ସୋନ ନଦୀରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ତଦାରଖ କଲେ ନାବାର୍ଡ ଅଧିକାରୀ, କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦେଲେ ପରାମର୍ଶ

ନୀଳଗିରି: ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକ ସୋନନଦୀରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଛନ୍ତି ନାବାର୍ଡ ଅଧିକାରୀ । ୧୪୯ କୋଟି ୧୨ ଲକ୍ଷ ଟଙ୍କାର ଏହି ମେଗା ପ୍ରୋଜେକ୍ଟ କାମ ଦୁଇ ବର୍ଷ ଧରି ଚାଲି ଆସୁଥିବା ବେଳେ କିପରି କାର୍ଯ୍ୟକୁ ତ୍ୱରାନ୍ୱିତ କରି ସମ୍ପୂର୍ଣ୍ଣ କରାଯିବ ସେନେଇ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି । ଏହି ପ୍ରକଳ୍ପ ପାଇଁ ନାବାର୍ଡ ଏବଂ ରାଜ୍ୟ ସରକାର ୫୦ ପ୍ରତିଶତ ଲେଖାଏଁ ଅର୍ଥ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖା ଦେଇଥାଏ । ବସୁଧା ଯୋଜନା ବହୁ ପଞ୍ଚାୟତରେ ଫେଲ ମାରିଥିବା ବେଳେ ନଳକୂପ ଖରାଦିନେ ଶୁଖିଯାଉଛି ।ଲୋକେ ନଦୀ,ନାଳ ଓ ଚୁଆ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରି ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି । ତେବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ୨୦ଟି ପଞ୍ଚାୟତର ୯୦ଟି ରାଜସ୍ୱ ଗାଁର ୧ ଲକ୍ଷ ୩ ହଜାର ୯୨୦ ଜଣ ଲୋକେ ଉପକୃତ ପାଇବେ । ରାଜସ୍ଥାନର ଜୁବେରୀ ଇଞ୍ଜିନିୟରିଂ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ଼ ସଂସ୍ଥା କାର୍ଯ୍ୟ ନେଇଛି । ପାଇପ ବିଛାଇ କାମ ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ବହୁ ସ୍ଥାନରେ ଟାଙ୍କି କାମ ଚାଲୁରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସୋନନଦୀ ଖସାପଡ଼ିଆ ଠାରେ ଯେଉଁ ବ୍ୟାରେଜ ନିର୍ମାଣ ହେବା କଥା ଏହି କାର୍ଯ୍ୟ ଏବେ ଆରମ୍ବ ହେଉଛି । କିଛି ଗ୍ରାମବାସୀ ଏହା ନିର୍ମାଣ ହେଲେ ଗାଁ ବୁଡି ଯିବାର ଆଶଙ୍କା ନେଇ କାର୍ଯ୍ୟଟିକୁ ବିରୋଧ କରିଥିଲେ । ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ପୋଲିସ ଫୋର୍ସ ନେଇ କାର୍ଯ୍ୟ ଆରମ୍ଭ କରାଇଥିଲେ।

ମୌସୁମୀ ଆଉ କିଛି ଦିନରେ ପହଁଚିବ ତା ପୂର୍ବରୁ କାମଟି କେତେଦୂର ଆଗେଇବ ତାହା ଆଶଙ୍କା ଘାରିଛି । ବଢ଼ିପାଣି ଆସିଲେ ସବୁ ଭସାଇବା ଜାଣି ମଧ୍ୟ ଠିକାଦାର କାମ କରୁ ନଥିବା ଜଣାଯାଇଛି । ଆଜି ନାବାର୍ଡର ସିଜିଏମ ସି.ଉଦୟ ଭାସ୍କର,ଡିଜିଏମ ଏସ.ଆର ପଣ୍ଡା,ଡିଡିଏମ ତାପସ ରଞ୍ଜନ ପ୍ରଧାନ ଖସାପଡ଼ିଆ ଠାରେ ପହଁଚିଥିଲେ । ତାଙ୍କ ସହ ଆରଡବ୍ଲୁଏସଏସର ଆଡ଼ିସନାଲ ଚିଫ ଇଞ୍ଜିନିୟର ବିପିନ ବିହାରୀ ଦାସ, ନିର୍ବାହୀ ଯନ୍ତ୍ରୀ ସମୀର ଦେ,ଏସଡ଼ିଓ ରୌପ୍ୟରଞ୍ଜନ ବେହେରା, ସଂସ୍ଥାର ପ୍ରଜେକ୍ଟ ଇଞ୍ଜିନିୟର ବିକ୍ରମ କେଶରୀ ପୁହାଣ ସମେତ ସୁପରଭାଇଜର ମାନେ ଉପସ୍ଥିତ ଥିଲେ । ବ୍ୟାରେଜ ସ୍ଥାନ ପରିଦର୍ଶନ କରିବା ସହ ଅଯୋଧ୍ୟା ଅଞ୍ଚଳରେ ନିର୍ମାଣ ହେଉଥିବା ପାଣି ବିଶୋଧନ ଟାଙ୍କି ଓ ଅନ୍ୟ କାର୍ଯ୍ୟ ସବୁ ନାବାର୍ଡ ଅଧିକାରୀ ପରିଦର୍ଶନ କରିବା ପରେ କାମକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।



from Prameya News7 https://ift.tt/qlIHpDa
ସୋନ ନଦୀରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ତଦାରଖ କଲେ ନାବାର୍ଡ ଅଧିକାରୀ, କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦେଲେ ପରାମର୍ଶ ସୋନ ନଦୀରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ତଦାରଖ କଲେ ନାବାର୍ଡ ଅଧିକାରୀ, କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦେଲେ ପରାମର୍ଶ Reviewed by SUBHENDU BARAL on May 19, 2022 Rating: 5

No comments:

Powered by Blogger.