କେକେଆର୍‌କୁ ହରାଇ ପ୍ଲେ ଅଫ୍‌ରେ ଏଣ୍ଟ୍ରି କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ Otv Khabar Bureau

ଆଇପିଏଲ ମୁକାବିଲାରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ସୁପର ସୋ । କୋଲକାତା ନାଇଟ ରାଇଡର୍ସକୁ ୨ ରନରେ ହରାଇ ଜବଦସ୍ତ ବିଜୟ ହାସଲ କରିଛି ଦଳ । ଗତକାଲି ମୁମ୍ବାଇର ଖେଳାଯାଇଥିବା ଏହି ମ୍ୟାଚରେ ଲକ୍ଷ୍ନେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୧୦ ରନ କରିଥିଲା । ଓପନରି କ୍ୱିଣ୍ଟନ୍ ଡି କକ୍ ଓ କେଏଲ ରାହୁଲ ଓପନି ଯୋଡ଼ି ଶେଷ ପର୍ଯ୍ୟନ୍ତ କ୍ରିଜରେ ଅପରାଜିତ ରହି କେକେଆରକୁ ୨୧୧ ରନର ବିଜୟ ଲକ୍ଷ୍ୟ ଦେଇଥିଲେ । ତେବେ କୋଲକାତା ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ୨୦୮ ରନ କରି ଆଉ ୩ ରନ୍ ପାଇଁ ବିଜୟରୁ ବଞ୍ଚିତ ହୋଇଥିଲା । ଲକ୍ଷ୍ନୌ ତରଫରୁ କ୍ୱିଣ୍ଟନ୍ ଡି କକ୍ ୭୦ ବଲରେ ଆକର୍ଷଣୀୟ ୧୪୦ ରନ କରିଥିଲେ । ଡି କକ୍‌ଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଛି।



from Latest Odisha News, Breaking News Today | Top Updates on Corona - OTV News https://ift.tt/yUsdGZi
କେକେଆର୍‌କୁ ହରାଇ ପ୍ଲେ ଅଫ୍‌ରେ ଏଣ୍ଟ୍ରି କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ Otv Khabar Bureau କେକେଆର୍‌କୁ ହରାଇ ପ୍ଲେ ଅଫ୍‌ରେ ଏଣ୍ଟ୍ରି କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ Otv Khabar Bureau Reviewed by SUBHENDU BARAL on May 18, 2022 Rating: 5

No comments:

Powered by Blogger.