ବରଗଡ଼ ୨୮/୦୫ : ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଧାନ ଫସଲ ଅମଳରେ ଲାଗି ପଡିଛି ଚାଷୀ । ଅତ୍ୟାଧୁନିକ ଯନ୍ତ୍ରପାତିରେ ଧାନ କଟା ଚାଲିଛି। ଫଳରେ ଧାନ କ୍ଷେତରେ ନଡ଼ା ବା ପୁଆଲ ପଡି ରହୁଛି। ସେହି ସବୁ ନଡ଼ାକୁ ଅନ୍ଯ ଜାଗାକୁ ନେବା ବଦଳରେ ଜମି ମାଲିକମାନେ ସେଥିରେ ନିଆଁ ଲଗାଇ ଦେଉଛନ୍ତି। ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଉତ୍ତପ୍ତ ନଡ଼ା ସାଙ୍ଗେ ସାଙ୍ଗେ ଶହ ଶହ ଏକର ଜମିରେ ନିଆଁ ଲାଗି ଯାଉଛି। ଯାହାକୁ କି ଆୟତ୍ତ କରିବା କାଠିକର ପାଠ ହୋଇପଡ଼ୁଛି । ଏହା ଫଳରେ ବହୁ ସମ୍ପତ୍ତି ପୋଡି ଛାରଖାର ହୋଇଯାଉଛି ।
ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ। ଖବର ଅନୁସାରେ ଅତାବିରା ଷ୍ଟେସନ ପଡାର ପାପା ରାଓ ନାମକ ଜଣେ ଜମି ମାଲିକ ତାଙ୍କ ସ୍ତ୍ରୀ ପଦ୍ମାବତୀଙ୍କ ନାମରେ ଥିବା ଟ୍ରାକ୍ଟର ନମ୍ବର ଓଡି ୧୭ଟି ୭୨୭୭ ରେ ନିଜ ଚାଷ ଜମି ହଳ କରୁଥିଲେ। ତେବେ ସେ ହଳ କରୁଥିବା ଜମିରେ ଥିବା ନଡ଼ାକୁ ନଷ୍ଟ କରିବା ପାଇଁ ନିଆଁ ବି ଲଗାଇଥିଲେ। ଫଳରେ ଟ୍ରାକ୍ଟର ଲଙ୍ଗଳରେ ଜମିକୁ ହଲ କରୁ କରୁ ଗାଡିର ପଛରେ ନିଆଁ ଲାଗିଯାଇଥିଲା। ଟ୍ରାକ୍ଟରର ପଛପଟ ପୋଡି ନଷ୍ଟ ହୋଇଯାଇଥିଲା । ତେବେ ସମ୍ବଲପୁର-ବରଗଡ ୫୩ ନମ୍ବର ଜାତୀୟ ରାଜପଥ କଡ଼ ତଥା ସେହି ଜମି ପାଖରେ ଥିବା ମୋଟର ସାଇକଲ ସାର୍ଭିସିଂ ସେଣ୍ଟରରୁ ପ୍ରେସର ପାଣି ଜଳୁଥିବା ଚଳନ୍ତା ଟ୍ରାକ୍ଟର ଉପରେ ପକାଇଥିଲେ। ଫଳରେ ଟ୍ରାକ୍ଟର ପୁରା ପୋଡିଯିବାରୁ ରକ୍ଷା ପାଇ ଯାଇଥିଲେବି ପଛପଟ ପୁରା ଜଳି ନଷ୍ଟ ହୋଇ ଯାଇଥିଲା।
ପରେ ଅତାବିରା ଅଗ୍ନିଶମ ବିଭାଗର ଅଧିକାରୀ ରବୀନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ନିଆଁ ଲିଭା ଦଳ ଦୁଇଟି ଦମକଳ ଗାଡ଼ି ଆଣି ନିଆଁକୁ ଆୟତ୍ତ କରିଥିଲେ। ଏହି ସମୟରେ ନିଆଁ ଲଗାଇଥିବା ଜମି ମାଲିକ ପାପା ରାଓ ପୋଡ଼ିଯାଇଥିବା ଟ୍ରାକ୍ଟରକୁ ଅନ୍ୟ ଏକ ଗାଡ଼ିରେ ଟାଣି ଟାଣି ତାଙ୍କ ଖଳାରେ ଲୁଚାଇ ଦେଇଥିଲେ।
from Prameya News7 https://ift.tt/UPLTYNg

No comments: