ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବୁଧବାର ଏକ ଟୁଇଟ୍ କରି କ୍ରିକେଟ୍ ଜଗତରେ ଚହଳ ପକାଇ ଦେଇଛନ୍ତି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସଭାପତି ପଦ ଛାଡୁଥିବା ସଙ୍କେତ ଦେଇଥିଲେ ଗାଙ୍ଗୁଲି। ସେ ସାମାଜିକ ଗଣମାଧ୍ୟମରେ ଏକ ଭାବ ବିହ୍ଵଳ ପୋଷ୍ଟ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ମୁଁ କିଛି ନୂଆ କରିବାକୁ ଯାଉଛି। ବିସିସିଆଇ ସଭାପତିଙ୍କ ଏହି ଟୁଇଟ୍ ପରେ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ଯେ, ଗାଙ୍ଗୁଲି ସଭାପତି ପଦରୁ ଇସ୍ତଫା ଦେଇ ଶୀଘ୍ର କୌଣସି ରାଜନୈତିକ ଦଳରେ ଯୋଗ ଦେବେ। ଗାଙ୍ଗୁଲି ବିଜେପିରେ ଯୋଗ ଦେଉଥିବା ଜାତୀୟ ଗଣମାଧ୍ୟମରେ ବି ଖବର ପ୍ରସାଶ ପାଇଥିଲା। ହେଲେ ଗାଙ୍ଗୁଲି ସମସ୍ତ କଳ୍ପନା ଜଳ୍ପନା ଉପରେ ବିରାମ ଲଗାଇଛନ୍ତି।
ଗାଙ୍ଗୁଲି କହିଛନ୍ତି, ସେ ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇ ନାହାନ୍ତି। ନା ଏ ବିଷୟରେ ସେ ଚିନ୍ତା କରୁଛନ୍ତି। ମୁଁ ଏମିତି କିଛି ଆରମ୍ଭ କରିବାକୁ ଯୋଜନା କରୁଛି ଯାହା ବହୁତ ଲୋକଙ୍କୁ ସାହାଯ୍ୟ କରିବ। ମୁଁ ଏକ ନୂତନ ଏଜୁକେସନ ଆପ୍ ବିଶ୍ଵବ୍ୟାପୀ ଲଞ୍ଚ କରିବାକୁ ଯାଉଛି। ଏହା ବାଦ୍ ମୋର ଅନ୍ୟ କୌଣସି ଯୋଜନା ନାହିଁ। ତାଙ୍କ ପୂର୍ବରୁ ସଂପାଦକ ଜୟ ଶାହ ସ୍ପଷ୍ଟ କରିଥିଲେ ଯେ, ଗାଙ୍ଗୁଲି ନିଜ ପଦରୁ ଇସ୍ତଫା ଦେଇ ନାହାନ୍ତି।
I have launched a worldwide educational app: Sourav Ganguly, BCCI President in Kolkata pic.twitter.com/Ku5X5vxyse
— ANI (@ANI) June 1, 2022
ଏହା ପୂର୍ବରୁ ଗାଙ୍ଗୁଲି ଟୁଇଟ୍ କରି ଏକ ଭାବୁକ ପୋଷ୍ଟ କରିଥିଲେ। ସେ ଲେଖିଥିଲେ ଏ ପର୍ଯ୍ୟନ୍ତ ଜାରି ଯାତ୍ରାରେ ତାଙ୍କ ସହ ରହିଥିବା ନିଜ ପ୍ରଶଂସକ ଏବଂ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଥିଲେ। ଗାଙ୍ଗୁଲି କହିଥିଲେ, ମୁଁ ଏମିତି କିଛି ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ବହୁତ ଲୋକ ଉପକୃତ ହେବେ। ମୁଁ ଆଶା କରୁଛି, ମୋ ଜୀବନର ଏହି ଅଧ୍ୟାୟରେ ଆପଣଙ୍କ ସମର୍ଥନ ଜାରି ରହିବ।
ଗାଙ୍ଗୁଲି ନିକଟରେ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ ସାକ୍ଷାତ କରିଥିଲେ। ଏହା ପରେ ତାଙ୍କର ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଗାଙ୍ଗୁଲି ବିଜେପି ଟିକେଟରେ ରାଜ୍ୟସଭାକୁ ଯିବେ। ସେ ୨୦୧୯ ଅକ୍ଟୋବରରେ ବିସିସିଆଇର ସଭାପତି ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ଚଳିତ ବର୍ଷ ସେପ୍ଟେମ୍ବରରେ ସରୁଛି।
from Prameya News7 https://ift.tt/8ZpUtBG

No comments: