କରୋନା ମୃତ୍ୟୁ ମାମଲାରେ ଶୀର୍ଷରେ ଆମେରିକା, ଗଲାଣି ଏତିକି ଲକ୍ଷ ଲୋକଙ୍କ ଜୀବନ

ନ୍ୟୁୟର୍କ: କରୋନା ପ୍ରକୋପ ସବୁଠୁ ଅଧିକ ଆମେରିକାରେ ଦେଖିବାକୁ ମିଳିଛି। ଏଠାରେ କୋଭିଡ୍-୧୯ କାରଣରୁ ଏ ପର୍ଯ୍ୟନ୍ତ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ସୋମବାର ଆମେିକାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ  ଟପିଛି। ଏଥିସହିତ କରୋନାରେ ସବୁଠୁ ଅଧିକ ମୃତ୍ୟୁ ମାମଲାରେ ଆମେରିକା ପ୍ରଥମ ସ୍ଥାନରେ ପହଞ୍ଚିଛି। ରୋଗ ନିୟନ୍ତ୍ରଣ ଏବଂ ରୋକଥାମ କେନ୍ଦ୍ର(ସିଡିସି) ଆମେରିକାରେ କରୋନାରେ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛି।

ସିଡିସି ମୁତାବକ କୋଭିଡ୍ କାରଣରୁ ପ୍ରତି ଚାରି ଜଣଙ୍କ ମଧ୍ୟରୁ ତିନି ଜଣଙ୍କ  ମୃତ୍ୟୁ ଘଟିଛି। ଅଧିକାଂଶ କ୍ଷେତ୍ରରେ ମୃତକଙ୍କ ସଂଖ୍ୟା ୬୫ ବର୍ଷ କିମ୍ବା ତଦୁର୍ଦ୍ଧ୍ଵ ରହିଛି। ମୃତକଙ୍କ ମଧ୍ୟରେ ମହିଳାଙ୍କ ତୂଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ରହିଛି। ହେଲେ ସଂପ୍ରତି ବ୍ୟାପକ ମାତ୍ରାରେ ଟିକାକରଣ କାରଣରୁ କରୋନାରେ ଘଟୁଥିବା ମୃତ୍ୟୁ ସଂଖ୍ୟାରେ ବହୁତ ସୁଧାର ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଜାନୁଆରୀରେ ପ୍ରତି ଦିନ ପାଖାପାଖି ୩,୪୦୦ ଜଣଙ୍କ ମୃତ୍ୟୁ କରୋନାରେ ହେଉଥିଲା। ହେଲେ ବର୍ତ୍ତମାନ ଏହା ହ୍ରାସ ପାଇ ୩୦୦କୁ ଖସି ଆସିଛି। ଦୁଇ ତୃତୀୟାଂଶ ଆମେରିକୀୟ କରୋନା ଭ୍ୟାକ୍ସିନର ଦୁଇ ଡୋଜ୍ ନେଇ ସାରିଛନ୍ତି। ସେଥିରୁ ଅର୍ଦ୍ଧାଧିକ ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯାଇଛି।

ଡିସିସି ଅନୁଯାୟୀ, ଯେଉଁମାନେ କରୋନା ଟିକା ନେଇ ନାହାନ୍ତି ସେମାନଙ୍କର ମୃତ୍ୟୁ ଆଶଙ୍କା ଅଧିକ ବଢିଛି। ଆମେରିକାରେ ହୋଇଥିବା ଗୃହ ଯୁଦ୍ଧ ଏବଂ ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟରେ ମୋଟ୍ ଯେତିକି ଲୋକଙ୍କ ପ୍ରାଣହାନୀ ଘଟିଥିଲା ତାହା କରୋନା ମୃତକଙ୍କ ସଂଖ୍ୟା ସହ ସମାନ ଥିବା କୁହାଯାଇଛି।



from Prameya News7 https://ift.tt/RPCDf0K
କରୋନା ମୃତ୍ୟୁ ମାମଲାରେ ଶୀର୍ଷରେ ଆମେରିକା, ଗଲାଣି ଏତିକି ଲକ୍ଷ ଲୋକଙ୍କ ଜୀବନ କରୋନା ମୃତ୍ୟୁ ମାମଲାରେ ଶୀର୍ଷରେ ଆମେରିକା, ଗଲାଣି ଏତିକି ଲକ୍ଷ ଲୋକଙ୍କ ଜୀବନ Reviewed by SUBHENDU BARAL on May 16, 2022 Rating: 5

No comments:

Powered by Blogger.