ଏହି ୪ଟି ଖାଦ୍ୟ ଖାଇଲେ ଶୀଘ୍ର ଲାଗିବ ନାହିଁ ଭୋକ; ମୋଟାପଣରୁ ମିଳିବ ମୁକ୍ତି

ଭୁବନେଶ୍ୱର ୧୫/୦୫ : ଭାରତରେ ଅନେକ ଲୋକ ମୋଟାପଣ ପାଇଁ ଚିନ୍ତିତ ରହୁଛନ୍ତି। କରୋନା ମାହାମାରୀ କାରଣରୁ  ତାଲାବନ୍ଦରେ ୱାର୍କ ଫ୍ରମ ହୋମରେ କାମ କରିବାରୁ ଲୋକମାନଙ୍କର ଓଜନ ବହୁତ ବଢ଼ିଥିବା ଦେଖାଯାଇଛି। କିନ୍ତୁ ଏବେ ଲୋକମାନେ ଯେତେ ପତଳା ହେବା ପାଇଁ ଚେଷ୍ଠା କଲେ ମଧ୍ୟ ହୋଇ ପାରୁ ନାହାନ୍ତି। ପତଳା ହେବା ପାଇଁ ଶାରୀରିକ ବ୍ୟାୟାମ୍‌ କଲେ ଦେହରୁ ଝାଳ ବାହାରିବାରୁ ବହୁତ ଭୋକ ହୋଇଥାଏ। ଯାହାକୁ ଆୟତ୍ତ କରିବା ସହଜ ହୋଇନଥାଏ। ଆଜି ଆସନ୍ତୁ ଏପରି କିଛି ଖାଦ୍ୟ ବିଷୟରେ ଜାଣିବା ଯାହାକୁ ଖାଇଲେ ବହୁତ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ ଓ ଓଜନ କମାଇବାରେ ସାହାଜ୍ୟ କରିଥାଏ, କାରଣ ମୋଟାପଣ ଆମର ଖାଦ୍ୟ ଖାଇବାର ଶୈଳୀ ନିର୍ଭର କରିଥାଏ।

ଅଣ୍ଡା :~ ଯଦି ଆପଣ ସବୁବେଳେ ସକାଳ ଜଳଖିଆରେ ଅଣ୍ଡା ଖାଇବେ ତାହେଲେ ଦ୍ୱିପ୍ରହର ପର୍ଯ୍ୟନ୍ତ ଆପଣଙ୍କୁ ଭୋକ ଲାଗିବ ନାହିଁ । କାରଣ ଏହାଦ୍ୱାରା ଏପିଟାଇଟ ବୁଷ୍ଟ କରୁଥିବା ହରମୋନ୍‌ର କମ୍‌ଜୋର ହୋଇଥାଏ।  ଅଣ୍ଡା ଶରୀରର ଓଜନକୁ  କମ୍‌ କରିବାରେ ସହାୟକ ହୋଇଥାଏ।

ଶେଓ :~ ଯଦି ଆପଣ ସବୁବେଳେ ଗୋଟିଏ ଶେଓ ଖାଉଛନ୍ତି ତାହେଲେ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାର ଆବଶ୍ୟକତା ନାହିଁ। ଏଥିରେ ପ୍ରଚୁର ପରିମାଣରେ ସୋଲ୍ୟୁବଲ ଫାଇବାର ଓ ପେକ୍ଟିନ ଭରପୁର ମାତ୍ରାରେ ରହିଥାଏ। ଏହା ଖାଇବା ଦ୍ୱାରା ମସ୍ତିଷ୍କକୁ ନିର୍ଦ୍ଦେଶ ଯାଏକି ପେଟ ପୁରି ଯାଇଛି ଆଉ ଖାଇବାର ଆବଶ୍ୟକତା ନାହିଁ।   

ଡାର୍କ ଚୋକୋଲେଟ :~ ଚୋକଲେଟ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ କାରଣ ଏଥିରେ ଶର୍କରାର ପରିମାଣ ବହୁତ ଅଧିକ ଥାଏ। କିନ୍ତୁ ଯଦି ଆପଣ ଶୁଦ୍ଧ ଡାର୍କ ଚୋକେଲେଟ ଖାଇବେ ତାହେଲେ ଆପଣଙ୍କୁ ଆଗାମୀ ଖାଦ୍ୟ ଖାଇବା ପର୍ଯ୍ୟନ୍ତ ଭୋକ ଲାଗିବ।

ଦହି :~ ଦହିର ଲାଭଦାୟୀ ଗୁଣ  ଆମେ ଜାଣିଛୁ। ଏଥିରେ ହଜମକାରୀ ପ୍ରୋଟିନ୍‌ , ଭିଟାମିନ, ଓ ମିନେରାଲ୍ସ ଥାଏ ଯାହାକି ଆମ ଶରୀର ପାଇଁ ବହୁତ ଲାଭଦାୟକ। ଗରମରେ ଏହାକୁ ପିଇଲେ ପେଟ ଥଣ୍ଡା ରହେ ଓ ଭଲ ହଜମ ହୋଇଥାଏ। ଏହାକୁ ଥରେ ପିଇଲେ ବହୁତ ସମୟ ପର୍ଯ୍ୟନ୍ତ ଭୋକ  ଲାଗେ ନାହିଁ।



from Prameya News7 https://ift.tt/FplUNCu
ଏହି ୪ଟି ଖାଦ୍ୟ ଖାଇଲେ ଶୀଘ୍ର ଲାଗିବ ନାହିଁ ଭୋକ; ମୋଟାପଣରୁ ମିଳିବ ମୁକ୍ତି ଏହି ୪ଟି ଖାଦ୍ୟ ଖାଇଲେ ଶୀଘ୍ର ଲାଗିବ ନାହିଁ ଭୋକ; ମୋଟାପଣରୁ ମିଳିବ ମୁକ୍ତି Reviewed by SUBHENDU BARAL on May 15, 2022 Rating: 5

No comments:

Powered by Blogger.