ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା : ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ Kanak News

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା । ତ୍ୱରିତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ । ଅର୍ଥାତ୍ ପ୍ରକଳ୍ପ କାମ ବନ୍ଦ କରିବାକୁ ନେଇ ସୁପ୍ରିମକୋର୍ଟ କୌଣସି ନିର୍ଦ୍ଦେଶ ଦେଇ ନାହାନ୍ତି । ପ୍ରକଳ୍ପ କାମ ବେଆଇନ ହୋଇଥିବାରୁ ନିର୍ମାଣ କାମ ବନ୍ଦ କରିବାକୁ ଆବେଦନ ହୋଇଥିଲା । ଏହା ଉପରେ ବିଚାରପତି ଜଷ୍ଟିସ ବି.ଆର ଗଭାଇ ଓ ଜଷ୍ଟିସ ହିମା କୋହଲୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିଲେ ।

ଏଥିରେ ଟେକ୍ନିକାଲ ସମସ୍ୟା ରହିଛି । ତେଣୁ ମାମଲାର ଶୁଣାଣି କରିପାରିବୁ ନାହିଁ ବୋଲି ଖଣ୍ଡପୀଠ କହିଥିଲେ । ଶୁଣାଣି କରିବାକୁ ହେଲେ ପ୍ରଧାନ ବିଚାରପତି ମାମଲାର ଆବଣ୍ଟନ ନକରିବା ପର୍ଯ୍ୟନ୍ତ ଶୁଣାଣି ସମ୍ଭବ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା ବେଆଇନ ନିର୍ମାଣ ଏବଂ ମନ୍ଦିର ଚାରିପଟେ ଜବରଦଖଲକୁ ନେଇ ସୁପ୍ରିମକୋର୍ଟରେ ଦୁଇଟି ସ୍ୱତନ୍ତ୍ର ଲିଭ ପିଟିସନ ଦାୟର ହୋଇଥିଲା । ତ୍ୱରିତ ଶୁଣାଣି ଲାଗି ସୋମବାର ଖଣ୍ଡପୀଠ ରାଜି ହୋଇଥିଲେ । ହେଲେ ଏହି ମାମଲା ମଙ୍ଗଳବାର ଦିନ ତାଲିକାଭୁକ୍ତ ହୋଇନଥିଲା ।

ପ୍ରକଳ୍ପରେ ବେଆଇନ ନିର୍ମାଣ ଜାରି ରହିଛି । ତେଣୁ ମାମଲାର ତ୍ୱରିତ ଶୁଣାଣି କରାଯିବାର ଆବଶ୍ୟକତା ରହିଛି ବୋଲି ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି । ଜବାବରେ ଖଣ୍ଡପୀଠ କହିଥିଲେ ଯେ ଯଦି ପ୍ରଧାନ ବିଚାରପତି ଶୁଣାଣି ପାଇଁ ବେଞ୍ଚକୁ ଅନୁମତି ଦିଅନ୍ତି, ତେବେ ଶୁଣାଣି କରାଯିବ । ପ୍ରଧାନ ବିଚାରପତିଙ୍କ ଅଧିକାରରେ ଖଣ୍ଡପୀଠ ହସ୍ତକ୍ଷେପ କରିପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କହିଛନ୍ତି ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା : ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ first appeared on Kanak News.



from Kanak News https://ift.tt/cIU3akb https://ift.tt/hkxV1qT
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା : ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ Kanak News ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା : ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ Kanak News Reviewed by SUBHENDU BARAL on May 31, 2022 Rating: 5

No comments:

Powered by Blogger.