ଋଷ-ୟୁକ୍ରେନ୍ ଯୁଦ୍ଧ; ଋଷ ଛାଡ଼ି ସବୁଦିନ ପାଇଁ ଚାଲିଯିବ ଫୁଡ୍‌ କମ୍ପାନୀ ମ୍ୟାକ୍‌ଡୋନାଲ୍ଡସ, ୩୦ ବର୍ଷରୁ ଅଧିକ ସମୟ ଧରି ବ୍ୟବସାୟ କରି ପାଇଥିଲା ଅନେକ ସଫଳତା

ମସ୍କୋ: ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ଋଷ ଛାଡ଼ି ପଳାଉଛନ୍ତି ବିଦେଶୀ କମ୍ପାନୀ। ଅନେକ କମ୍ପାନୀ ଅସ୍ଥାୟୀ ଭାବେ ବ୍ୟବସାୟ ବନ୍ଦ କରିଥିବା ଫାଷ୍ଟଫୁଡ୍ କମ୍ପାନୀ ମ୍ୟାକ୍‌ଡୋନାଲ୍ଡ ଏବେ ପୂରା ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ୩୦ ବର୍ଷରୁ ଅଧିକ ସମୟ ହେଲା ଋଷରେ ବ୍ୟବସାୟ କରିଆସୁଥିବା ଆମେରିକୀୟ କମ୍ପାନୀ ମ୍ୟାକ୍‌ଡୋନ୍ଡର ମନ ଏବେ ଋଷରୁ ଛାଡ଼ିଯାଇଛି। ଦେଶରେ ଥିବା ସମସ୍ତ ସମ୍ପତ୍ତି ବିକ୍ରି କରି ଋଷ ଛାଡ଼ିଦେବାକୁ ମନ ବଳାଇଛି କମ୍ପାନୀ।

ଶୋଭିଏତ୍ ୟୁନିୟନ ଠାରୁ ଅଲଗା ହେବା ପରେ ପ୍ରଥମ କରି ଋଷରେ ନିଜର ଷ୍ଟୋର ଖୋଲିଲା ମ୍ୟାକ୍‌ଡୋନାଲ୍ଡ। ବର୍ତ୍ତମାନ ସେଠାରେ କମ୍ପାନୀ ୮୪୭ଟି ଷ୍ଟୋର୍ ଥିବା ବେଳେ ପାଖାପାଖି ୬୨ ହଜାର କର୍ମଚାରୀ କାମ କରୁଛନ୍ତି। ୟୁକ୍ରେନ ଉପରେ ଯୁଦ୍ଧ ଜାରି ରଖିଥିବାରୁ ଚୀନ୍‌ରୁ ଚାଲିଯିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ।

The company has 847 branches in Russia, employing 62,000 people

ତେବେ କେବଳ ମ୍ୟାକ୍‌ଡୋନାଲ୍ଡ ନୁହେଁ,ଋଷରେ କଡ଼ା ପ୍ରତିବନ୍ଧକ ଲାଗିଥିବାରୁ ଆଉ କିଛି ପଶ୍ଚିମ କମ୍ପାନୀ ମଧ୍ୟ ସେମାନଙ୍କର ସମ୍ପତ୍ତି ବିକ୍ରି କରି ସ୍ଥାନୀୟ ମ୍ୟାନେଜର ହାତରେ ଦାୟୀତ୍ୱ ଦେଇ ଚାଲିଯିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ମଧ୍ୟରୁ କୋକାକୋଲ, ପେପ୍‌ସି ଓ ଷ୍ଟାରବକ୍ସ ଭଳି କମ୍ପାନୀ ଯୁଦ୍ଧର କିଛି ସପ୍ତାହ ପରେ ଦେଶଛାଡ଼ିବା ବ୍ୟବସ୍ଥା କରିଥିଲେ।  

