ପୁରୀ: ୬/୧/୨୨: ରଥଖଳାରେ ନିର୍ମାଣ କାର୍ଯ୍ୟ ଆଜି(ବୁଧବାର) ୨୯ ଦିନ ପୂରିଛି। ଆଜି ତିନିରଥର ୭୭ ମହାରଣା ସେବକ, ୭୭ ଭୋଇ ସେବକ, ୪ କରତି ସେବକ,୧୮ ରୂପକାର,୧୬ କମାର , ୧ ତୁମ୍ବ ବିନ୍ଧ କାରୀଗର,୨ ପାହି ମହାରଣା, ରଥଖଳା ସହାୟକ(ପାଣିବାଲା)୧ ମୋଟ-୧୯୬ ଜଣ ସେବକ ଉପସ୍ଥିତ ରହି ରଥକାମ କରିଥିଲେ।
ସବୁଦିନପରି ଆଜି ବି ସକାଳ ୮ରେ ରଥକାମ ଆରମ୍ଭ ହୋଇଥିଲା। ଆଜି ତିନିରଥର ଦଣ୍ଡା ନିର୍ମାଣ କାର୍ଯ୍ୟ ସହ ଦୁଇଟି ଲେଖାଁଏ 'ଗରଗରା' ଚଉପଟ କାଯ୍ୟ ଜାରି ରହିଛି। ଶେଷ ଚକ ନିର୍ମାଣ ପାଇଁ ପଇ ଯୋଗାଣ ପରେ ବିନ୍ଧକାର୍ଯ୍ୟ ହୋଇ ପଇ କଳସା କାମ ଜାରି ରହିଥିବା ବେଳେ ତାଳଧ୍ଵଜ ରଥ ପୋଲ ଗୟଳ ଚିରଟ ସରିବା ପରେ ନନ୍ଦିଘୋଷ ରଥ ପୋଲ ଗୟଳ ଚିରଟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ସେହିପରି କମାର ଶାଳରେ ଗରଗରା କଣ୍ଟା, ପୋଲ ଗୟଳ ଏବଂ ଛନ୍ଦା ଗୟଳ କଣ୍ଟା ନିର୍ମାଣ ଜାରି ରହିଥିବା ବେଳେ ତାଳଧ୍ଵଜ ରଥର ମୋଟ ୯ ଗୋଟି ଦଣ୍ଡାରୁ ଆଜି ପଞ୍ଚ ଦଣ୍ଡାର ଅନୁକୂଳ ପୂଜାପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଅଛି । ଏଥିସହ ତାଳଧ୍ଵଜ ରଥର ଦୁଇଗୋଟି ଗରଗରାର ଚଉପଟ କାର୍ଯ୍ୟ ଜାରୀ ରହିଛି। ଏତତ୍ ବ୍ୟତୀତ ତାଳଧ୍ଵଜ ରଥର ଚଉଦ ତମ ବା ଶେଷ ଚକ ନିର୍ମାଣ ନିମନ୍ତେ, ଆଜି ରଥ ଅମୀନ ଭୋଇସେବକଙ୍କ ମାଧ୍ୟମରେ ୪ ଗୋଟି ପଇ ଯୋଗାଇ ଦେଇଥିଲେ। ଯାହାକି ବିନ୍ଧ କାର୍ଯ୍ୟ ଶେଷ ପରେ ତୁମ୍ବ ଅରରେ ପଇ ସଂଯୋଗ ହୋଇ ପଇ କଳସା କାର୍ଯ୍ୟ ଜାରୀ ରହିଅଛି।
ଅନ୍ୟପଟେ ଦେବଦଳନ ରଥର ମୋଟ ୭ ଗୋଟି ଦଣ୍ଡାରୁ ଆଜି ଅନୁକୂଳ ପୂଜାପରେ ୫ଗୋଟି ଦଣ୍ଡାର ଚଉପଟ ନିର୍ମାଣ କାର୍ଯ୍ୟ ଦେବଦଳନ ରଥର ମହାରଣା ମାନେ ଆରମ୍ଭ କରିଛନ୍ତି । ଏତତ୍ ବ୍ୟତୀତ ରଥ ଅମୀନ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇଥିବା ଦୁଇଗୋଟି ୨୦ ଫୁଟିଆ ଧଉରା ଗରଗରା କାଠକୁ କରତି ସେବକକରତି କଲା ପରେ ଗରଗରା ଚଉପଟ କାର୍ଯ୍ୟ ଦେବଦଳନ ମହାରଣାମାନେ ଆରମ୍ଭ କରିଥିଲେ। ଦେବଦଳନ ରଥର ୧୨ ତମ ବା ଶେଷ ଚକ ନିର୍ମାଣ ନିମନ୍ତେ ରଥ ଅମୀନ ୪ ଗୋଟି ପଇ ଯୋଗାଇ ଦେଇଛନ୍ତି। ପଇ ବିନ୍ଧ ହୋଇ ଶେଷ ଚକ ନିର୍ମାଣ ଶେଷ ହେବ । ସେହିପରି ଅନ୍ୟାନ୍ୟ କାମ ବି ଜାରି ରହିଛି।
from Prameya News7 https://ift.tt/GhENPHS

No comments: