ଆଜି ଲଘୁଚାପରେ ପରିଣତ ହେବ ସୃଷ୍ଟ ଘୂର୍ଣ୍ଣିବଳୟ : ୪୮ଘଣ୍ଟାରେ ନେବ ଅବପାତର ରୂପ Kanak News

କନକ ବ୍ୟୁରୋ : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ନେଇପାରେ ଲଘୁଚାପର ରୂପ । ସକ୍ରିୟ ଥିବା ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେବାର ୪୮ଘଣ୍ଟା ପରେ ନେଇପାରେ ଅବପାତର ରୂପ । ଅବପାତର ରୂପ ନେବା ପରେ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।  ତେବେ ଘୂର୍ଣ୍ଣିବଳୟଟି ଲଘୁଚାପର ରୂପ ନେବା ପରେ, ଏହାର ପରବର୍ତ୍ତୀ ରୂପ ଆକଳନ କରିହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଥିସହ ଯଦି ବାତ୍ୟା ହେବ,  ତାର ଗତିପଥ କଣ ରହିବ, କେଉଁଠି ସ୍ଥଳଭାଗ ଛୁଇଁବ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ।

ତେବେ ଏହାକୁ ନେଇ ଲୋକମାନେ ଭୟଭୀତ ନହେବାକୁ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ବାତ୍ୟାର ରୂପ ନେଲେ ବି ଓଡ଼ିଶାରେ ମାଡ଼ ହେବ କି ନାହିଁ, ଓଡ଼ିଶା ଉପରେ ପ୍ରଭାବ ପଡ଼ିବ କି ନାହିଁ ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନି । ଆଜି ସଂଧ୍ୟା ସୁଦ୍ଧା ପାଣିପାଗ ବିଭାଗ ଠିକ୍ ସୂଚନା ପ୍ରଦାନ କରିବ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ବିଭିନ୍ନ ବିଭାଗ ‌ସହ ଆଲୋଚନା କରିବା ପରେ ଶ୍ରୀ ଜେନା କହିଛନ୍ତି ଯେ ଯଦି ବାତ୍ୟା ହୁଏ ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୮ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି । ସେହିପରି ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ, ଓଡ୍ରାଫ୍‌ ଟିମ୍‌ ସହ ଆଲୋଚନା କରି ସତର୍କ ରହିବାକୁ କୁହାଯାଇଛି ।

The post ଆଜି ଲଘୁଚାପରେ ପରିଣତ ହେବ ସୃଷ୍ଟ ଘୂର୍ଣ୍ଣିବଳୟ : ୪୮ଘଣ୍ଟାରେ ନେବ ଅବପାତର ରୂପ first appeared on Kanak News.



from Kanak News https://ift.tt/WImQcpu https://ift.tt/oMkZvdH
ଆଜି ଲଘୁଚାପରେ ପରିଣତ ହେବ ସୃଷ୍ଟ ଘୂର୍ଣ୍ଣିବଳୟ : ୪୮ଘଣ୍ଟାରେ ନେବ ଅବପାତର ରୂପ Kanak News ଆଜି ଲଘୁଚାପରେ ପରିଣତ ହେବ ସୃଷ୍ଟ ଘୂର୍ଣ୍ଣିବଳୟ : ୪୮ଘଣ୍ଟାରେ ନେବ ଅବପାତର ରୂପ Kanak News Reviewed by SUBHENDU BARAL on May 05, 2022 Rating: 5

No comments:

Powered by Blogger.