ଭାରତର ସ୍ଥିତି ମଜବୁତ୍, ଆର୍ଥିକ ଅଭିବୃଦ୍ଧି ୮ ପ୍ରତିଶତ ରହିବ କହିଲେ WEF ଅଧ୍ୟକ୍ଷ

ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ୱାର୍ଲଡ ଇକୋନମିକ ଫୋରମର ବାର୍ଷିକ ବୈଠକ ଆରମ୍ଭ ହୋଇଛି। କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ପରେ ଏହି ବୈଠକ ଅନୁଷ୍ଠିତ ହେଉଛି। ମେ ୨୨ରୁ ଆରମ୍ଭ ହୋଇଥିବା ଏହି ବୈଠକ ୨୬ ତାରିଖ ଯାଏଁ ଚାଲିବ। ଏହି ବୈଠକରେ ଭାରତ ସହ ଦୁନିଆର ସବୁ ଦେଶର ନେତା ସାମିଲ ହେବେ। ଚଳିତ ବର୍ଷ ଫୋରମରେ ୟୁକ୍ରେନ ସଂକଟ, ଜଳବାୟୁ ପରିବର୍ତ୍ତନ ସହ ଦୁନିଆର ଅନ୍ୟ ବହୁ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଏହାରି ଭିତରେ ୱାର୍ଲଡ ଇକୋନମିକ ଫୋରମର ଅଧ୍ୟକ୍ଷ ବୋର୍ଜ ବ୍ରେଣ୍ଡ କହିଛନ୍ତି, ବିଶ୍ୱର ଅନ୍ୟ ଦେଶ ବହୁ ଅସୁବିଧାର ସାମନା କରିବା ଆରମ୍ଭ କରିଥିବା ବେଳେ ଭାରତର ସ୍ଥିତି ମଜବୁତ୍ ରହିଛି।

ସିଏନବିସି-ଟିଭି-୧୮କୁ ପ୍ରତିକ୍ରିୟା ଦେଇ ଡବ୍ଲୁଇଏଫ ମୁଖ୍ୟ ବୋର୍ଜ ବ୍ରେଣ୍ଡ କହିଛନ୍ତି, ଗତ କିଛି ମାସ ଧରି ଦରବୃଦ୍ଧିର ଚାପକୁ ଆମେ ସମସ୍ତ ଅନୁଭବ କରୁଛୁ। ମୁଦ୍ରାସ୍ପୀତି ହାର ଆହୁରି ବଢିବା ପୂର୍ବରୁ ସୁଧ ହାର ବଢାଇବା ଦରକାର। ଏହାସହ ଭାରତ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧିକୁ ଆକଳନ କରି ଏହା ୮ ପ୍ରତିଶତ ରହିପାରେ ବୋଲି ସେ କହିଛନ୍ତି।



from Prameya News7 https://ift.tt/ELYDFcx
ଭାରତର ସ୍ଥିତି ମଜବୁତ୍, ଆର୍ଥିକ ଅଭିବୃଦ୍ଧି ୮ ପ୍ରତିଶତ ରହିବ କହିଲେ WEF ଅଧ୍ୟକ୍ଷ ଭାରତର ସ୍ଥିତି ମଜବୁତ୍, ଆର୍ଥିକ ଅଭିବୃଦ୍ଧି ୮ ପ୍ରତିଶତ ରହିବ କହିଲେ WEF ଅଧ୍ୟକ୍ଷ Reviewed by SUBHENDU BARAL on May 22, 2022 Rating: 5

No comments:

Powered by Blogger.