ଯାଜପୁର ୨୮/୦୫ : ଚାର୍ଜ ହେବା ସମୟରେ ଫାଟିଲା ବାଇକ ବ୍ୟାଟେରୀ। ଯାଜପୁର ଲଳିତେଶ୍ବରନଗରର ଏକ ଇଲେକ୍ଟ୍ରିକ ବାଇକ ଶୋ ରୁମରେ ଏପରି ଅଘଟଣ ଘଟିଛି। ଗାଡି ବ୍ୟାଟେରୀ ଚାର୍ଜ ହେଉଥିବା ସମୟରେ ହଠାତ ଏକ ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା।
ଫଳରେ ନିଆଁ ପୁରା ଶୋରୁମକୁ ବ୍ୟାପି ଯାଇଥିଲା। ଏଥିରେ ମୋଟ ୩ଟି ବାଇକ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁ ଲିଭାଇବାକୁ ଯାଇ ଶୋରୁମ୍ର ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଆହତ କର୍ମଚାରୀ ହେଉଛନ୍ତି ତପୁନା ସାହୁ। ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
from Prameya News7 https://ift.tt/LdYG1VJ
ବାଇକ ଶୋରୁମରେ ଅଗ୍ନିକାଣ୍ଡ; ଇଲେକ୍ଟ୍ରି ଗାଡ଼ି ଚାର୍ଜ ହେବା ସମୟରେ ଫାଟିଲା ବ୍ୟାଟେରି
Reviewed by SUBHENDU BARAL
on
May 28, 2022
Rating:

No comments: