ମଙ୍କିପକ୍ସକୁ ନେଇ ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଅଧିକ ଦେଶକୁ ବଢ଼ିପାରେ ସଂକ୍ରମଣ । ଭାରତୀୟ ବିଶେଷଜ୍ଞ କହିଲେ ସତର୍କ ରୁହ, ଭୟ କରନି Kanak News

କନକ ବ୍ୟୁରୋ : ମଙ୍କିପକ୍ସକୁ ନେଇ ବଢ଼ୁଛି ଚିନ୍ତା । ଏଯାଏଁ ସାରା ବିଶ୍ୱରେ ଶହେରୁ ଅଧକ ମାମଲା ଚିହ୍ନଟ ହୋଇସାରିଲାଣି । ଏସବୁ ଭିତରେ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଏଯାଏଁ ୧୨ଟି ଦେଶରେ ମଙ୍କିପକ୍ସ ଚିହ୍ନଟ ହୋଇଥିବା ବେଳେ ଏହା ଆଗକୁ ଅନ୍ୟ ଦେଶକୁ ବଢ଼ିବାର ଆଶଙ୍କା ରହିଥିବା ‘ହୁ’କହିଛି । ସଙ୍ଗଠନ କହିଛି ଯେ, ଏବେ ଅଧିକରୁ ଅଧିକ ଦେଶରେ ଅନୁଧ୍ୟାନ କରାଯାଉଛି, ତେଣୁ ଆଗକୁ ଅଧିକ ମାମଲା ସାମ୍ନାକୁ ଆସିବାର ଆଶଙ୍କା ରହିଛି । ଏବେ ୟୁରୋପିୟ ଦେଶରେ ଏହି ମଙ୍କି ପକ୍ସ ଚିହ୍ନଟ ହୋଇଛି । କେବଳ ସ୍ପେନରେ ୪୦ ଓ ପର୍ତୁଗାଲରେ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମଙ୍କିପକ୍ସ ବ୍ୟାପିବା ପ୍ରସଙ୍ଗରେ ଆଲୋଚନା ପାଇଁ ଜରୁରୀ ବୈଠକ ଡାକିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଏହି ବୈଠକରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦେଶଗୁଡ଼ିକ ସାମିଲ ହେବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ମଙ୍କିପକ୍ସ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ରୋଗର ସମ୍ଭାବ୍ୟ ଚିକତ୍ସା ଓ ଔଷଧ ପାଇଁ ଏବେ ବିଶେଷଜ୍ଞମାନେ ବିଚାରବିମର୍ଶ କରୁଥିବା ସେ ଜଣାଇଛନ୍ତି । ସେପଟ ଭାରତୀୟ ବିଶେଷଜ୍ଞମାନେ ସତର୍କ ରହିବାକୁ କହିଛନ୍ତି । ହେଲେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ଭାରତରେ ଏଯାଏଁ ମଙ୍କିପକ୍ସରେ କୌଣସି ମଣିଷ ସଂକ୍ରମିତ ହୋଇଥିବାର ମାମଲା ସାମ୍ନାକୁ ଆସି ନାହିଁ ।
The post ମଙ୍କିପକ୍ସକୁ ନେଇ ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଅଧିକ ଦେଶକୁ ବଢ଼ିପାରେ ସଂକ୍ରମଣ । ଭାରତୀୟ ବିଶେଷଜ୍ଞ କହିଲେ ସତର୍କ ରୁହ, ଭୟ କରନି first appeared on Kanak News.
from Kanak News https://ift.tt/b86Uwor https://ift.tt/mR6s4OS
No comments: