ଠିକା ଶ୍ରମିକଙ୍କ ମୃତ୍ୟୁ ପାଇଁ ଆସିକା ଚିନି କଳରେ ଶ୍ରମିକ ଅଶାନ୍ତି 

ସାନଖେମୁଣ୍ଡି ୨୨/୦୫ : ଗଞ୍ଜାମ ଜିଲ୍ଲା ଆସିକା ଚିନି କଳରେ ଚଳିତ ମାସ ୧୬ ତାରିଖ ଦିନ କାମ କରୁଥିବା ସମୟରେଗ୍ୟାସ ପାଇପ ଫାଟି ଦୁଇଜଣ ଠିକା ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଦୁଇ ଗୁରୁତରଙ୍କୁ ବ୍ରହ୍ମପୁର ଓ  ପରେ କଟକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଉପଯୁକ୍ତ ଚିକିତ୍ସା ନମିଳିବାରୁ ପରିବାର ଲୋକ ସେମାନଙ୍କୁ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

ହେଲେ ଆଜି ଗୁରୁତର ୨ ଜଣଙ୍କ ମଧ୍ୟରୁ ବିଘ୍ନେଶ୍ଵର ବେହେରା ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହା ପରେ ଶ୍ରମିକ ଅଶାନ୍ତି ବଢିଥିବା ବେଳେ ମୃତଦେହକୁ  ଚିନିକଳ ପରିସରରେ ରଖି ଶ୍ରମିକମାନେ କ୍ଷତିପୂରଣ ଦାବି କରିଛନ୍ତି । ଏଥିସହ ମୃତକଙ୍କ ପରିବାର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦାବି କରିଛି ଶ୍ରମିକ ସଂଗଠନ।



from Prameya News7 https://ift.tt/0p1uJIQ
ଠିକା ଶ୍ରମିକଙ୍କ ମୃତ୍ୟୁ ପାଇଁ ଆସିକା ଚିନି କଳରେ ଶ୍ରମିକ ଅଶାନ୍ତି  ଠିକା ଶ୍ରମିକଙ୍କ ମୃତ୍ୟୁ ପାଇଁ ଆସିକା ଚିନି କଳରେ ଶ୍ରମିକ ଅଶାନ୍ତି  Reviewed by SUBHENDU BARAL on May 22, 2022 Rating: 5

No comments:

Powered by Blogger.