ସେହିଭଳି ଆପଲ, ଡିସ୍‌ନି,H&M, ଆଇକିଆ, ନେଟ୍‌ଫ୍ଲିକ୍ସ, ପ୍ଲେଷ୍ଟେସନ, ପ୍ସୋଟିଫାଏ ଏବଂ ଟିକ୍‌ଟକ୍ ଭଳି କମ୍ପାନୀଗୁଡ଼କ ମଧ୍ୟରୁ କିଏ ସର୍ଭିସ୍ ବନ୍ଦ କରିଛି ତ କିଏ ଋଷରା ଚାଲିଯିବାକୁ ଯୋଜନା କରିଛି।

ତେବେ ମ୍ୟାକ୍‌ଡୋନାଲ୍ଡ ଋଷରେ ବ୍ୟବସାୟ ବିକ୍ରି କରିବା ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ଦରମା ଦେବ ବୋଲି ଘୋଷଣା କରିଛି। ଅନ୍ୟ ବଡ଼ ବଡ଼ ଫୁଡ୍ ବ୍ରାଣ୍ଡ ଯଥା-କେଏଫ୍‌ସି, ପିଜା ହଟ୍ ଏବଂ ବର୍ଗର କିଂ ଫ୍ରାଞ୍ଚାଇଜ୍‌ ଦେଇ ବ୍ୟବସାୟ ଚଳାଉଥିବା ବେଳେ ମ୍ୟାକ୍‌ଡୋନାଲ୍ଡସ ୮୪ ପ୍ରତିଶତ ବଜାର ଅକ୍ତିଆର କରିଥିଲା। କମ୍ପାନୀ ସାରା ବିଶ୍ୱରୁ ଯେତିକି ଆୟ କରୁଥିଲା ତାର ୯ ପ୍ରତିଶତ କେବଳ ଋଷରୁ ଆୟ ହେଉଥିଲା। ଆଉ ପରିଚାଳନ ବାବଦକୁ ୩ ପ୍ରତିଶତ ଅଧିକ ଲାଭ ମିଳୁଥିଲା। ଋଷରେ ମ୍ୟାକ୍‌ଡୋନାଲ୍ଡର ସମ୍ପତ୍ତି ମୂଲ୍ୟ ପାଖପାଖି ୧ ବିଲିୟନ ପାଉଣ୍ଡ ହେବ ବୋଲି କୁହାଯାଉଛି।

McDonald's is leaving Russia : NPR

୧୯୯୦ ମସିହାରେ ମୋସ୍କର ପୁଶ୍କିନ ଛକରେ ପ୍ରଥମ ବ୍ରାଞ୍ଚ ଖୋଲିଥିଲା ମ୍ୟାକ୍‌ଡୋନାଲ୍ଡସ୍। ସେତେବେଳେ ୩୦ ହଜାର ଲୋକ ନିଜର ପ୍ରଥମ ମ୍ୟାକ୍‌ଡୋନାଲ୍ଡର ମଜା ନେବାକୁ ଲାଇନ୍‌ ଲଗାଇଥିଲେ। ପରେ ଋଷର କମ୍ ମଜୁରୀ ଯୋଗୁ କମ୍ପାନୀକୁ ଏଠାରେ ବ୍ୟବସାୟ ବେଶ୍ ସୁହାଇଥିଲା। ଧୀରେ ଧୀରେ ଏହାକୁ ବିଳାସମୟ ବ୍ରାଣ୍ଡ ହୋଇଯାଇଥିଲା। ଋଷର ସାଧାରଣ ଲୋକେ ଏଥିରେ ମ୍ୟାକ୍‌ଡୋନାଲ୍ଡ ଖାଇବା ଅର୍ଡର କରିପାରୁ ନଥିଲେ, କାରଣ ଏହା ଖୁବ୍ ମହଙ୍ଗା ଥିଲା ବୋଲି ଗ୍ରାହକ କହୁଥିଲେ।

