ମେ ୧୮ ଏହି ରାଶି ପାଇଁ ହେବ ବହୁତ ଶୁଭ; ଧନ ଲାଭ ହେବା ସହ ଦାମ୍ପତ୍ୟ ଜୀବନ ହେବ ସୁଖମୟ

ବୈଦିକ ଯ୍ୟୋତିଷ ଶାସ୍ତ୍ରରେ ସମସ୍ତ ୧୨ ଟି ରାଶିର ବର୍ଣ୍ଣନା କରାଯାଇଛି। ଗ୍ରହ ପ୍ରତ୍ୟକ ରାଶିର ସ୍ୱାମୀ ହୋଇ ଥାଆନ୍ତି। ଗ୍ରହ ନକ୍ଷତ୍ରଙ୍କ ଚଳନ ଅନୁସାରେ ରାଶିଫଳ ଆକଳନ କରାଯାଇଥାଏ। ଯ୍ୟୋତିଷ ଗଣନା ଅନୁସାରେ କିଛି ରାଶିମାନଙ୍କ ପାଇଁ ମେ ୧୮ ତାରିଖ ବହୁତ ଶୁଭ ହେବ। ଏହି ରାଶିମାନଙ୍କ ପାଇଁ ମେ ୧୮  କୌଣସି ବରଦାନ ଠାରୁ ମଧ୍ୟ କମ୍‌ ନୁହେଁ। ଆସନ୍ତୁ ଜାଣିବା ମେ ୧୮ କେଉଁ ରାଶିମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସମର୍ଥନ ମିଳିବ।  

ମିଥୁନ :~ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହେବ। ଖର୍ଚ୍ଚ କମ୍‌ ହେବ। ଚଳିତ ବର୍ଷ ନେଣ ଦେଣ ପାଇଁ ବହୁତ ଭଲ ରହିଛି। ନିବେଶ କଲେ ଲାଭ ମିଳିବ। ଏବର୍ଷ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଚାକିରି ଓ ବ୍ୟବସାୟ ପାଇଁ ୨୦୨୨ ଆପଣଙ୍କ ପାଇଁ କୌଣସି ବରଦାନ ଠାରୁ କମ୍‌ ନୁହେଁ।

କର୍କଟ :~ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ଆସନ୍ତା ବର୍ଷ ଆପଣ ନୂଆ ଘର ତିଆରି ଆରମ୍ଭ କରିରାରନ୍ତି ବା କିଣିପାରନ୍ତି । ନେଣ ଦେଣ ପାଇଁ ବହୁତ ଶୁଭ ସମୟ ରହିଛି । ଆର୍ଥିକ ସ୍ଥିତି ବହୁତ ଭଲ ହେବ। ମା ଲକ୍ଷ୍ମୀଙ୍କ କୃପାରୁ ବିଗିଡ଼ି ଯାଇଥିବା ସମସ୍ତ କାମ ହୋଇଯିବ।

ବିଛା :~ ନୂଆ ଘର କିମ୍ୱା ଗାଡ଼ି କିଣିପାରନ୍ତି। ବ୍ୟବସାୟ ପାଇଁ ଏହି ସମୟ ବହୁତ ଶୁଭ । ଧନ ଲାଭ ହେବ। ମା ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିବ। କିଛି ନୂଆ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି।

ମୀନ :~ ନିବେଶ କଲେ ଲାଭ ମିଳିବ। ମା ଲକ୍ଷ୍ମୀଙ୍କ କୃପାରୁ ଧନ ଲାଭ ହେବ ଯାହାଫଳରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବ୍ୟବସାୟୀଙ୍କ ପାଇଁ ଏହି ସମୟ କୌଣସି ବରଦାନ ଠାରୁ କମ୍‌ ନୁହେଁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।



from Prameya News7 https://ift.tt/zJ8sBa7
ମେ ୧୮ ଏହି ରାଶି ପାଇଁ ହେବ ବହୁତ ଶୁଭ; ଧନ ଲାଭ ହେବା ସହ ଦାମ୍ପତ୍ୟ ଜୀବନ ହେବ ସୁଖମୟ ମେ ୧୮ ଏହି ରାଶି ପାଇଁ ହେବ ବହୁତ ଶୁଭ; ଧନ ଲାଭ ହେବା ସହ ଦାମ୍ପତ୍ୟ ଜୀବନ ହେବ ସୁଖମୟ Reviewed by SUBHENDU BARAL on May 17, 2022 Rating: 5

No comments:

Powered by Blogger.