ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇସିସି) କାରଣରୁ ଅନ୍ତର୍ଜାତୀୟ କ୍ରିକେଟ୍ ଉପରେ କୁ ପ୍ରଭାବ ପଡିବା ନେଇ ଆଶଙ୍କା ପ୍ରକାଶ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)। ଆଇସିସି ଅଧ୍ୟକ୍ଷ ଗ୍ରେଗ ବାର୍କଲେ କହିଛନ୍ତି, ଯଦି ଆଇପିଏଲ ପରି ଟି-୨୦ ଲିଗ୍ର ଅବଧି ବଢିଚାଲେ ତେବେ ଭବିଷ୍ୟତରେ ଅନ୍ତର୍ଜାତୀୟ ଦଳଗୁଡିକ ମଧ୍ୟରେ କମ ଦ୍ଵିପାକ୍ଷିକ ସିରିଜ୍ ଖେଳା ଯାଇପାରେ। ଆଇପିଏଲ ୨୦୨୨ରେ ଦୁଇ ନୂତନ ଦଳ ସାମିଲ୍ ହେବା କାରଣରୁ ଲିଗ୍ରେ ୭୪ ମୁକାବିଲା ଖେଳାଯାଉଛି। ଗତ ସିଜିନ ପର୍ଯ୍ୟନ୍ତ ୮ଟି ଦଳ ଖେଳୁଥିଲେ ଏବଂ ମୋଟ୍ ୬୦ଟି ମୁକାବିଲା ଖେଳାଯାଉଥିଲା। ତେବେ ଆଉ ଦୁଇଟି ଦଳ ମିଶିବାରୁ ଅଧିକ ୧୪ଟି ମ୍ୟାଚ୍ ଖେଳାଯାଉଛି। ଆଇପିଏଲ ପୂରା ଦୁଇ ମାସ ଧରି ଚାଲୁଛି।
ଆଇପିଏଲ ଏବଂ ଅନ୍ତର୍ଜାତୀୟ କ୍ୟାଲେଣ୍ଡର ମଧ୍ୟରେ କେମିତି ସନ୍ତୁଳନ ରଖାଯିବ ? ପ୍ରଶ୍ନ ଉପରେ ବାର୍କଲେ କହିଛନ୍ତି, ଏମିତି ଘରୋଇ ଟୁର୍ଣ୍ଣାମେଣ୍ଟ ସଦସ୍ୟ ଦେଶଗୁଡିକ ମଧ୍ୟରେ ମାମଲା। ସେମାନେ ନିଜ ଇଚ୍ଛା ଅନୁସାରେ ଏହାକୁ ଚଳାଇ ପାରିବେ। ମାତ୍ର ଯଦି ଏମିତି ଟୁର୍ଣ୍ଣାମେଣ୍ଟର ସଂଖ୍ୟା ବୃଦ୍ଧି ଘଟେ ତେବେ ଅନ୍ତର୍ଜାତୀୟ ଦ୍ଵିପାକ୍ଷିକ ସିରିଜ୍ କମିବା ଥୟ।
ସେ କହିଛନ୍ତି, ଯଦି ଘରୋଇ ଲିଗ୍ ହେବ ଏବଂ ଖେଳାଳି ଏଥିପ୍ରତି ଆକର୍ଷିତ ହେବେ ତେବେ କୌଣସି ନା କୌଣସି ଟୁର୍ଣ୍ଣାମେଣ୍ଟ କିମ୍ବା ସିରିଜକୁ ଏହାର କ୍ଷତି ଉଠାଇବାକୁ ପଡିବ। ମୋତେ ଲାଗୁନାହିଁ ଆଇସିସି ଇଭେଣ୍ଟକୁ ଏହାର ପରିଣାମ ଭୋଗିବାକୁ ପଡିବ। ପ୍ରତି ବର୍ଷ ଆଇସିସି ଟୁର୍ଣ୍ଣାମେଣ୍ଟ ହେଉଛି ଏବଂ ଏଥିରେ ବହୁ ଦଳ ଅଂଶଗ୍ରହଣ କରୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ଅବଧି ଲମ୍ବା ମଧ୍ୟ ରହୁଛି। ଏମିତି ସ୍ଥିତିରେ ଦ୍ଵିପାକ୍ଷିକ ସିରିଜ୍ କମ ଖେଳାଯିବ।
ଆଇପିଏଲ ଅଧ୍ୟକ୍ଷ ବାର୍କଲେ ଯଦିଓ ଦ୍ଵିପାକ୍ଷିକ ସିରିଜକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି, କିନ୍ତୁ ତାଙ୍କ ନଜରରେ ଆଇପିଏଲ ଏକ ଚମତ୍କାର ଟୁର୍ଣ୍ଣାମେଣ୍ଟ। ସେ କହିଛନ୍ତି, ଦୁଇ ବର୍ଷ ଯାତ୍ରା କଟକଣା ପରେ ମୁଁ ଭାରତ ଆସି ଖୁସି। ଆଇପିଏଲର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ମୋତେ ଆଇପିଏଲ ବହୁତ ପସନ୍ଦ ଏବଂ ଏହା ବାସ୍ତବରେ ଏକ ଚମତ୍କାର ଟୁର୍ଣ୍ଣାମେଣ୍ଟ। ମୋ ମତରେ ବିସିସିଆଇ କ୍ରିକେଟ୍ ପାଇଁ ଅଦ୍ଭୁତ କାମ କରିଛି। ଏହା ଏମିତି ଏକ ଟୁର୍ଣ୍ଣାମେଣ୍ଟ ଯାହାକୁ ଦେଖିବା ଏବଂ ଏହାର ଅଂଶ ହେବା ଯେ କୌଣସି ବ୍ୟକ୍ତିଙ୍କ ପାଇଁ ଗର୍ବର ବିଷୟ। ଏହାର ପୂରା ଶ୍ରେୟ ବିସିସିଆଇ ଏବଂ ଭାରତକୁ ଯାଉଛି ବୋଲି ବାର୍କଲେ କହିଛନ୍ତି।
from Prameya News7 https://ift.tt/VG5OQym

No comments: