ଖୋଜି ଖୋଜି ପୋଲିସ କରୁଛି ଏନ୍‌କାଉଣ୍ଟର Satyendu Shekher Mishra

ଆକ୍ସନ୍‌ ମୋଡ୍‌ରେ ମଧ୍ୟପ୍ରଦେଶ ପୋଲିସ । ଖୋଜି ଖୋଜି କରୁଛି ଏନ୍‌କାଉଣ୍ଟର । ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଶିକାରୀଙ୍କୁ ଧରିବାକୁ ଯିବା ବେଳେ ଆକ୍ରମଣରେ ୩ ଜଣ ପୋଲିସ କର୍ମଚାରୀ ସହିଦ ହେବା ଘଟଣା ପରେ ଆକ୍ସନ ମୋଡ୍‌କୁ ଆସିଛି ପୋଲିସ । ଜୋରଦାର କରୁଛି ଶିକାରୀଙ୍କ ବିରୋଧରେ ଆକ୍ସନ । ପୋଲିସର ଚାରିଟି ଟିମ‌‌ ସାଗରବାରଖେଡ଼ା ନକଟସ୍ଥ ଆରନ ଜଙ୍ଗଲରେ କମ୍ବିଂ ଅପରେସନ୍‌ କରି ଦୁଇ ଜଣ ଶିକାରୀକୁ ଏନ୍‌କାଉଣ୍ଟର କରିଛି । ସେଥିମଧ୍ୟରୁ ଜଣେ ମୃତ ଶିକାରୀ ହେଲେ ନୌସାଦ ମେୱାଟୀ । ଏହାସହ ପୋଲିସ ଚାରିଜଣ ଶିକାରୀଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ଚଢାଉ ସମୟରେ ଶିକାରୀମାନେ ପୋଲିସ ଉପରକୁ ଆକ୍ରମଣ କରିଥବାରୁ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତାଙ୍କୁ ଗ୍ୱାଲିୟର ମେଡିକାଲରେ ଭର୍ତ୍ତି କରାଯାଇଛି । ଆଗକୁ ବି ବନ ବିଭାଗ ସହ ମିଶି ବେଆଇନ ଶିକାର ରୋକାଯିବା ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଗ୍ୱାଲିୟର ପୋଲିସ ଆଇଜି ଡି. ଶ୍ରୀନିବାସ ବର୍ମା ।



from Latest Odisha News, Breaking News Today | Top Updates on Corona - OTV News https://ift.tt/9bVjqta
ଖୋଜି ଖୋଜି ପୋଲିସ କରୁଛି ଏନ୍‌କାଉଣ୍ଟର Satyendu Shekher Mishra ଖୋଜି ଖୋଜି ପୋଲିସ କରୁଛି ଏନ୍‌କାଉଣ୍ଟର Satyendu Shekher Mishra Reviewed by SUBHENDU BARAL on May 14, 2022 Rating: 5

No comments:

Powered by Blogger.