ଶେଷରେ ଜାତୀୟ ଅନୁସୂଚିତ ଜାତି ଜନଜାତି ଆୟୋଗରେ ହାଜର ହେଲେ କେଉଁଝର ଜିଲ୍ଲାପାଳ, ଜୁନ୍‌ ୨୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ, ୧୯/୦୫: ଶେଷରେ ଜାତୀୟ ଅନୁସୂଚିତ ଜାତି ଜନଜାତି ଆୟୋଗରେ ହାଜର ହେଲେ କେଉଁଝର ଜିଲ୍ଲାପାଳ ଆଶିଷ ଠାକରେ । ଏ ନେଇ ୩ ଥର ଭୁବନେଶ୍ୱର ଏବଂ ଦିଲ୍ଲୀରେ ତାଙ୍କୁ ୧୬ଟି ବିଭିନ୍ନ ମାମଲାରେ ହଜାର ହେବାକୁ NCST ତରଫରୁ ସମନ ହୋଇଥିଲା । କିନ୍ତୁ ହାଜର ହେଉ ନଥିଲେ ଜିଲ୍ଲାପାଳ । ଆଜି କାନପୁର ଜଳ ସେଚନ ପ୍ରକଳ୍ପ ଅଞ୍ଚଳରେ ଅନୁସୂଚିତ ଜନଜାତିଙ୍କ ନିୟମ ଅନୁସାରେ ଥଇଥାନ ସମ୍ପର୍କିତ ମାମଲାର ଶୁଣାଣି ପାଇଁ ଶେଷରେ NCST ରେ ହଜାର ହୋଇଛନ୍ତି କେଉଁଝର ଜିଲ୍ଲାପାଳ ଆଶିଷ ଠାକରେ।

ଦିନ ୧୧ଟା ରେ ସେ COMMISIONଙ୍କ ଇଜିଲାସରେ ହଜାର ହୋଇଥିଲେ । ୧୨.୨୦ ରେ ଶୁଣାଣି ସରିବା ପରେ ସେ ଏଠାରୁ ବାହାରି ଥିଲେ। କାନପୁର ଜଳ ସେଚନ ସମେତ ସମୁଦାୟ ୧୬ଟି ମାମଲାରେ ଆଶିଷ ଠାକରେଙ୍କୁ ସମନ୍‌ ହୋଇଥିଲା। ଏଥିରୁ ୮ଟି ମାମଲାରେ ତାଙ୍କ ନା ରେ ୱାରେଣ୍ଟ ଇସ୍ୟୁ ହୋଇଥିଲା ଏବଂ କମିଶନ ରାଜ୍ୟ ଡିଜିପିଙ୍କୁ ଜିଲ୍ଲାପାଳଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ। ନେଇ ପରବର୍ତ୍ତୀ ସମୟ ରେ ସେ ହାଇକୋର୍ଟ ଯାଇଥିଲେ ଏବଂ ବ୍ୟକ୍ତିଗତ ହଜାର ପାଇଁ ଷ୍ଟେ ନେଇଛନ୍ତି । ବିସ୍ଥାପିତଙ୍କୁ ଥଇଥାନ ଆଇନ ଅନୁସାରେ ଥଇଥାନ କରାଯିବ ବୋଲି କମିଶନଙ୍କ ନିକଟରେ କହିଛନ୍ତି ଜିଲ୍ଲାପାଳ ।

କାନପୁର ଥଇଥାନ ମାମଲାରେ ୭ ଦିନ ଭିତରେ ବିସ୍ଥାପିତଙ୍କୁ କିପରି ପୁନଃ ଥଇଥାନ ଏବଂ RESETTLEMENT କରିବେ ତାକୁ ନେଇ ସତ୍ୟପାଠ ଦାଖଲ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ NSCT କମିଶନ । ୨୦୦୪ରେ କାନପୁର ବୃହତ୍ ସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା ଏବଂ ୨୭୮୫ ଜଣ ଲୋକ ବିସ୍ଥାପିତ ହୋଇଥିଲେ। ଶୁଣାଣି ସମୟର NCST ଇଜିଲାସରେ ସଦସ୍ୟ ଅନନ୍ତ ନାୟକ ଉପସ୍ଥିତ ଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୨୮ ରେ ହେବ ବୋଲି ଜଣାପଡ଼ିଛି ।



from Prameya News7 https://ift.tt/XzSTcdx
ଶେଷରେ ଜାତୀୟ ଅନୁସୂଚିତ ଜାତି ଜନଜାତି ଆୟୋଗରେ ହାଜର ହେଲେ କେଉଁଝର ଜିଲ୍ଲାପାଳ, ଜୁନ୍‌ ୨୮ରେ ପରବର୍ତ୍ତୀ ଶୁଣାଣି ଶେଷରେ ଜାତୀୟ ଅନୁସୂଚିତ ଜାତି ଜନଜାତି ଆୟୋଗରେ ହାଜର ହେଲେ କେଉଁଝର ଜିଲ୍ଲାପାଳ, ଜୁନ୍‌ ୨୮ରେ ପରବର୍ତ୍ତୀ ଶୁଣାଣି Reviewed by SUBHENDU BARAL on May 19, 2022 Rating: 5

No comments:

Powered by Blogger.