IPL 2022: ରସେଲଙ୍କ ଦମରେ ଜିତିଲା କୋଲକାତା, ପ୍ଲେ ଅଫରୁ ବାଦ୍ ପଡିଲା ହାଇଦ୍ରାବାଦ !

ପୁଣେ: ଚଳିତ ଆଇପିଏଲରେ ଏକଦା କ୍ରମାଗତ ୫ ମ୍ୟାଚ୍ ଜିତି ମଜବୁତ ସ୍ଥିତିରେ ଥିବା ସନରାଇଜର୍ସ ହାଇଦ୍ରାବାଦର ନିମ୍ନମାନର ପ୍ରଦର୍ଶନ ଜାରି ରହିଛି। ଆଇପିଏଲର ୬୧ତମ ମୁକାବିଲାରେ ରସଲେଙ୍କ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚିତ୍ତାକର୍ଷକ ପ୍ରଦର୍ଶନ ଦମରେ ହାଇଦ୍ରାବାଦକୁ ୫୪ ରନରେ ହରାଇଛି କୋଲକାତା ନାଇଟ୍ ରାଇଡର୍ସ। ଏହି ବିଜୟ ସହ କୋଲକାତା ପ୍ଲେ ଅଫ ଆଶା ଉଜ୍ଜିବୀତ ରଖି ପାରିଛି। ଦଳ ୧୩ମ ମ୍ୟାଚରୁ ଷଷ୍ଠ ବିଜୟ ସହ ଷଷ୍ଠ ସ୍ଥାନକୁ ଉନ୍ନିତ ହୋଇଛି। ହାଇଦ୍ରାବାଦ କ୍ରମାଗତ ପଞ୍ଚମ ପରାଜୟ ସହ ଅଷ୍ଟମ ସ୍ଥାନକୁ ଖସି ଆସିଛି। ଦଳ ପ୍ଲେ ଅଫରୁ ପ୍ରାୟତଃ ବାଦ୍ ପଡିଛି। ହାଇଦ୍ରାବାଦ ୧୨ଶ ମୁକାବିଲାରୁ ସପ୍ତମ ପରାଜୟ ଭୋଗିଛି।

ପ୍ରଥମେ ବ୍ୟାଟିଂ କରି କୋଲକାତା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟ ଭୋଗିଥିଲେ ବି ଆନ୍ଦ୍ରେ ରସେଲ ଏବଂ ସାମ ବିଲିଙ୍ଗ୍ସଙ୍କ ମଧ୍ୟରେ ୬୩ ରନର ଭାଗିଦାରୀ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୭ ରନ କରିଥିଲା।। ଦଳ ପକ୍ଷରୁ ଆନ୍ଦ୍ରେ ରସେଲ ୨୮ ବଲରୁ ୪୯ ରନର ଅପରାଜିତ ଇନିଂସ ଖେଳିଥିଲେ। ସାମ ବିଲିଙ୍ଗ୍ସ ୩୪ ରନ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ ୨୮, ନୀତିଶ ରାଣା ୨୬ ରନ କରିଥିଲେ। ହାଇଦ୍ରାବାଦ ତଫରୁ ଉମରାନ ମଲିକ ୩୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ଭୁବନେଶ୍ଵ କୁମାର, ମାର୍କୋ ଜନସେନ ଏବଂ ଟି ନଟରାଜନ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ଜବାବରେ ସନରାଇଜର୍ସ ହାଇଦ୍ରାବାଦ ବିଜୟ ଲକ୍ଷ୍ୟ ପିଛା କରି ୮ ଓ୍ଵିକେଟ୍ ହରାଇ ୧୨୩ ରନ କରି ପାରିଛି। ଦଳ କୋଲକାତା ବୋଲିଂ ମୁକାବିଲା କରିନପାରି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଅଭିଷେକ ଶର୍ମା ଏବଂ ଆଡନ ମାରକ୍ରମଙ୍କୁ ବାଦ୍ ଦେଲେ ବାକି ବ୍ୟାଟସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ। ଅଭିଷେକ ଶର୍ମା ୪୩ ରନ କରିଥିବା ବେଳେ ମାରକ୍ରମ ୩୨ ରନ କରିଥିଲେ। ଅଧିନାୟକ କେନ ଓ୍ଵିଲିୟମସନ ୯, ରାହୁଲ ତ୍ରିପାଠୀ ୯, ନିକୋଲାସ ପୁରନ ୨ ଏବଂ ଓ୍ଵାଶିଂଟନ ସୁନ୍ଦର ୪ ରନ କରି ଦଳକୁ ନିରାଶ କରିଛନ୍ତି। କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ବ୍ୟାଟିଂ ପରେ ବୋଲିଂରେ ୨୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ଦଳକୁ ବିଜୟୀ କରାଇଛନ୍ତି। ଟିମ୍ ସାଉଦି ୨୩ ରନରେ ୨ ଓ୍ଵିକେଟ୍ଉ, ମେଶ ଯାଦବ ୧୯ ରନ ଏବଂ ବରୁଣ  ଚକ୍ରବର୍ତ୍ତୀ ୨୫ ରନ ଦେଇ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।



from Prameya News7 https://ift.tt/pJK9ie0
IPL 2022: ରସେଲଙ୍କ ଦମରେ ଜିତିଲା କୋଲକାତା, ପ୍ଲେ ଅଫରୁ ବାଦ୍ ପଡିଲା ହାଇଦ୍ରାବାଦ ! IPL 2022: ରସେଲଙ୍କ ଦମରେ ଜିତିଲା କୋଲକାତା, ପ୍ଲେ ଅଫରୁ ବାଦ୍ ପଡିଲା ହାଇଦ୍ରାବାଦ ! Reviewed by SUBHENDU BARAL on May 14, 2022 Rating: 5

No comments:

Powered by Blogger.