IAS ଦମ୍ପତିଙ୍କ ବଦଳି ଦିଲ୍ଲୀକୁ କ୍ଷତି, କେନ୍ଦ୍ର ସରକାରଙ୍କର ଏଭଳି ଆଭିମୁଖ୍ୟ ଏକ ଷଡ଼ଯନ୍ତ୍ର; ବିଜେପି ସାଂସଦ ମାନେକା ଗାନ୍ଧୀ

ନୂଆଦିଲ୍ଲୀ: ଖେଳ ଅଭ୍ୟାସ ବନ୍ଦ କରି ଷ୍ଟାଡିୟମ୍‌ରେ କୁକୁର ବୁଲାଇବା ଅଭିଯୋଗରେ IAS ଦମ୍ପତିଙ୍କୁ ଦିଲ୍ଲୀରୁ ଲଦାଖ ଓ ଅରୁଣାଚଳ ପ୍ରଦେଶ ଟ୍ରାନ୍ସଫର କରିଥିଲେ କେନ୍ଦ୍ର ସରକାର। ଏହାର ଦୁଇଦିନ ପରେ ଆଜି ଏନେଇ ବୟାନ ରଖିଛନ୍ତି ବିଜେପି ସାଂସଦ ମାନେକା ଗାନ୍ଧୀ।

ଏହା ଦିଲ୍ଲୀ ପାଇଁ କ୍ଷତି। ବଦଳି ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ମାନେକା ଗାନ୍ଧୀ କହିଛନ୍ତି। ସେ କହିଛନ୍ତି " କେହି ଏମିତି ଜଣଙ୍କୁ ଯେଉଁଠି ନାହିଁ ସେଇଠି ବଦଳି କରିପାରିବ ନାହିଁ। ଦିଲ୍ଲୀ ଏଥିପାଇଁ କ୍ଷତି ସହିବ। କେନ୍ଦ୍ରର ଏଭଳି ଆଭିମୁଖ୍ୟ ଏକ ଷଡ଼ଯନ୍ତ୍ର।"  

ସେ ଆହୁରି ମଧ୍ୟ କହିଛନ୍ତି "ଏହା ବାଦ୍ ଲଦାଖ ଓ ଅରୁଣାଚଳ ପ୍ରଦେଶକୁ ଲୋକମାନେ ଖୁସିରେ ଯାଆନ୍ତି। କିନ୍ତୁ ଏଠି ପୋଷ୍ଟିଂ କରି କାହିଁକି ଏହି ସ୍ଥାନକୁ ଏକ ଦଣ୍ଡରୂପେ ବ୍ୟବହାର କରାଗଲା।ଏହି ସ୍ଥାନମାନଙ୍କର ଭଲ ଅଫିସରମାନଙ୍କୁ ପଠାଇବା ଦରକାର।"



from Prameya News7 https://ift.tt/vEirmHa
IAS ଦମ୍ପତିଙ୍କ ବଦଳି ଦିଲ୍ଲୀକୁ କ୍ଷତି, କେନ୍ଦ୍ର ସରକାରଙ୍କର ଏଭଳି ଆଭିମୁଖ୍ୟ ଏକ ଷଡ଼ଯନ୍ତ୍ର; ବିଜେପି ସାଂସଦ ମାନେକା ଗାନ୍ଧୀ IAS ଦମ୍ପତିଙ୍କ ବଦଳି ଦିଲ୍ଲୀକୁ କ୍ଷତି, କେନ୍ଦ୍ର ସରକାରଙ୍କର ଏଭଳି ଆଭିମୁଖ୍ୟ ଏକ ଷଡ଼ଯନ୍ତ୍ର; ବିଜେପି ସାଂସଦ ମାନେକା ଗାନ୍ଧୀ Reviewed by SUBHENDU BARAL on May 28, 2022 Rating: 5

No comments:

Powered by Blogger.