ତାତିରୁ ଆଶ୍ୱସ୍ତି ଆଣି ଦେଇଛି କାଳବୈଶାଖୀ ବର୍ଷା : ଭୁବନେଶ୍ୱର-କଟକ ସମେତ ଉପକୂଳ ଓଡିଶାରେ କମିଲା ତାପମାତ୍ରା; ହେଲେ, ଅସହ୍ୟ ତାତିରେ ଏବେ ବି ସନ୍ତୁଳି ହେଉଛି ପଶ୍ଚିମଓଡିଶା Kanak News

କନକ ବ୍ୟୁରୋ : କାଳବୈଶାଖୀ ବର୍ଷା ଯୋଗୁଁ ଉପକୂଳ ଓଡିଶାରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଟୁଇନ ସିଟି ଭୁବନେଶ୍ୱର କଟକ ସମେତ ଉପକୂଳ ଓଡିଶାର ଅଧିକାଂଶ ସ୍ତାନରେ ତାପମାତ୍ରା ୪୦ ତଳକୁ ଖସି ଆସିଛି । ଗୁରୁବାର କଟକରେ ୩୬ ଡିଗ୍ରୀ, ଭୂବନେଶ୍ୱରରେ ୩୬ ଡିଗ୍ରୀ ରହିଥିବାବେଳେ ପୁରୀରେ ୩୧ ଡିଗ୍ରୀ, ଛତ୍ରପୁରରେ ୩୨ଡିଗ୍ରୀ ରହିଥିଲା । କିନ୍ତୁ ପଶ୍ଚିମଓଡିଶାରେ ତାତି କମିଥିଲେ ବି ଉପକୂଳ ଓଡିଶାରେ କମି ନାହିଁ । ୪୩ ଡିଗ୍ରୀ ତାପମାତ୍ରା ସହ ସୋନପୁର ଓ ବୌଦ୍ଧ ରାଜ୍ୟର ସବୁଠାରୁ ଦୁଇ ଉତ୍ତପ୍ତ ସ୍ଥାନ ହୋଇଛି । ରାଜ୍ୟର ୫ଟି ସ୍ଥାନର ତାପମାତ୍ରା ୪୨ଡିଗ୍ରୀ ଉପରେ ରହିଥିଲା । ବିଶେଷକରି ବଲାଙ୍ଗୀର, ସୋନପୁର, ବୌଦ୍ଧ, ଭଳି ଜିଲ୍ଲାର ତାପମାତ୍ରା ଅଧିକ ରହିଛି ।

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଓ ଜିଲ୍ଲାସ୍ତରରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହିତ ମେଡିକାଲ ରିଲିଫ୍‌ ସେଣ୍ଟର ସହିତ ମୋବାଇଲ ମେଡିକାଲ ଟିମ୍ ଗଠନ କରିବାକୁ କୁହାଯାଇଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ୧୮ଟି ଜିଲ୍ଲାର ସିଡିଏମ୍‌ଓମାନଙ୍କୁ ଚିଠି ଜାରି କରାଯାଇଛି। ଇତିମଧ୍ୟରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ ଓଡ଼ିଶାରେ ପାରଦ ୪୦ ତଳକୁ ଖସୁ ନାହିଁ । ୪୩ ଡିଗ୍ରୀ ତାପମାତ୍ରା ସହ ସୋନପୁର ଓ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ଭାବେ ରେକର୍ଡ କରିଛନ୍ତି । ଏହାବ୍ୟତୀତ ରାଜ୍ୟର ୫ ସହର ତାପମାତ୍ରା ୪୨ ଡିଗ୍ରୀ ଓ ସମୁଦାୟ ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।

ପ୍ରଚଣ୍ଡ ତାତିରେ ରାଜ୍ୟବାସୀ କଲବଲ ହେଉଥିବା ବେଳେ ଅପରାହ୍‌ଣରେ କାଳବୈଶାଖୀ ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରୁଛି। କାଳବୈଶାଖୀ ଯୋଗୁଁ ଉପକୂଳରେ ତାତି ଦିନକୁ ଦିନ ଖସିବାରେ ଲାଗିଛି। ଆଜି ରାଜଧାନୀ ସମେତ ସମଗ୍ର ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ, ପୁରୀ ଓ ଖୋର୍ଧା ଆଦି ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ ସହ ବର୍ଷା ହୋଇଯାଇଛି। ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର ବି ଗୋଟିଏ ଦୁଇଟି ସ୍ଥାନରେ କା‌ଳବୈଶାଖୀ ବର୍ଷା ହୋଇଛି। ଫଳରେ ସଂଧ୍ୟା ପରେ ପରିବେଶ ଥଣ୍ଡା ରହିଛି।

The post ତାତିରୁ ଆଶ୍ୱସ୍ତି ଆଣି ଦେଇଛି କାଳବୈଶାଖୀ ବର୍ଷା : ଭୁବନେଶ୍ୱର-କଟକ ସମେତ ଉପକୂଳ ଓଡିଶାରେ କମିଲା ତାପମାତ୍ରା; ହେଲେ, ଅସହ୍ୟ ତାତିରେ ଏବେ ବି ସନ୍ତୁଳି ହେଉଛି ପଶ୍ଚିମଓଡିଶା first appeared on Kanak News.



from Kanak News https://ift.tt/dwMj5Lu https://ift.tt/Su2MeZn
ତାତିରୁ ଆଶ୍ୱସ୍ତି ଆଣି ଦେଇଛି କାଳବୈଶାଖୀ ବର୍ଷା : ଭୁବନେଶ୍ୱର-କଟକ ସମେତ ଉପକୂଳ ଓଡିଶାରେ କମିଲା ତାପମାତ୍ରା; ହେଲେ, ଅସହ୍ୟ ତାତିରେ ଏବେ ବି ସନ୍ତୁଳି ହେଉଛି ପଶ୍ଚିମଓଡିଶା Kanak News ତାତିରୁ ଆଶ୍ୱସ୍ତି ଆଣି ଦେଇଛି କାଳବୈଶାଖୀ ବର୍ଷା : ଭୁବନେଶ୍ୱର-କଟକ ସମେତ ଉପକୂଳ ଓଡିଶାରେ କମିଲା ତାପମାତ୍ରା; ହେଲେ, ଅସହ୍ୟ ତାତିରେ ଏବେ ବି ସନ୍ତୁଳି ହେଉଛି ପଶ୍ଚିମଓଡିଶା Kanak News Reviewed by SUBHENDU BARAL on May 05, 2022 Rating: 5

No comments:

Powered by Blogger.