିଯିବେ ବୋଲି କହିଥିଲେ। ତେବେ ସରକାର ଆମକୁ କାଶ୍ମୀର ବାହାରକୁ ସ୍ଥାନାନ୍ତର କରିବେ ବୋଲି କହିଥିଲେ। ଏଥିପାଇଁ ଆମେ ସରକାରଙ୍କର ଜବାବକୁ ଅପେକ୍ଷା କରିଛୁ ବୋଲି ଅବତାର କୃଷ୍ଣ କହିଛନ୍ତି।

ସେପଟେ ଶ୍ରୀନଗରରେ ଏକ ଅଞ୍ଚଳକୁ ସିଲ୍ କରିଦେଇଛି ପୁଲିସ। ଏହି ଅଞ୍ଚଳରେ କାଶ୍ମୀର ପଣ୍ଡିତଙ୍କ ସଂଖ୍ୟା ଅଧିକ ଥିବାରୁ ସେଠାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ବୋଲି ସୂଚନା ମିଳିଛି।



from Prameya News7 https://ift.tt/vISHkGe
ସଫଳ ହେଉଛି ଆତଙ୍କବାଦୀଙ୍କ ଚାଲ୍; ଭୟରେ କାଶ୍ମୀର ଛାଡ଼ି ପଳାଇଲେଣି ୧୦୦ରୁ ଅଧିକ ହିନ୍ଦୁ ପରିବାର ସଫଳ ହେଉଛି ଆତଙ୍କବାଦୀଙ୍କ ଚାଲ୍; ଭୟରେ କାଶ୍ମୀର ଛାଡ଼ି ପଳାଇଲେଣି ୧୦୦ରୁ ଅଧିକ ହିନ୍ଦୁ ପରିବାର Reviewed by SUBHENDU BARAL on June 01, 2022 Rating: 5

No comments:

Powered by Blogger.