ଏହି ସବୁ ଯୋଗାସନ କରି ଲଙ୍ଗ୍ କୋଭିଡ୍‌ରୁ ମୁକ୍ତି ପାଆନ୍ତୁ Pramod Behera

ଜାରି ରହିଥିବା କରୋନା ଭାଇରସ୍ ମହାମାରୀ ଅନେକାଂଶରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ସଂକ୍ରମଣର ଗମ୍ଭୀରତାର ବିପଦଠାରୁ ଆରମ୍ଭ କରି ଦୀର୍ଘ ଦିନ ଧରି କୋଭିଡ୍‌ର ସମସ୍ୟା ପର୍ଯ୍ୟନ୍ତ, ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କରୋନାର ଗମ୍ଭୀର ପ୍ରଭାବ ଦେଖିବାକୁ ମିଳୁଛି। କୋଭିଡ୍‌ -୧୯ର ବିପଦକୁ ନେଇ ସାମ୍ପ୍ରତିକ ଅଧ୍ୟୟନରେ, ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ଏହାର ଜଟିଳତା ବିଷୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

କୋଭିଡ୍‌ରେ ଆକ୍ରାନ୍ତ ହୋଇ ସଂକ୍ରମଣରୁ ରକ୍ଷା ପାଇବା ପରେ ମଧ୍ୟ ଦୀର୍ଘ ସମୟ ଧରି ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଛି। ଏହାର ପ୍ରଭାବ ଛଅ ମାସରୁ ଦୁଇ ବର୍ଷ ପର୍ଯ୍ୟନ୍ତ ମଧ୍ୟ ରହିପାରେ। ତେବେ ବିଶେଷଜ୍ଞଙ୍କ ଅନୁଯାୟୀ ସଂକ୍ରମଣରୁ ମୁକ୍ତି ପାଇଥିବା ବ୍ୟକ୍ତିମାନେ ସେମାନଙ୍କର ଲକ୍ଷଣ ବିଷୟରେ ବିଶେଷ ଧ୍ୟାନ ଦେବା ଉଚିତ।

ଲଙ୍ଗ୍‌ କୋଭିଡ୍‌ର ଲୋକଙ୍କଠାରେ ଥକ୍କା, ଦୁର୍ବଳତା, ମାଂସପେଶୀ ଯନ୍ତ୍ରଣା ଭଳି ସମସ୍ୟା ଅଧିକ ଦେଖାଯାଏ। ତେବେ ନିତ୍ୟକର୍ମରେ ଯୋଗସନକୁ ସାମିଲ କରି ଏହି ଜଟିଳତାକୁ ମଧ୍ୟ ହ୍ରାସ କରାଯାଇପାରେ। ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ କେଉଁ ଯୋଗାସନ ଆପଣଙ୍କ ପାଇଁ ବିଶେଷ ଲାଭଦାୟକ ହୋଇପାରେ।

କପାଳଭାତି ପ୍ରାଣାୟମ:

କରୋନା ସଂକ୍ରମଣର ଏହି ସମୟରେ, ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଠାରୁ ଆରମ୍ଭ କରି ଲଙ୍ଗ୍‌ କୋଭିଡ୍‌ର ବିପଦକୁ ହ୍ରାସ କରିବା ପର୍ଯ୍ୟନ୍ତ, କପାଳଭାତି ପ୍ରାଣାୟମ ଅଭ୍ୟାସ ଅତ୍ୟନ୍ତ ଉପକାରୀ। ଏହି ଅଭ୍ୟାସ ଶରୀରରେ ଶକ୍ତି ସଂଚାରକୁ ପ୍ରୋତ୍ସାହିତ କରିବା ସହିତ ଫୁସ୍‌ଫୁସ୍‌ ଏବଂ ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ଅତ୍ୟନ୍ତ ସହାୟକ ହୋଇଥାଏ। କୋଭିଡ୍-୧୯ ସମୟରେ ଶରୀରର ଅଙ୍ଗଗୁଡ଼ିକରେ ଘଟୁଥିବା ସମସ୍ୟାରୁ ଶୀଘ୍ର ପୁନରୁଦ୍ଧାର ହେବା ଏବଂ ଶରୀରକୁ ସୁସ୍ଥ ରଖିବାରେ ଏହି ପ୍ରାଣାୟାମ ବହୁତ ଲାଭକାରୀ।

ମାର୍ଜାରୀ ଆସନ:

ମାର୍ଜାରୀ ଆସନ ଅଭ୍ୟାସକୁ ଦିନଚର୍ଯ୍ୟାରେ ସାମିଲ କରିବା ଦ୍ୱାରା ଏହା ଲଙ୍ଗ୍‌ କୋଭିଡ୍‌ର ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରେ। ଏହି ଆସନ ସମଗ୍ର ଶରୀରକୁ ପ୍ରସାରିତ କରିବା, ମେରୁଦଣ୍ଡ ଏବଂ ପେଟର ଅଙ୍ଗରୁ ଅତିରିକ୍ତ ଚାପ କମାଇବା ଏବଂ ରକ୍ତ ସଂଚାଳନକୁ ବୃଦ୍ଧି କରେ। ଏହା ପେଟ ଓ ପିଠିର ସମସ୍ୟାକୁ ଦୂର କରିବା ସହ ଥକ୍କାପଣରୁ ମଧ୍ୟ ମୁକ୍ତି ଦିଏ।

ପ୍ରଜାପତି ଆସନ:

ପ୍ରଜାପତି ଆସନର ନିୟମିତ ଅଭ୍ୟାସ ଜଙ୍ଘ, ଅଣ୍ଟା ଓ ଆଣ୍ଠୁକୁ ଷ୍ଟ୍ରେଚିଂ କରିବା ସହିତ ଶରୀରର ନମନୀୟତାକୁ ବଢେଇଥାଏ। ଏହା କୋଭିଡ୍ ସଂକ୍ରମଣ କାରଣରୁ ହେଉଥିବା ଥକ୍କାପଣକୁ ଦୂର କରିବା ଓ ମାଂସପେଶୀକୁ ସକ୍ରିୟ କରେ। ଦିନଚର୍ଯ୍ୟାରେ ଏହି ଆସନ ସାମିଲ କରିବା ଦ୍ୱାରା କୋଭିଡ୍‌ କାରଣରୁ ହେଉଥିବା ଶରୀରର ସମସ୍ତ ଜଟିଳତାରୁ ଦୂର ହୋଇଯାଏ।



from Latest Odisha News, Breaking News Today | Top Updates on Corona - OTV News https://ift.tt/OAuECXH
ଏହି ସବୁ ଯୋଗାସନ କରି ଲଙ୍ଗ୍ କୋଭିଡ୍‌ରୁ ମୁକ୍ତି ପାଆନ୍ତୁ Pramod Behera ଏହି ସବୁ ଯୋଗାସନ କରି ଲଙ୍ଗ୍ କୋଭିଡ୍‌ରୁ ମୁକ୍ତି ପାଆନ୍ତୁ Pramod Behera Reviewed by SUBHENDU BARAL on May 13, 2022 Rating: 5

No comments:

Powered by Blogger.