କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀଙ୍କ ଧମକ; ଯେତେ ସିକ୍ୟୁରିଟି ନେଲେ ବି ତୁମେ ମରିବ

ଶ୍ରୀନଗର: କଶ୍ମୀର ପଣ୍ଡିତଙ୍କ ସୁରକ୍ଷା କେବଳ ଫିଲ୍ମ ଓ କେନ୍ଦ୍ରୀୟ ନେତାଙ୍କ ଭାଷଣରେ ଅଟକିଯାଇଛି। ଏପଟେ ଆତଙ୍କବାଦୀମାନେ ତାଙ୍କର ଟାର୍ଗେଟ୍ କିଲିଂ ଜାରି ରଖିଛନ୍ତି। ନିକଟରେ ରାହୁଲ ଭଟ୍ଟଙ୍କ ହତ୍ୟା ଘଟଣା ପରେ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ନେଇ ଦାବି ଉଠୁଥିବା ବେଳେ ଏବେ ଆତଙ୍କବାଦୀମାନେ ଖୁଲା ଧମକ ଦେଇଛନ୍ତି। ଯେତେ ସୁରକ୍ଷା ନେଲେ ବି ତୁମେ ମରିବା ସୁନିଶ୍ଚିତ ବୋଲି ଧମକ ଦିଆଯାଇଛି।

ଆତଙ୍କବାଦୀ ଗ୍ରୁପ ଲସ୍କର ଇ-ଇସ୍‌ଲାମ ପକ୍ଷରୁ ଏନେଇ ଏକ ଧମକପୂର୍ଣ୍ଣ ନୋଟିସ୍ ଜାରି କରାଯାଇଛି। ଯାହା ପୁଲୱାମାର ପ୍ରବାସୀ କଲୋନୀ ସଭାପତିଙ୍କ ନାଁରେ ଲେଖାଯାଇଛି "ସମସ୍ତ ମାଇଗ୍ରାଣ୍ଟ ଓ RSS ଏଜେଣ୍ଟଙ୍କୁ ହତ୍ୟା କରାଯିବ। କାଶ୍ମୀର ପଣ୍ଡିତ ଯେଉଁମାନେ କାଶ୍ମୀର ମୁସଲମାନଙ୍କୁ ମାରି ଆଉ ଏକ ଇସ୍ରାଏଲ୍‌ ସ୍ଥାପନା କରିବାକୁ ଚାହୁଁଛନ୍ତି ସେମାନଙ୍କର କାଶ୍ମୀର କୌଣସି ସ୍ଥାନ ନାହିଁ। ତୁମର ସୁରକ୍ଷା ଡବଲ ହେଉ କି ତ୍ରିପଲ, ଟାର୍ଗେଟ୍ କିଲଂ ପାଇଁ ରେଡି ହେଇ ଥାଅ।"

ଗୁରୁବାର ବୁଡଗାମ ଜିଲ୍ଲା ଚନ୍ଦୁରାର ଏକ ତହସିଲ୍‌ରେ କିରାଣୀ ଥିବା କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ। ଆତଙ୍କବାଦୀ ସଂଗଠନ କାଶ୍ମୀର ଟାଇଗର ଏହି ହତ୍ୟାରେ ନିଜକୁ ଦାୟୀ କରିଥିଲା। ଏହାପରେ କାଶ୍ମୀର ଘାଟି ଅସନ୍ତୋଷ ହୋଇପଡ଼ିଥିଲା। ସ୍ଥିତି ଏମିତି ହୋଇଥିଲା ଯେ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। କାଶ୍ମୀର ପଣ୍ଡିତମାନେ କେନ୍ଦ୍ର ସରକାରଙ୍କ ପାଖରେ ନିଜର ସୁରକ୍ଷା ଦାବି କରିଥିଲେ।



from Prameya News7 https://ift.tt/wcT1YOb
କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀଙ୍କ ଧମକ; ଯେତେ ସିକ୍ୟୁରିଟି ନେଲେ ବି ତୁମେ ମରିବ କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀଙ୍କ ଧମକ; ଯେତେ ସିକ୍ୟୁରିଟି ନେଲେ ବି ତୁମେ ମରିବ Reviewed by SUBHENDU BARAL on May 15, 2022 Rating: 5

No comments:

Powered by Blogger.