ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ; ଗୋଟାକୁ ୨୧ ହଜାର ଟଙ୍କା Pramod Behera

ଦୁନିଆରେ ଫଳର ରାଜା ଆମ୍ବର ଅନେକ ପ୍ରକାର ଅଛି। ଦୁନିଆର ବିଭିନ୍ନ ଦେଶର ଆମ୍ବର ମଧ୍ୟ ଏକ ସ୍ୱତନ୍ତ୍ରତା ରହିଛି। ତେବେ ସାଧାରଣତଃ ଆମେ ଜାଣିଥିବା ଆମ୍ବ ଭିତରେ ଦୋସଡି, ସୁନ୍ଦରୀ, ଆଖୁ ରସ, ବାଇଗଣ ପଲେଇ, ଗିରିଡି, ଅଷାଡୁଆ ଆଦି ରହିଛି। ବଜାରରେ ମିଳୁଥିବା ଏହିସବୁ ଆମ୍ବର ମୂଲ୍ୟ ଯାହା ତାକୁ ପ୍ରାୟ ସବୁ ବର୍ଗର ଲୋକ କିଣି ଖାଇପାରିବେ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଆମ୍ବ ବିଷୟରେ କହିବାକୁ ଯାଉଛୁ ଯାହାର ମୂଲ୍ୟ ଆପଣଙ୍କ ହୋସ୍ ଉଡାଇ ଦେବ। ଏହି ଆମ୍ବ ବିଦେଶରେ ପ୍ରଚୁର ମିଳୁଥିଲେ ବି ଭାରତରେ ମଧ୍ୟ ଦେଖିବାକୁ ମିଳେ।

ଏହି ମହଙ୍ଗା ଆମ୍ବ ଜାପାନରେ ମିଳେ। ଏଠାରେ ମିଳୁଥିବା ଦୁନିଆର ସବୁଠାରୁ ଦାମି ଆମ୍ବର ନାମ ହେଉଛି ‘ତଇୟୋ ନୋ ତମାଙ୍ଗୋ’। ଏହା ଜାପାନର ମିୟାଜାକିରେ ମିଳୁଥିବା ବେଳେ ଏହା ବିହାରର ପୁର୍ଣ୍ଣିଆ ଏବଂ ମଧ୍ୟପ୍ରଦେଶର ଜବଲପୁରରେ ମଧ୍ୟ ଦେଖିବାକୁ ମିଳେ। ସାଧାରଣ ଲୋକ ଏହି ଆମ୍ବକୁ କିଣିବା ତ ଦୂରର କଥା ଏହାକୁ ନେଇ ସ୍ୱପ୍ନ ମଧ୍ୟ ଦେଖି ପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା ଏହି ବିଶେଷ ଆମ୍ବ ବିଷୟରେ...

ଏହି ଆମ୍ବ ସାଧାରଣତଃ ଜାପାନର କ୍ୟୁସୁ ରାଜ୍ୟର ମିୟାଜାକି ସହରରେ ଚାଷ କରାଯାଏ। କିନ୍ତୁ ମଧ୍ୟପ୍ରଦେଶର ଜବଲପୁରରେ ଏହାର କିଛି ଗଛ ଥିବା ବେଳେ ବିହାରର ପୁର୍ଣ୍ଣିଆରେ ଗୋଟିଏ ଗଛ ଅଛି। ଆନ୍ତର୍ଜାତୀୟ ବଜାରରେ ଏହି ଆମ୍ବର ମୂଲ୍ୟ କିଲୋଗ୍ରାମ ପ୍ରତି ୨.୭ ଲକ୍ଷ ଟଙ୍କା।

ତେବେ ଭାରତରେ ଏହି ପ୍ରଜାତିର ଗୋଟିଏ ଆମ୍ବର ମୂଲ୍ୟ ୨୧ ହଜାର ଟଙ୍କା ରହିଛି। ପୁର୍ଣ୍ଣିଆରେ ଏହି ପ୍ରଜାତିର ଗୋଟିଏ ଗଛ ଥିବା ବେଳେ ଏହାର ଆୟୁଷ ପ୍ରାୟ ୨୫ ବର୍ଷ। ସ୍ୱାଦ ଦୃଷ୍ଟିରୁ ଏହି ଆମ୍ବ ମିଠା ଲାଗିବା ସହିତ ନଡ଼ିଆ ଏବଂ ଧନିଆ ପତ୍ରର ସାମାନ୍ୟ ସ୍ୱାଦ ମଧ୍ୟ ଆସେ।

ତେବେ ଏହି ଆମ୍ବକୁ ଏକ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ କରାଯାଏ। ଆମ୍ବ ଗଛରେ ଫଳ ଆସିବା ପରେ ପ୍ରତ୍ୟେକ ଫଳକୁ ଏକ ଜାଲରେ ବାନ୍ଧି ଦିଆଯାଏ। ଏହି କାରଣରୁ ଆମ୍ବର ରଙ୍ଗ ମଧ୍ୟ ଭିନ୍ନ। ବାଇଗଣୀ ରଙ୍ଗର ଏହି ଆମ୍ବ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର।

ଭାରତର ସବୁଠାରୁ ମହଙ୍ଗା ଆମ୍ବ ବିଷୟରେ କହିଲେ ସମସ୍ତଙ୍କ ନଜର ଆଲ୍‌ଫୋନ୍‌ସୋ କିମ୍ବା ହାପୁସ୍ ଆଡକୁ ଯିବ। ଏହି ଆମ୍ବ ଏତେ ସ୍ୱାଦିଷ୍ଟ ଯେ ଏହାକୁ ସ୍ୱର୍ଗବୁଟି ମଧ୍ୟ କୁହାଯାଏ। ଏହି ଆମ୍ବ ଏହାର ମଧୁରତା ଏବଂ ସୁଗନ୍ଧ ପାଇଁ ଜଣାଶୁଣା। ଭାରତରେ ମିଳୁଥିବା ଏହି ଆମ୍ବକୁ ଜିଆଇ ଟ୍ୟାଗ୍ ମିଳିଛି। ଆନ୍ତର୍ଜାତୀୟ ବଜାରରେ ଆଲ୍‌ଫୋନ୍‌ସୋ ପାଇଁ ବହୁତ ଚାହିଦା ରହିଛି। ୟୁରୋପ ଏବଂ ଜାପାନ ବ୍ୟତୀତ ଆମେରିକା ଏବଂ ଅଷ୍ଟ୍ରେଲିଆରେ ଆଲ୍‌ଫୋନ୍‌ସୋ ପାଇଁ ଚାହିଦା ମଧ୍ୟ ବୃଦ୍ଧି ପାଇଛି।

ଜାପାନରେ ତଇୟୋ ନୋ ତମାଙ୍ଗୋ କିସମର ଆମ୍ବ ଚାଷ ୭୦ ଏବଂ ୮୦ ଦଶକରେ ଆରମ୍ଭ ହୋଇଥିଲା। ଦୁନିଆର ସବୁଠାରୁ ମହଙ୍ଗା ଏହି ଆମ୍ବ ଗ୍ରୀଷ୍ମଋତୁ, ଅଧିକ ସମୟ ଖରା ଓ ବର୍ଷାରେ ରହିବା ପରେ ପାଚିଥାଏ।



from Latest Odisha News, Breaking News Today | Top Updates on Corona - OTV News https://ift.tt/x6vKwA3
ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ; ଗୋଟାକୁ ୨୧ ହଜାର ଟଙ୍କା Pramod Behera ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ; ଗୋଟାକୁ ୨୧ ହଜାର ଟଙ୍କା Pramod Behera Reviewed by SUBHENDU BARAL on May 14, 2022 Rating: 5

No comments:

Powered by Blogger.