ରାଜ୍ୟ କ୍ୟାବିନେଟରେ ୩୨ ପ୍ରସ୍ତାବକୁ ମଞ୍ଜୁରୀ : ପ୍ରତି ପଞ୍ଚାୟତ ଏବଂ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ନିର୍ମାଣ ହେବ ମିଶନ ଶକ୍ତି ଭବନ Kanak News

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟରେ ୩୨ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରତି ପଞ୍ଚାୟତ ଏବଂ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ମିଶନ ଶକ୍ତି ଭବନ ନିର୍ମାଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ ସାମଗ୍ରୀ ବିକିବାକୁ ୫ ଶହ ଟି ମିଶନ ଶକ୍ତି ବଜାର ସ୍ଥାପନ ହେବ । ଆସନ୍ତା ୫ ବର୍ଷ ମଧ୍ୟରେ ମିଶନ ଶକ୍ତି ଯୋଜନାରେ ୪ ହଜାର ୯ ଶହ ୭୩ କୋଟି ଟଙ୍କା କରିବାକୁ ଲକ୍ଷ୍ୟ ରଖଯାଇଛି । ୨୦୨୨-୨୩ରୁ ୨୦୨୬-୨୭ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ୫୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିବାର ବ୍ୟବସ୍ଥା କରାଯିବ । ଏସଏଚଜିଙ୍କୁ ୧୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ମଧ୍ୟ ରହିବ ।

ଏଥିସହ ଏସଏଚଜ ମହିଳାଙ୍କୁ ଦକ୍ଷତା ବୃଦ୍ଧି ଓ ଜୀବୀକା ନିର୍ବାହ ଉପରେ ତାଲିମ ଦିଆଯିବ । ଏଥିସହ ଲ୍ୟାଣ୍ଡ ବ୍ୟାଙ୍କ୍ ସ୍କିମ୍ ନାଁରେ ନୂତନ ଯୋଜନକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ଦ୍ୱାରା ଏକ ଲକ୍ଷ ବିଶିଷ୍ଟ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବାରଙ୍ଗରେ ଟାଟା ପାୱାର କମ୍ପାନୀ ଲିମିଟେଡକୁ ଲିଜରେ ଦିଆଯାଇଥିବା ଜମିକୁ ଲ୍ୟାଣ୍ଡ ବ୍ୟାଙ୍କୁକୁ ଆଣିବା ପାଇଁ ଇଡକୋର ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ଜମିକୁ ନୂଆ ଶିଳ୍ପ ଓ ଭିତିଭୂମି ପ୍ରକଳ୍ପକୁ ଆକର୍ଷିତ କରିବା ନିମନ୍ତେ ବ୍ୟବହାର କରାଯାଇପାରିବ । ଏଥିପାଇଁ ଇଡୋକକୁ ୬୨କୋଟି ୮୩ଲକ୍ଷ ଆର୍ଥିକ ସହାୟତା ଦେବେ ରାଜ୍ୟ ସରକାର ।

ଏପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ୧୩ ମଠ ପାଇଁ ୧.୩ ଏକର ଜମି ଦେବେ ସରକାର । ସବୁ ମଠର ହେବ ଥଇଥାନ । ଏଥିସହ ରାଜ୍ୟରେ ଥିବା ୨୪ଟି ଘରୋଇ ଉଚ୍ଚ ପ୍ରାଥମିକ ସ୍କୁଲକୁ ସରକାରୀ ଅନୁଦାନ ମିଳିବ । ଉଚ୍ଚତର ବୃତିଗତ ବୈଷୟିକ ଶିକ୍ଷାଦାନ ନିମନ୍ତେ ଡ୍ରିମସକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଜଳସମ୍ପଦର ବିଭିନ୍ନ ବିଭାଗର ବିଭିନ୍ନ ପ୍ରସ୍ତାବ ଉପରେ ବି କ୍ୟାବିନେଟ ମୋହର ବାଜିଛି । ଆଗାମୀ ପାଂଚ ବର୍ଷ ମଧ୍ୟରେ ଏକ ଲକ୍ଷ ଡିପ ବୋରୱେଲ ସ୍ଥାପନ କରିବାକୁ ସରକାର ସ୍ଥିର କରିଛନ୍ତି ।

ଏହି ଯୋଜନା ରାଜ୍ୟର ୨୬ଟି ଜିଲ୍ଲା ଅନ୍ତର୍ଗତ ୨୫୬ବ୍ଲକରେ କାର୍ଯ୍ୟକାରୀ କରାଯିବ । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ଜଳଯୋଗାଣ ପାଇ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ ଦେଇଛି । ପାଣ୍ଡରାରେ ଆନିକଟ ନିର୍ମାଣ ହେବ । ଏହା ଦ୍ୱାରା ଭୁବନେଶ୍ୱର ମହାନଗର ନିଗମକୁ ପର୍ଯ୍ୟାପ୍ତ ଜଳ ଉପଲବ୍ଧ ହୋଇପାରିବ । ଅନୁଗୁଳରେ ମେଗା ଆଲୁମିନିୟମ ପାର୍କ ପାଇଁ ଇଡକୋକୁ ୪୨୮ କୋଟି ଦେବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି ।

The post ରାଜ୍ୟ କ୍ୟାବିନେଟରେ ୩୨ ପ୍ରସ୍ତାବକୁ ମଞ୍ଜୁରୀ : ପ୍ରତି ପଞ୍ଚାୟତ ଏବଂ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ନିର୍ମାଣ ହେବ ମିଶନ ଶକ୍ତି ଭବନ first appeared on Kanak News.



from Kanak News https://ift.tt/7DAn4uw https://ift.tt/Ljw0VAd
ରାଜ୍ୟ କ୍ୟାବିନେଟରେ ୩୨ ପ୍ରସ୍ତାବକୁ ମଞ୍ଜୁରୀ : ପ୍ରତି ପଞ୍ଚାୟତ ଏବଂ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ନିର୍ମାଣ ହେବ ମିଶନ ଶକ୍ତି ଭବନ Kanak News ରାଜ୍ୟ କ୍ୟାବିନେଟରେ ୩୨ ପ୍ରସ୍ତାବକୁ ମଞ୍ଜୁରୀ : ପ୍ରତି ପଞ୍ଚାୟତ ଏବଂ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ନିର୍ମାଣ ହେବ ମିଶନ ଶକ୍ତି ଭବନ Kanak News Reviewed by SUBHENDU BARAL on May 18, 2022 Rating: 5

No comments:

Powered by Blogger.