ଶୀତଦିନେ ଏହିପରି ଖାଦ୍ୟ ଖିଆଯାଏ ଯାହା ଶରୀର ଉପରେ ଗରମ ପ୍ରଭାବ ପକାଇଥାଏ । ସେହିଭଳି ଆମେ ଗ୍ରୀଷ୍ମ ଋତୁରେ ଏପରି ଖାଦ୍ୟ ଖାଇବାକୁ ପସନ୍ଦ କରୁ ଯାହା ଶରୀର ଉପରେ ଥଣ୍ଡା ପ୍ରଦାନ କରିଥାଏ । ଗ୍ରୀଷ୍ମ ଋତୁରେ ଅଧିକାଂଶ ଲୋକ ନିଜ ଶରୀରକୁ ଥଣ୍ଡା ରଖିବା ପାଇଁ ଆଇସ୍କ୍ରିମ୍ ଏବଂ କୋଲ୍ଡ ଡ୍ରିଙ୍କ୍ସ ସେବନ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ରୁଟି ଏମିତି ଏକ ଖାଦ୍ୟ ଯାହାକୁ ଆପଣ ଗ୍ରୀଷ୍ମ ସମୟରେ ପୁଷ୍ଟିକର ଖାଦ୍ୟ ହିସାବରେ ଖାଇପାରିବେ ଏବଂ ଏହା ଆପଣଙ୍କ ଶରୀରକୁ ମଧ୍ୟ ଥଣ୍ଡା ରଖିବ । ଏମିତି କିଛି ପ୍ରକାର ଅଟାରେ ପ୍ରସ୍ତୁତ ରୁଟି ଖାଇଲେ ଆପଣଙ୍କ ଶରୀର ଥଣ୍ଡା ରହିଥାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଅଟାରେ ତିଆରି ରୁଟି ଗ୍ରୀଷ୍ମ ଦିନେ ଖାଇବା ଉଚିତ୍।
ଗହମ ଅଟା :
ଅଧିକାଂଶ ଲୋକ କେବଳ ଗହମ ଅଟାରେ ପ୍ରସ୍ତୁତ ରୁଟି ଖାଇଥାନ୍ତି । କିନ୍ତୁ ଶୀତଦିନେ ଏହା ବଦଳରେ ବାଜରା ମକା ରୋଟି ଖାଇବା ଦ୍ବାରା ଶରୀର ଗରମ ରହିଥାଏ । ସେହିଭଳି ଗ୍ରୀଷ୍ମ ଋତୁରେ ଗହମ ରୁଟି ଖାଇବା ଉଚିତ । ଏହା ଆପଣଙ୍କୁ ଶରୀରକୁ ଆଭ୍ୟନ୍ତରୀଣ ଶୀତଳତା ଦେଇଥାଏ ଏବଂ ଆପଣ ଏଥିରୁ ଅନେକ ପୁଷ୍ଟିକର ଉପାଦାନ ମଧ୍ୟ ପାଇଥାନ୍ତି । ଚୋକର ଥିବା ଗହମ ଖାଇବା ଦ୍ବାରା ହଜମ ପ୍ରକ୍ରିୟା ଠିକ୍ ରହିଥାଏ । ଗହମ ରକ୍ତକୁ ପରିସ୍କାର କରିବାରେ ସାହାଯ୍ୟ କରେ । ଏହାସହ ଗହମରେ ଫାଇବର ଥାଏ ଯାହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ଚଣା ଅଟା :
ଗ୍ରୀଷ୍ମ ଦିନେ ଚଣା ଅଟାରୁ ପ୍ରସ୍ତୁତ ରୁଟି ଖାଇ ପାରିବେ । ଚଣା ଅଟା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ । ତେଣୁ ଗ୍ରୀଷ୍ମ ଋତୁରେ ଏହା ଆପଣଙ୍କ ଶରୀରକୁ ଲାଭ ଦେଇଥାଏ । ଚଣା ଅଟାରେ ପ୍ରୋଟିନ୍ ମଧ୍ୟ ଥାଏ । ଏହି ଅଟା ମାଂସପେଶୀ ଗଠନ ଏବଂ ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ ।
ଯଅ ଅଟା :
ଗ୍ରୀଷ୍ମ ଋତୁରେ ଲୋକମାନେ ପେଟକୁ ଥଣ୍ଡା ରଖିବା ପାଇଁ ଯଅ ପାଣି ପିଅନ୍ତି । ତେବେ ଆପଣ ଯଅକୁ ଗ୍ରାଇଣ୍ଡ୍ କରି ଅଟା ତିଆରି କରି ସେଥିରେ ପ୍ରସ୍ତୁତ ରୁଟି ମଧ୍ୟ ଖାଇପାରିବେ । ଗ୍ରୀଷ୍ମ ଋତୁରେ ଯଅ ଉପକାରୀ ବୋଲି ବିବେଚନା କରାଯାଏ କାରଣ ଏହାର ପ୍ରଭାବ ଅତ୍ୟଧିକ ଥଣ୍ଡା ହୋଇଥାଏ ।
ବାଜରା ଅଟା :
ବାଜରା ଅଟା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ପ୍ରୋଟିନ୍, ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ମିନେରାଲ୍ସ ରହିଥାଏ । ଏହାସହ ବାଜରାରେ ପୋଟାସିୟମ୍, ଫସଫରସ୍, କ୍ୟାଲସିୟମ୍ ଏବଂ ଆଇରନ୍ ମଧ୍ୟ ରହିଥାଏ । ଏଥିରୁ ପ୍ରସ୍ତୁତ ରୁଟି ଖାଇବା ଦ୍ବାରା ଶରୀରକୁ ଶୀତଳତା ଦେଇଥାଏ । ସେହିଭଳି ବାଜରା ଅଟା ପିତ୍ତ ଏବଂ କଫକୁ ଭଲ କରିବାରେ ସାହାଯ୍ୟ କରିଥାଏ ।
from Prameya News7 https://ift.tt/ose39yQ

No comments: