
କନକ ବ୍ୟୁରୋ : ଆସନ୍ତା ୧୨ ତାରିଖରେ ବାରବାଟୀରେ ରହିଛି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ । ଏଥିପାଇଁ ଆଜିଠାରୁ ଅନ୍ ଲାଇନ ଟିକେଟ୍ ବିକ୍ରି ଆରମ୍ଭ ହେବ । ସକାଳ ୧୧ଟାଠାରୁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବିକ୍ରି । www.insider.inରେ ଦିନ ୧୧ଟାରୁ ଟିକଟ ବିକ୍ରି ଆରମ୍ଭ ହେବ।
ଅନ୍ଲାଇନରେ ମୋଟ ୫୦୦୦ ଟିକଟ ବିକ୍ରି ପାଇଁ ଛଡ଼ାଯାଇଥିଲା ବେଳେ ଟିକେଟ ଶେଷ ହେବା ପର୍ଯ୍ୟନ୍ତ ବିକ୍ରି ଚାଲିବ ବୋଲି ସୂଚନା ଦିଆଯାଇଛି। ଜଣେ ଦର୍ଶକ ସର୍ବାଧିକ ୨ଟି ଟିକଟ କିଣିପାରିବେ । କିଣିବା ପାଇଁ ବୈଧ ଇ-ମେଲ, ମୋବାଇଲ ନମ୍ବର, ସରକାରୀ ପଚିଚୟ ପତ୍ର ରହିବା ବାଧ୍ୟତାମୂଳକ । ୯ରୁ ୧୨ ତାରିଖ ମଧ୍ୟରେ ଦର୍ଶକ ସେମାନଙ୍କ ଅନ୍ଲାଇନ୍ ବୁକି˚ର କାଗଜ ଦେଖାଇ ଟିକଟ ସଂଗ୍ରହ କରିପାରିବେ ।
ଟିକଟ ସ˚ଗ୍ରହ କରିବାକୁ କଟକର କେମ୍ବ୍ରିଜ ସ୍କୁଲ୍ ଓ ଭୁବନେଶ୍ବର ମଞ୍ଚେଶ୍ବର ରେଳବାଇ ଷ୍ଟାଡିୟମ୍ ୩ଟି ଲେଖାଏଁ କାଉଣ୍ଟର ଖୋଲାଯାଇଛି । ଏହାବାଦ୍ ଭୁବନେଶ୍ବରରେ ଆଉ ଦୁଇଟି କାଉଣ୍ଟର ଖୋଲାଯିବାକୁ ଓସିଏ ପକ୍ଷରୁ ଯୋଜନା କରାଯାଇଛି । ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଦିନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଏବ˚ ୧୨ ତାରିଖରେ ସକାଳ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟିକଟ ସ˚ଗ୍ରହ କରାଯିବ ।
ଏଥିପୂର୍ବରୁ ୨୦୧୫, ଅକ୍ଟୋବର ୫ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ହେଲେ ବିବାଦଭରା ଏହି ମ୍ୟାଚ୍ରେ ଭ୍ରମଣକାରୀ ଦଳ ୬ ଵିକେଟରେ ବିଜୟ ଲାଭ କରିଥିଲା । ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନରେ ନିରାଶ ହୋଇ ଦର୍ଶକମାନେ ପଡ଼ିଆ ଭିତରକୁ ପାଣି ବୋତଲ ଫିଙ୍ଗିବାରୁ ଖେଳକୁ ଦୁଇ ଦୁଇଥର ବନ୍ଦ କରିବାକୁ ପଡ଼ିଥିଲା । ଏପରିକି ସବୁ ଦର୍ଶକଙ୍କୁ ଷ୍ଟାଡିୟମରୁ ଖାଲି କରିବା ପରେ ମ୍ୟାଚ୍ ପୁଣି ଥରେ ଆରମ୍ଭ ହୋଇଥିଲା ।
ଦର୍ଶକଙ୍କ ଏତାଦୃଶ ବ୍ୟବହାର ପାଇଁ କଟକ ସାରା ବିଶ୍ବରେ ନିନ୍ଦିତ ହୋଇଥିଲା । ଏପରିକି ଏହି ଷ୍ଟାଡିୟମକୁ ବାସନ୍ଦ କରିବାକୁ କିଛି ପୂର୍ବତନ କ୍ରିକେଟର ପ୍ରତିକ୍ରିୟା ଦେଇଥିଲେ । ତେବେ ଦୁଇ ବର୍ଷର ବ୍ୟବଧାନ ପରେ ୨୦୧୭ରେ ଇ˚ଲଣ୍ତ ବିପକ୍ଷ ଦିନିକିଆ ଓ ବର୍ଷ ଶେଷରେ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ମ୍ୟାଚ୍ ବାରବାଟୀରେ ସଫଳତାର ସହ ଆୟୋଜନ କରାଯାଇଥିଲା।
The post ବାରବାଟୀ ମ୍ୟାଚ : ଆଜିଠାରୁ ଆରମ୍ଭ ହେବ ଅନଲାଇନ ଟିକେଟ୍ ବିକ୍ରି first appeared on Kanak News.
from Kanak News https://ift.tt/MRJDt4Y https://ift.tt/y4crgSI
No comments: