ଶେଷ ଲିଗ୍‌ ମ୍ୟାଚ୍‌ରେ ହାଇଦ୍ରାବାଦକୁ ୫ ଓ୍ଵିକେଟ୍‌ରେ ହରାଇଲା ପଞ୍ଜାବ, ଏବେ ପ୍ଲେ ଅଫ ଉପରେ ନଜର

ମୁମ୍ବାଇ: ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବଶାଳୀ ବୋଲିଂ ବଳରେ ଆଇପିଏଲ ୨୦୨୨ର ଶେଷ ଲିଗ୍ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୫ ଓ୍ଵିକେଟରେ ହରାଇଛି। ବିଜୟ ସହ ପଞ୍ଜାବ କିଙ୍ଗ୍ସ ନିଜର ଅଭିଯାନ ଶେଷ କରିଥିବା ବେଳେ ହାଇଦ୍ରାବାଦ ଅଷ୍ଟମ ପରାଜୟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି। ଲିୟାମ ଲିଭିଙ୍ଗଷ୍ଟୋନଙ୍କ ଅପରାଜିତ ୪୯ ରନ ସହାୟତାରେ ପଞ୍ଜାବ ହାଇଦ୍ରାବାଦ ଦ୍ଵାରା ଧାର୍ଯ୍ୟ ୧୫୮ ରନ ବିଜୟ ଲକ୍ଷ୍ୟକୁ ୧୫.୧ ଓଭରରେ ୫ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଶିଖର ଧାଓ୍ଵନ ୩୯ ରନ କରିଥିବା ବେଳେ ଜୋନି ବେୟାରଷ୍ଟୋ ୨୩ ଏବଂ ଜିତେଶ ଶର୍ମା ୧୯ ରନ କରିଛନ୍ତି। ହାଇଦ୍ରାବାଦ ତରଫରୁ ଫଜଲହକ ଫାରୁକି ସର୍ବାଧିକ ଦୁଇଟି ଓ୍ଵିକେଟ୍ ନେଇଛନ୍ତି। ଲିଗ୍ ପର୍ଯ୍ୟାୟ ଶେଷ ପରେ ଏବେ ପ୍ଲେ ଅଫ ଉପରେ ସଭିଙ୍କ ନଜର।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦ ୮ ଓ୍ଵିକେଟ୍ ହରାଇ ୧୫୭ ରନ କରିଛି। ହାଇଦ୍ରାବାଦ ତରଫରୁ ଅଭିଷେକ ଶର୍ମା ସର୍ବାଧିକ ୪୩ ରନ କରିଛନ୍ତି। ରୋମାରିଓ ଶେଫାର୍ଡ ୨୬ ରନ, ଓ୍ଵାଶିଂଟନ ସୁନ୍ଦର ୨୫ ରନ, ଆଡନ ମାରକ୍ରମ ୨୧ ଏବଂ ରାହୁଲ ତ୍ରିପାଠୀ ୨୦ ରନ କରିଛନ୍ତି। କୌଣସି ବ୍ୟାଟସମ୍ୟାନ ବଡ ସ୍କୋର କରିନପାରିବାରୁ ହାଇଦ୍ରାବାଦ ୧୫୭ ରନରେ ସୀମିତ ରହିଥିଲା। ପଞ୍ଜାବ ପକ୍ଷରୁ ହରପ୍ରୀତ ବ୍ରାର ୨୬ ରନ ଦେଇ ୩ ଏବଂ ନାଥନ ଏଲିସ ୪୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ।

ପ୍ରଥମ କ୍ଵାଲିଫାୟର ୧: ଗୁଜରାଟ୍ ଟାଇଟନ୍ସ ବନାମ ରାଜସ୍ଥାନ ରୟାଲ୍ସ, ମେ ୨୪

ଏଲିମିନେଟର: ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ମେ ୨୫



from Prameya News7 https://ift.tt/BSUyI80
ଶେଷ ଲିଗ୍‌ ମ୍ୟାଚ୍‌ରେ ହାଇଦ୍ରାବାଦକୁ ୫ ଓ୍ଵିକେଟ୍‌ରେ ହରାଇଲା ପଞ୍ଜାବ, ଏବେ ପ୍ଲେ ଅଫ ଉପରେ ନଜର ଶେଷ ଲିଗ୍‌ ମ୍ୟାଚ୍‌ରେ ହାଇଦ୍ରାବାଦକୁ ୫ ଓ୍ଵିକେଟ୍‌ରେ ହରାଇଲା ପଞ୍ଜାବ, ଏବେ ପ୍ଲେ ଅଫ ଉପରେ ନଜର Reviewed by SUBHENDU BARAL on May 22, 2022 Rating: 5

No comments:

Powered by Blogger.