ଭୁବନେଶ୍ୱର ୨୩/୦୫ : ଯଦି ପୁରୁଷମାନେ ତାଙ୍କ ଖାଦ୍ୟାଭ୍ୟାସରେ ମେଥୀ ମଞ୍ଜି ସାମିଲ କରନ୍ତି ତାହେଲେ ସେମାନଙ୍କୁ ବହୁତ ଭଲ ଲାଭ ମିଳିବ। ଯେଉଁମାନଙ୍କର ବୈବାହିକ ଜୀବନ ଭଲରେ ବିତୁ ନାହିଁ ସେମାନେ ଏହାକୁ ଖାଇ ପାରିବେ। ଏହାଦ୍ୱାରା ଆପଣଙ୍କୁ ଗୋଟିଏ ନୁହେଁ ବରଂ ଅନେକ ଲାଭ ମିଳିଥାଏ। ସବୁଠାରୁ ବଡ଼ କଥା ହେଉଛି ଏହାକୁ ଖାଇଲେ ପୁରୁଷଙ୍କ ଶରୀରରେ ଟେଷ୍ଟୋଷ୍ଟିରନ ହରମୋନ୍ର ମାତ୍ରା ବଢିଥାଏ। ଆସନ୍ତୁ ଜାଣିବା ଏହା ଛଡ଼ା ମେଥି ମଞ୍ଜି ଖାଇଲେ ଆମ ଶରୀରକୁ ଆଉ କେଉଁ ଲାଭ ମିଳିଥାଏ।
ଯେଉଁ ଲୋକମାନଙ୍କର ରକ୍ତ ଶର୍କରା ସ୍ଥର ନିୟନ୍ତ୍ରଣରେ ରହୁନାହିଁ ସେମାନେ ଏହାକୁ ନିହାତି ଖାଇବା ଆବଶ୍ୟକ। ଏହାଦ୍ୱାରା ଆପଣଙ୍କ ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ। ତେଣୁ ଆପଣ ଏହାକୁ ନିହାତି ଖାଆନ୍ତୁ।
ଏହା ସହିତ ମେଥୀ ମଞ୍ଜି ଶରୀରରେ ମାଂସ ପେଷୀ ମଜବୁତ କରିବାରେ ସାହାଜ୍ୟ କରିଥାଏ। ଯେଉଁ ଲୋକମାନେ ଜିମ୍ ଯାଆନ୍ତି ସେମାନେ ତାଙ୍କ ଖାଦ୍ୟାଭ୍ୟାସରେ ଏହାକୁ ନିହାତି ସାମିଲ କରିବା ଆବଶ୍ୟକ। ଏହାଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିବ।
ମେଥି ମଞ୍ଜୀ ଖାଇଲେ ଆପଣଙ୍କ ଶରୀରରେ ଶକ୍ତି ବଢ଼ିଥାଏ। ଯେଉଁ ଲୋକମାନଙ୍କର ଶରୀରରେ ଶକ୍ତି କମ୍ ଥାଏ ସେମାନେ ଏହାକୁ ଖାଇବା ଅତ୍ୟାନ୍ତ ଆବଶ୍ୟକ। ଏହା ଖାଇଲେ ଆପଣଙ୍କ ଶରୀରରେ ଶକ୍ତି କମ୍ ହେବ ନାହିଁ।
ମେଥି ମଞ୍ଜୀ ଖାଇଲେ ପୁରୁଷଙ୍କ ଶରୀରରେ ଟେଷ୍ଟୋଷ୍ଟିରନ ହରମୋନର ସ୍ଥର ସନ୍ତୁଳିତ ହୋଇ ରହିଥାଏ। ସୂଚନାଥାଉକି, ମେଥି ମଞ୍ଜୀରେ ଫୁରଷ୍ଟାନୋଲିକ ସପୋନିୟନ ନାମକ ତତ୍ୱ ଥାଏ ଯାହାକି ଶରୀରରେ ସୁସ୍ଥ ଟେଷ୍ଟୋଷ୍ଟିରନ ସ୍ତରକୁ ବଢ଼ାଇବାରେ ସାହାଜ୍ୟ କରିଥାଏ।
from Prameya News7 https://ift.tt/taIcueR

No comments: