ପୋଲିସ ଜଳକା, ହସ୍ପିଟାଲରୁ ଛୁ ମାରିଲା କଏଦୀ : ପୋଲିସର କାର୍ଯ୍ୟଶୈଳୀକୁ ନେଇ ଉଠିଲା ପ୍ରଶ୍ନ Kanak News

କନକ ବ୍ୟୁରୋ : ହସ୍ପିଟାଲରେ ଚିିକିତ୍ସିତ ହେଉଥିବା ବେଳେ କଏଦୀ ମାରିଲା ଚମ୍ପଟ । ପୋଲିସ ଜଳକା । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଚିକିତ୍ସାଧୀନ ଜଣେ କଏଦୀ ପୁଲିସକୁ ଚକମା ଦେଇ ଚମ୍ପଟ୍ ମାରିଛି । କଏଦୀ ଜଣକ କୁଳିଅଣା ଥାନା ଗଙ୍ଗରାଜ ଗାଁର ଦାମୋଦର ପୃଷ୍ଟି । ଜ୍ୱାଇଁଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗତ ଏପ୍ରିଲ୍ ୨୪ ତାରିଖରେ ଗିରଫ ହୋଇଥିଲେ ଦାମୋଦର । ଏହାପରେ ବାରିପଦା ମଣ୍ଡଳ କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ରହୁଥିଲେ ।

ଗତକାଲି ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ମେଡିସିନ ୱାର୍ଡର ବେଡ୍ ନମ୍ବର ୧୦୬ରେ ଦାମୋଦର ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ଜେଲର ଜଣେ କର୍ମଚାରୀ ଜଗି ରହିଥିଲେ । ତେବେ ସେ କୌଣସି କାମରେ ବାହାରକୁ ଆସିଥିବା ବେଳେ ଦାମୋଦର ସୁଯୋଗ ଦେଖି ଚମ୍ପଟ ମାରିଛନ୍ତି । ଜେଲ୍ ଅଧୀକ୍ଷକ ଏନେଇ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ଦାମୋଦରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଗଠନ ହୋଇଛି ।

The post ପୋଲିସ ଜଳକା, ହସ୍ପିଟାଲରୁ ଛୁ ମାରିଲା କଏଦୀ : ପୋଲିସର କାର୍ଯ୍ୟଶୈଳୀକୁ ନେଇ ଉଠିଲା ପ୍ରଶ୍ନ first appeared on Kanak News.



from Kanak News https://ift.tt/dtEDy3e https://ift.tt/YokaAF3
ପୋଲିସ ଜଳକା, ହସ୍ପିଟାଲରୁ ଛୁ ମାରିଲା କଏଦୀ : ପୋଲିସର କାର୍ଯ୍ୟଶୈଳୀକୁ ନେଇ ଉଠିଲା ପ୍ରଶ୍ନ Kanak News ପୋଲିସ ଜଳକା, ହସ୍ପିଟାଲରୁ ଛୁ ମାରିଲା କଏଦୀ : ପୋଲିସର କାର୍ଯ୍ୟଶୈଳୀକୁ ନେଇ ଉଠିଲା ପ୍ରଶ୍ନ Kanak News Reviewed by SUBHENDU BARAL on May 31, 2022 Rating: 5

No comments:

Powered by Blogger.