ସଡ଼କ ଦୁର୍ଘଟଣାରେ ଚାଲିଗଲା ଅଷ୍ଟ୍ରେଲିଆ ଷ୍ଟାର କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ଜୀବନ Satyendu Shekher Mishra

ଗତକାଲି ରାତିରେ ସଡ଼କ ଦୁର୍ଘଟଣାରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡସ୍‌ଙ୍କ ପରଲୋକ । କାର୍ ଚଳାଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ମାତ୍ର ୪୬ ବର୍ଷ ବୟସରେ ସାଇମଣ୍ଡସ୍‌ଙ୍କ ଅକାଳ ବିୟୋଗ । ଅଷ୍ଟ୍ରେଲିଆ ପାଇଁ ୨୬ ଟେଷ୍ଟ, ୧୯୮ ଦିନିକିଆ ଓ ୧୪ ଟି-ଟ୍ୱେଣ୍ଟି ଖେଳିଥିଲେ ସାଇମଣ୍ଡସ୍‌ ।

ଶନିବାର ରାତିରେ ଟାଉନସବିଲି ସହରରେ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ରାତି ୧୧ଟା ସମୟରେ ହାର୍ଭେ ରେଞ୍ଜ ରୋଡରେ କାରରେ ଯିବା ବେଳେ ଏକ ବ୍ରିଜ ନିକଟରେ ତାଙ୍କ କାର ଓଲଟି ପଡିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା, ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସାମଣ୍ଡ୍‌ସ ଦୁଇ ଥର ବିଶ୍ୱକପ ବିଜୟୀ ଦଳରେ ପ୍ରତିନିଧିତ୍ୱ କରିଛନ୍ତି । ତାଙ୍କର ଅକାଳ ମୃତ୍ୟୁରେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଗଭୀର ଶୋକ ବ୍ୟକ୍ତ କରିଛି । ଏହା ପୂର୍ବରୁ ମାର୍ଚ୍ଚ ୪ ତାରିଖରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ ୱାର୍ଣ୍ଣେଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା ।



from Latest Odisha News, Breaking News Today | Top Updates on Corona - OTV News https://ift.tt/Al1U04y
ସଡ଼କ ଦୁର୍ଘଟଣାରେ ଚାଲିଗଲା ଅଷ୍ଟ୍ରେଲିଆ ଷ୍ଟାର କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ଜୀବନ Satyendu Shekher Mishra ସଡ଼କ ଦୁର୍ଘଟଣାରେ ଚାଲିଗଲା ଅଷ୍ଟ୍ରେଲିଆ ଷ୍ଟାର କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ଜୀବନ Satyendu Shekher Mishra Reviewed by SUBHENDU BARAL on May 14, 2022 Rating: 5

No comments:

Powered by Blogger.