ବାଲେଶ୍ୱର ଆବସିକ କଲେଜ୍‌ର ଛାତ୍ରୀ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବାଲେଶ୍ୱର,୧୯/୦୫: ମାତ୍ର ୨ ଶହ ଟଙ୍କା ପାଇଁ ଗଲା ଛାତ୍ରୀଙ୍କ ଜବନ । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ସହରର ସେଣ୍ଟ୍ରାଲ ସ୍କୁଲ ଛକରେ ଥିବା ପ୍ରିନ୍ସ ରେସିଡେନସିଆଲ କଲେଜରେ । ଜଣେ ଯୁକ୍ତ ଦୁଇର ଦ୍ବିତୀୟ ବର୍ଷ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ ସବିତା ବେହେରା । ଗତକାଲି ସବିତାଙ୍କ ରୁମମେଟଙ୍କ ୨ ଶହ ଟଙ୍କା ଚୋରୀ ହୋଇଯାଇଥିଲା । ଏହାକୁ ନେଇ ସବିତାଙ୍କ ରୁମମେଟ୍ ସବିତାଙ୍କୁ ସନ୍ଦେହ କରିଥିଲେ । ଏପରିକି ହଷ୍ଟେଲ କର୍ତ୍ତୃପକ୍ଷ ମଧ୍ୟ ସବିତାଙ୍କ ଉପରେ ସନ୍ଦେହ ପ୍ରକଟ କରିଥିଲେ । ଫଳରେ ଲୋକଲଜ୍ଜା ସହି ନପାରି ସବିତା ଜୀବନ ହାରି ଦେଇଥିବା ଅଭିଯୋଗ ହୋଇଛି ।

ସେପଟେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ମୃତା ସବିତାଙ୍କ ପରିବାର ଲୋକେ । ତାଙ୍କ ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ସବିତାଙ୍କ ମୃତ ଦେହରେ ରାମ୍ପୁଡା ଦାଗ ସହ ଛୁରୀ ଆଘାତ କରାଯାଇଥିବା ମୃତା ସବିତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି । ସେପଟେ ତାଙ୍କ ବାପାଙ୍କ କହିବା କଥା ଝିଅ ଭଲ ପାଠ ପଢୁଥିଲା । ଏଥିପାଇଁ ତାର ସାଙ୍ଗମାନେ ତାକୁ ବିଭିନ୍ନ ସମୟରେ ରାଗିଂ କରୁଥିଲେ । ତେବେ ତାକୁ ହତ୍ୟା କରିବା ପରେ ଫିଙ୍ଗି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।

 



from Prameya News7 https://ift.tt/ThR67Vb
ବାଲେଶ୍ୱର ଆବସିକ କଲେଜ୍‌ର ଛାତ୍ରୀ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର ବାଲେଶ୍ୱର ଆବସିକ କଲେଜ୍‌ର ଛାତ୍ରୀ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର Reviewed by SUBHENDU BARAL on May 19, 2022 Rating: 5

No comments:

Powered by Blogger.