ଓଡ଼ିଶାର ମନୋରଞ୍ଜନ ଜଗତରେ ନୂଆ କରି ପାଦ ଥାପିଲା ଓଡ଼ିଆ ଚ୍ୟାନେଲ ‘ଷ୍ଟାର କିରଣ’, ଜୁନ ୬ ସନ୍ଧ୍ୟା ୬ଟାରୁ ଶୁଭାରମ୍ଭ

ଭୁବନେଶ୍ୱର, ୧୯/୦୫: ଓଡ଼ିଶାର ମନୋରଞ୍ଜନ ଜଗତରେ ନୂଆ କରି ପାଦ ଥାପିଲା ଓଡ଼ିଆ ଚ୍ୟାନେଲ ‘ଷ୍ଟାର କିରଣ’। ଯାହା ଡିଜ୍ନୀ ଷ୍ଟାର ଦ୍ବାରା ପରିଚାଳିତ । ଏହା ଆମ ଓଡ଼ିଶାର କଳା ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ସହ ଲୋକଙ୍କୁ ମନୋରଂଜନ ଯୋଗାଇବ । ଏହାର ଶୁଭାରମ୍ଭ ନେଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଷ୍ଟାର କିରଣର ପ୍ରିମିୟମ ଜୁନ ୬ ସନ୍ଧ୍ୟା ୬ଟାରୁ ଶୁଭାରମ୍ଭ ହେବ।

ଷ୍ଟାର କିରଣ ଓଡ଼ିଶାର ପ୍ରଥମ ଆଂଚଳିକ ଏଚ୍‌ଡି ଚ୍ୟାନେଲ ଭାବେ ପ୍ରସାରିତ ହେବା ସହ ଏଥିରେ  ପୌରାଣିକ କାହାଣୀ ସହିତ ଆହୁରି ଅନେକ ଲୋକପ୍ରିୟ ତଥା ରୋମାଞ୍ଚକ ବିଷୟବସ୍ତୁ ସ୍ଥାନ ପାଇବ । ଜୁନ ୬ରୁ ଆରମ୍ଭ ହେବ ୪ଟି ନୂଆ ଧାରାବାହିକ । ସେଗୁଡିକ ହେଲା ତୁ କହିବୁ ନା ମୁଁ, ସୁହାଗ ସିନ୍ଦୁର, ଶାନ୍ତି, କିଏ ପର କିଏ ଆପଣାର । ଯାହା ଘରେ ଘରେ ଓଡ଼ିଆ ଦର୍ଶକମାନଙ୍କୁ ବାନ୍ଧି ରଖି ପାରିବ ବୋଲି ଆଶା କରାଯାଉଛି । କେବଳ ଧାରାବାହିକ ନୁହେଁ ଏହା ସହିତ ବିଭିନ୍ନ ଓଡ଼ିଆ ଚଳଚ୍ଚିତ୍ର ପ୍ରେମମ, ଗୁପଚୁପ, ମହାବାହୁ ଭଳି କିଛି ଚଳଚ୍ଚିତ୍ର ଏହି ଚ୍ୟାନେଲ୍‌ରେ ପ୍ରସାରଣ କରାଯିବ ।



from Prameya News7 https://ift.tt/1wtbovj
ଓଡ଼ିଶାର ମନୋରଞ୍ଜନ ଜଗତରେ ନୂଆ କରି ପାଦ ଥାପିଲା ଓଡ଼ିଆ ଚ୍ୟାନେଲ ‘ଷ୍ଟାର କିରଣ’, ଜୁନ ୬ ସନ୍ଧ୍ୟା ୬ଟାରୁ ଶୁଭାରମ୍ଭ ଓଡ଼ିଶାର ମନୋରଞ୍ଜନ ଜଗତରେ ନୂଆ କରି ପାଦ ଥାପିଲା ଓଡ଼ିଆ ଚ୍ୟାନେଲ ‘ଷ୍ଟାର କିରଣ’, ଜୁନ ୬ ସନ୍ଧ୍ୟା ୬ଟାରୁ ଶୁଭାରମ୍ଭ Reviewed by SUBHENDU BARAL on May 19, 2022 Rating: 5

No comments:

Powered by Blogger.