ଶେଷ ଓଭରରେ ସାମ୍ସଙ୍କ ଚମତ୍କାର ବୋଲିଂ ବଳରେ ଜିତିଲା ମୁମ୍ୱାଇ ଇଣ୍ଡିଆନ୍ସ, ଗୁଜରାଟ ଟାଇଟନ୍ସକୁ ୫ ରନରେ ହରାଇଲା

ମୁମ୍ୱାଇ ୬।୫:  ଏକ ରୋମାଞ୍ଚକର ମୁକାବିଲାରେ ଗୁଜରାଟ ଟାଇଟନ୍ସକୁ ହରାଇଛି ମୁମ୍ୱାଇ ଇଣ୍ଡିଆନ୍ସ । ୫ ରନରେ ମ୍ୟାଚକୁ ଜିତି ନେଇଛି ମୁମ୍ୱାଇ ଇଣ୍ଡିଆନ୍ସ । ଶେଷ ଓଭରରେ ୯ ରନର ଆବଶ୍ୟକତା ଥିବା ବେଳେ ଚମତ୍କାର ବୋଲିଂ କରି କେବଳ ୩ ରନ ଦେଇଥିଲେ ଡାନିଏଲ ସାମ୍ସ। ମିଲରଙ୍କ ପରି ବିସ୍ଫୋରକ ବ୍ୟାଟରଙ୍କୁ ମଧ୍ୟ ବିଟ୍ କରିବାରେ ସଫଳ ହୋଇଥିଲେ ସାମ୍ସ। ମୁମ୍ୱାଇ ଇଣ୍ଡିଆନ୍ସର ୧୭୭ ରନର ଜବାବରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୧୭୨ ରନ କରିଥିଲା।

ଆଇପିଏଲର ୫୧ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ୱାଇ ଇଣ୍ଡିଅନ୍ସ। ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଗୁଜରାଟ ଟାଇଟନ୍ସ। ନିର୍ଦ୍ଧାରତ ୨୦ ଓଭରରେ ମୁମ୍ୱାଇ ଇଣ୍ଡିଆନ୍ସ ୬ ୱିକେଟ ହରାଇ ୧୭୭ ରନ କରିଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ମୁମ୍ୱାଇ ଇଣ୍ଡିଆନ୍ସ ଧୂଆଁଧାର ଆରମ୍ଭ କରିଥିଲା। ମୁମ୍ୱାଇ ଇଣ୍ଡିଆନ୍ସ ପକ୍ଷରୁ ଦୁଇ ଓପନର ରୋହିତ ଶର୍ମା ଏବଂ ଇଶନ କିଷନ ଜବରଦସ୍ତ ବ୍ୟାଟିଂ କରିଥିଲେ। ଇଶନ କିଷନ ୨୯ ବଲରେ ୪୫ ରନ, ରୋହିତ ଶର୍ମା ୨୮ ବଲରେ ୪୩ ରନ କରିଥିଲେ। ଶେଷରେ ଟିମ ଡେଭିଡ୍ ୨୧ ବଲରେ ଧୂଆଁଧାର ବ୍ୟାଟିଂ କରି ୪୪ ରନ ବଳରେ ମୁମ୍ୱାଇ ଇଣ୍ଡିଆନ୍ସ ୧୭୭ ରନ କରିଥିଲା । ଗୁଜରାଟ ପକ୍ଷରୁ ରାଶିଦ ଖାନ ୪ ଓଭରରେ ୨୪ ରନ ଦେଇ ସର୍ବାଧିକ ଦଇ ୱିକେଟ ନେଇଥିଲେ।

୧୭୮ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଗୁଜରାଟ ଟାଇଟନ୍ସର ବ୍ୟାଟର ଦଳକୁ ଆଶାନୁରୂପ ଆରମ୍ଭ ଦେଇଥିଲେ । ରିଦ୍ଧିମାନ ଶାହା ଏବଂ ଶୁଭମନ ଗିଲ ଉଭୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଶାହା ୪୦ ବଲରେ ୫୫ ରନ ଏବଂ ଶୁଭମନ ଗିଲ ୩୬ ବଲରୁ ୫୨ ରନ କରିଥିଲେ। ତେବେ ଦଳ ବିଜୟ ଲକ୍ଷ୍ୟ ହାସଲ ଠାରୁ 6 ରନ ଦୂରରେ ରହିଥିଲା। ୨୦ ଓଭରରେ୫ ୱିକେଟ ହରାଇ ୧୭୨ ରନ କରିଥିଲା।



from Prameya News7 https://ift.tt/18DiSY9
ଶେଷ ଓଭରରେ ସାମ୍ସଙ୍କ ଚମତ୍କାର ବୋଲିଂ ବଳରେ ଜିତିଲା ମୁମ୍ୱାଇ ଇଣ୍ଡିଆନ୍ସ, ଗୁଜରାଟ ଟାଇଟନ୍ସକୁ ୫ ରନରେ ହରାଇଲା ଶେଷ ଓଭରରେ ସାମ୍ସଙ୍କ ଚମତ୍କାର ବୋଲିଂ ବଳରେ ଜିତିଲା ମୁମ୍ୱାଇ ଇଣ୍ଡିଆନ୍ସ, ଗୁଜରାଟ ଟାଇଟନ୍ସକୁ ୫ ରନରେ ହରାଇଲା Reviewed by SUBHENDU BARAL on May 06, 2022 Rating: 5

No comments:

Powered by Blogger.