ଭୁଲ୍ ସ୍ୱୀକାର କରିବା ସହ ଆଦିବାସୀ ଛାତ୍ରଙ୍କ ସହ ମିଶି ଖାଇଲେ ବଡ଼ ବଡ଼ ପୁଲିସ ଅଫିସର୍

ଗାନ୍ଧୀନଗର: ଆଡ୍‌ମିଶନ କରିବାକୁ କଲେଜ୍‌ ଯାଉଥିଲେ ଆଦିବାସୀ ଛାତ୍ର। ହେଲେ ରାସ୍ତାରେ ଅଟକାଇ ପ୍ଲାଷ୍ଟିକ୍‌ ପାଇପ୍‌ରେ ପିଟିଲେ ପୁଲିସବାବୁ। ଖାଲି ସେତିକି ନୁହେଁ ଡରାଇ ଦମକାଇ ସେମାନଙ୍କ ଠାରୁ ଜବରଦସ୍ତି ୬ ହଜାର ଛଡ଼ାଇ ନେଲେ। ପୁଲିସର ଏଭଳି ଗୁଣ୍ଡାଗର୍ଦ୍ଦି ବିଷୟରେ ଜାଣି ଲଜ୍ଜିତ ହେଲା ବିଭାଗ। ପୀଡ଼ିତ ଛାତ୍ରମାନଙ୍କୁ ସହାୟତା ଯୋଗାଇଦେବା ସହ ସେମାନଙ୍କ ସହ ବସି ଖାଇଲେ ଗୁଜୁରାଟ ଅହମଦାବାଦର ବଡ଼ ବଡ଼ ପୁଲିସ ଅଫିସର।

ଗୁଜୁରାଟ ଅହମଦାବାଦର ଦାହୁଦ୍‌ଠାରେ ଏଭଳି ଘଟଣା ଘଟିଛି। ଛାତ୍ରଛାତ୍ରୀମାନେ କଲେଜ୍‌ରେ ଆଡ୍‌ମିଶନ ନେବାକୁ ଗାନ୍ଧୀନଗର ଯାଉଥିବା ବେଳେ ବାଟରେ ପୁଲିସ ଅଟକାଇ ଏଭଳି ଘୃଣ୍ୟ କାଣ୍ଡ ଘଟାଇଥିଲା। ଘଟଣା ଜଣାପଡ଼ିବା ପରେ ପୀଡ଼ିତ ଆଦିବାସୀ ଛାତ୍ରଙ୍କ ପାଖରେ ପହଞ୍ଚିଥିଲେ ବଡ଼ ବଡ଼ ପୁଲିସ କର୍ମଚାରୀ। ଘଟଣା ପାଇଁ ସେମାନଙ୍କ ପାଖରେ ଦୁଃଖିତ ଥିବା କହିବା ସହିତ ଛାତ୍ରମାନଙ୍କୁ ଫୁଲତୋଡ଼ା ଦେଇ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଏହାପରେ ପୁଲିସ ଅଫିସରମାନଙ୍କ ପକ୍ଷରୁ ଭୋଜିର ଆୟୋଜନ ହୋଇଥିଲା। ଯେଉଁଥିରେ ବଡ଼ ବଡ଼ ପୁଲିସ ବାବୁମାନେ ବଶି ଛାତ୍ରାଛାତ୍ରୀଙ୍କ ସହିତ ଗୋଟିଏ ଟେବଲୁର୍‌ରେ ଖାଇଥିଲେ।

ଘଟଣା ସମ୍ପର୍କରେ ସୂଚନା ଦେଇ ଜଣେ ବରିଷ୍ଠ ପୁଲି ଅଧିକାରୀ କହିଛନ୍ତି " ଏହି ଘଟଣାରେ ଆଇପିସି ଓ ଅତ୍ୟାଚାର ଆଇନ୍‌ରେ ପ୍ରଯୁଜ୍ୟ ଆକ୍ଟ ଅନୁସାରେ ୪ ପୁଲିସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମାମଲାକୁ ଅହମଦାବାଦର ଏସ୍‌/ଏସ୍‌ଟି ସେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ପୁଲିସ ଅଫିସରଙ୍କୁ ଗିରଫ କରାଯାଇଛି। ପରବର୍ତ୍ତୀ ସମୟରେ ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"  

କ'ଣ ଥିଲା ଘଟଣା ?

କଲେଜ୍‌ରେ ଆଡମିସନ ପାଇଁ କିଛି ଛାତ୍ରଛାତ୍ରୀଙ୍କ ପରିବାର ଲୋକେ ବୁଧବାର ସକାଳେ ଦାହୋଦ୍‌ରୁ ଗାନ୍ଧୀନଗର ଅଭିମୁଖେ ଯାଉଥିଲେ। ସେମାନେ ଓଧା ଅତିକ୍ରମ କଲାବେଳେ ପୁଲିସ ସେମାନଙ୍କୁ ଚେକ୍‌ପଏଣ୍ଟରେ ଅଟକାଇଥିଲା। ଓଧା ପୁଲିସ ଓ ସେଠାରେ ମୁତୟନ ହୋଇଥିବା ସୁରକ୍ଷାଗାର୍ଡମାନେ ଛାତ୍ରଛାତ୍ରୀମାନଙ୍କୁ ଗାଡ଼ିରୁ ଓହ୍ଲାଇବାକୁ କହିଥିଲେ।

ଛାତ୍ରଛାତ୍ରୀମାନଙ୍କ ପାଖରେ ଉପଯୁକ୍ତ ଡକ୍ୟୁମେଣ୍ଟ ଥିଲା। ତଥାପି ପୁଲିସ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲା। ଏଥିସହିତ ସେମାନଙ୍କ ଠାରୁ ୧୦ ହଜାର ଟଙ୍କା ମାଗିଥିଲା। ହେଲେ ଛାତ୍ରମାନେ ସେମାନଙ୍କ ପାଖରେ ୬ ହଜାର ଅଛି ବୋଲି କହିବାରୁ ପୁଲିସ ସେମାନଙ୍କୁ ଠାରେ ସେତକ ଟଙ୍କା ଛଡ଼ାଇ ନେଇଯାଇଥିଲେ। ଏହାପରେ ପୁଲିସ ଅଫିସରଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଗୁରୁବାର ସେମାନଙ୍କୁ ଗିରଫ କରାଯାଇଛି।   



from Prameya News7 https://ift.tt/kQ30Hg7
ଭୁଲ୍ ସ୍ୱୀକାର କରିବା ସହ ଆଦିବାସୀ ଛାତ୍ରଙ୍କ ସହ ମିଶି ଖାଇଲେ ବଡ଼ ବଡ଼ ପୁଲିସ ଅଫିସର୍ ଭୁଲ୍ ସ୍ୱୀକାର କରିବା ସହ ଆଦିବାସୀ ଛାତ୍ରଙ୍କ ସହ ମିଶି ଖାଇଲେ ବଡ଼ ବଡ଼ ପୁଲିସ ଅଫିସର୍ Reviewed by SUBHENDU BARAL on May 19, 2022 Rating: 5

No comments:

Powered by Blogger.