ଆଜି ଦେଶ ଛାଡ଼ିବାକୁ ବସିଥିବା ବେଳେ କମ୍ପାନୀ କହିଛି ଯେ ୟୁକ୍ରେନ୍ ଯୁଦ୍ଧ ଯୋଗୁ ଏଠାରେ ସୃଷ୍ଟି ହୋଇଥିବା ମାନବିକତା ସଂକଟ ଅ ଅଭାବନୀୟ ପିରସ୍ଥିତିରେ ଏଠାରେ ବ୍ୟବସାୟ କରିବା ଆଉ ସମ୍ଭବ ହେଉନାହିଁ। ତେଣୁ ସ୍ଥାନୀୟ କ୍ରେତାଙ୍କୁ ଆମେ ସବୁ ସମ୍ପତ୍ତି ବିକିଦେଲେ ବି ଟ୍ରେଡ୍‌ମାର୍କ ଜାରି ରଖିବୁ ବୋଲି କମ୍ପାନୀ କହିଛି। ବିକ୍ରି ସରିବା ପରେ ସେଠାରେ ଥିବା ଷ୍ଟୋର୍‌ରେ ଆଉ ମ୍ୟାକ୍‌ଡୋନାଲ୍ଡସର ନାଁ, ଲୋଗୋ, ବ୍ରାଣ୍ଡ ଏବଂ ମେନ୍ୟୁ ରହିବ ନାହିଁ। କିନ୍ତୁ କମ୍ପାନୀ ଏହା ଟ୍ରେଡ୍‌ମାର୍କ ଜାରି ରଖିବ।

Once a powerful symbol of optimism, McDonald's departure sends Russia into isolation | The Times of Israel

ତେବେ ଋଷରେ ଦୀର୍ଘଧରି ସହଯୋଗ ସମର୍ଥନ ଦେଇଥିବାରୁ ମ୍ୟାକ୍‌ଡୋନାଲ୍ଡସର କର୍ମଚାରୀ, ଋଷିଆନ ସପ୍ଲାୟର ଓ ସ୍ଥାନୀୟ ଫ୍ରାଞ୍ଚାଇଜ୍‌କୁ କୃତଜ୍ଞତା ଜଣାଇଛନ୍ତି କମ୍ପାନୀର ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ କ୍ରିସ୍ କେମ୍ପଜିନସ୍କି। ତେବେ କମ୍ପାନୀ ଯେ ଆଉ ଆସିବନି ସୁବଦିନ ପାଇଁ ଋଷଠୁ ବିଦାୟ ନେଇଗଲା ତାହା ନୁହେଁ, ଭବିଷ୍ୟତ କଣ ହେବ କହିବେନି ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। ହେଲେ ଏବେ  ପାଇଁ ଋଷକୁ ବାଏ କହିବାକୁ ପଡ଼ିବ ବୋଲି କ୍ରିସ୍ କେମ୍ପଜିନସ୍କି କହିଛନ୍ତି।



from Prameya News7 https://ift.tt/QdFAZOS
ଋଷ-ୟୁକ୍ରେନ୍ ଯୁଦ୍ଧ; ଋଷ ଛାଡ଼ି ସବୁଦିନ ପାଇଁ ଚାଲିଯିବ ଫୁଡ୍‌ କମ୍ପାନୀ ମ୍ୟାକ୍‌ଡୋନାଲ୍ଡସ, ୩୦ ବର୍ଷରୁ ଅଧିକ ସମୟ ଧରି ବ୍ୟବସାୟ କରି ପାଇଥିଲା ଅନେକ ସଫଳତା ଋଷ-ୟୁକ୍ରେନ୍ ଯୁଦ୍ଧ; ଋଷ ଛାଡ଼ି ସବୁଦିନ ପାଇଁ ଚାଲିଯିବ ଫୁଡ୍‌ କମ୍ପାନୀ ମ୍ୟାକ୍‌ଡୋନାଲ୍ଡସ, ୩୦ ବର୍ଷରୁ ଅଧିକ ସମୟ ଧରି ବ୍ୟବସାୟ କରି ପାଇଥିଲା ଅନେକ ସଫଳତା Reviewed by SUBHENDU BARAL on May 16, 2022 Rating: 5

No comments:

Powered by Blogger.