ଭୁବନେଶ୍ୱର ୨୩/୦୫ : ଦହିରେ ଥିବା ପୋଷକ ତତ୍ୱ ଆପଣଙ୍କୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ। ସେଥିପାଇଁ ଆପଣଙ୍କ ଖାଦ୍ୟାଭ୍ୟାସରେ ଏହାକୁ ନିହାତି ସାମିଲ କରନ୍ତୁ। ଥଣ୍ଡା ସମୟରେ କିଛି ଲୋକ ଏହାକୁ କମ୍ ଖାଆନ୍ତି କିନ୍ତୁ ଏହାକୁ ଗରମ ସମୟରେ ଏହା ଖାଇଲେ କେବଳ ଗୋଟିଏ ନୁହେଁ ଆମ ଶରୀରକୁ ଅନେକ ଲାଭ ମିଳିଥାଏ। ହାଡ଼କୁ ଶକ୍ତ କରିବା ଠାରୁ ଆରମ୍ଭ କରି ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପର୍ଯ୍ୟନ୍ତ ଏହା ଲାଭବାନ ହୋଇଥାଏ। ତାହେଲେ ଆସନ୍ତୁ ଜାଣିବା ଗରମ ସମୟରେ ଦହି ଖାଇଲେ ଆମ ଶରୀରକୁ କେଉଁ ସବୁ ଲାଭ ମିଳିଥାଏ।
ଦହିରେ ଉପକାରୀ ବ୍ୟାକ୍ଟେରିଆ ଥାଆନ୍ତି ଯାହା କେବଳ ଆମ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇନଥାନ୍ତି ବରଂ ଆମ ଶରୀରରେ ହାଡ଼କୁ ମଧ୍ୟ ଶକ୍ତ କରନ୍ତି। ଏଥିରେ କ୍ୟାଲସିଅମ ଓ ଫସପରସ ଅଧିକ ମାତ୍ରାରେ ଥାଏ। ତେଣୁ ଯେଉଁ ଲୋକମାନେ ତାଙ୍କ ଆଣ୍ଠୁ ଗଣ୍ଠି ବା ହାଡ଼ରେ କଷ୍ଟ ଅନୁଭବ କରନ୍ତି ସେମାନେ ଏହାକୁ ତାଙ୍କ ଖାଦ୍ୟାଭ୍ୟାସରେ ସାମିଲ କରିପାରିବେ।
ଦହି ଖାଇଲେ ଶରୀରର ଓଜନ ନିୟନ୍ତ୍ରଣରେ ରହିଥାଏ। ଯେଉଁ ଲୋକମାନେ ଓଜନ କମାଇବା ପାଇଁ ବିଭିନ୍ନ ତରିକା ଆପଣାନ୍ତି ସେମାନେ ତାଙ୍କ ଖାଦ୍ୟାଭ୍ୟାସରେ ଦହିକୁ ନିହାତି ସାମିଲ କରନ୍ତୁ। ତେଣୁ ଆପଣ ଯଦି ଗରମରେ ଦହି ଖାଉଛନ୍ତି ତାହେଲେ ଆପଣଙ୍କ ଶରୀରର ଓଜନ କମ ହେବ। ଯଦି ଆପଣଙ୍କର କୋଲେଷ୍ଟ୍ରଲ ସମସ୍ୟା ଥିବ ତାହା ମଧ୍ୟ ଦୂର ହୋଇଯିବ।
* ଏହା ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। କରୋନା ସମୟରେ ଆପଣଙ୍କ ଖଦ୍ୟାଭ୍ୟାସରେ ଏହାକୁ ସାମିଲ ନିହାତି ଜରୁରି।
* ଦାନ୍ତକୁ ମଜବୁତ କରିବା ପାଇଁ ଦହି ବହୁତ ଲାଭ ଦାୟକ ହୋଇଥାଏ। ଯେଉଁ ଲୋକମାନଙ୍କର ଦାନ୍ତ ବହୁତ କମଜୋର ଥାଏ ସେମାନେ ଏହାକୁ ଖାଆନ୍ତୁ ।
* ହଜମ କ୍ରୀୟାକୁ ମଜବୁତ କରିବା ପାଇଁ ଏହା ବହୁତ ଉପଯୋଗୀ ହୋଇଥାଏ। କିନ୍ତୁ ଯେଉଁ ଲୋକମାନଙ୍କର ଗ୍ୟାସ ସମସ୍ୟା ରହିଛି ସୋମାନେ ଏହାକୁ ସୀମିତ ମାତ୍ରାରେ ଖାଆନ୍ତୁ ।
from Prameya News7 https://ift.tt/3ILtNB9

No comments: