ଦିନରେ ମିଟିଂ, ରାତିରେ କ୍ୟାମ୍ପେନିଂ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସବୁ ଦଳର କସରତ

ଝାରସୁଗୁଡ଼ା ୧୯।୦୫:  ୩୧ରେ ବ୍ରଜରାଜନଗର ଭୋଟ୍ । ପ୍ରଚାର ପାଇଁ ମଝିରେ ଆଉ ମାତ୍ର ଦିନ କେଇଟା । ବ୍ରଜରାଜନଗର ଉପନିର୍ବାଚନକୁ ନେଇ ଜମିଲାଣି ପ୍ରାର୍ଥୀଙ୍କ ପ୍ରଚାର । ଦିନ ବେଳା ପ୍ରବଳ ଖରା ଯୋଗୁଁ ଲୋକେ ଘରୁ ବାହାରିବା ଏକରକମ ଅସମ୍ଭବ ହୋଇ ପଡ଼ୁଛି । ତେଣୁ ସଂଧ୍ୟାରେ ଜମୁଛି ପ୍ରଚାର ।

ବିଜେଡି ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନା, ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଧାୟକ ଦେବୀ ମିଶ୍ରଙ୍କ ସହ ବହୁ ବିଧାୟକ ଯୋଗଦେଇ କର୍ମୀଙ୍କ ମନୋବଳ ବଢ଼ାଇବାକୁ ଚେଷ୍ଟା ଚଳାଇଛନ୍ତି।  ସେହିଭଳି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଓ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଲଖନପୁର ବ୍ଲକର ୧ ନମ୍ବର ଜୋନ୍ରେ ଗତକାଲି ପ୍ରଚାର କରିଥିଲେ ।

ସେପଟେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ପାଇଁ ପ୍ରଚାର କରିବାକୁ ବିଧାୟକ ରାଜନ ଏକ୍କ, ବରିଷ୍ଠ ନେତା ଯଜ୍ଞେଶ୍ବର ବାବୁ ପ୍ରମୁଖ ଝାରସୁଗୁଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ସହ ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା ।



from Prameya News7 https://ift.tt/AWcxCKE
ଦିନରେ ମିଟିଂ, ରାତିରେ କ୍ୟାମ୍ପେନିଂ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସବୁ ଦଳର କସରତ ଦିନରେ ମିଟିଂ, ରାତିରେ କ୍ୟାମ୍ପେନିଂ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସବୁ ଦଳର କସରତ Reviewed by SUBHENDU BARAL on May 18, 2022 Rating: 5

No comments:

Powered by Blogger.